www.samajalive.in
Sunday, December 14, 2025
17.1 C
Bhubaneswar

ଦିଲ୍ଲୀରେ ଲୋମଟାଙ୍କୁରା ହତ୍ୟାକାଣ୍ଡ

ନୂଆଦିଲ୍ଲୀ : ରାସ୍ତା କଡ଼ରେ ବହୁ ଲୋକ ଦେଖୁଛନ୍ତି। କେହି କେହି ବୀଭତ୍ସ ଦୃଶ୍ୟର ଭିଡିଓ ଉତ୍ତୋଳନ କରୁଛନ୍ତି; କିନ୍ତୁ ଉଦ୍ଧାର ପାଇଁ ଆସୁନାହାନ୍ତି। ଏଭଳି ସ୍ଥିତିରେ ଜଣେ ଯୁବକ ନିଜ ନାବାଳିକା ପ୍ରେମିକାଙ୍କୁ ବାରମ୍ବାର ଛୁରି ଭୁସି ଏବଂ ପଥରରେ ଛେଚି ହତ୍ୟା କରୁଛି। ରାସ୍ତା କଡ଼ରେ ଯୁବତୀଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ପଡ଼ିଥିଲେ ମଧ୍ୟ କେହି ସହାୟତା ପାଇଁ ଆଗେଇ ଆସୁନାହାନ୍ତି। ଏଭଳି ଏକ ଅମାନବୀୟ ତଥା ନୃଶଂସ ଘଟଣା କେବଳ ଦିଲ୍ଲୀ ନୁହେଁ ସାରା ଦେଶକୁ ଦୋହଲାଇ ଦେଇଛି। ଦିଲ୍ଲୀ ପୁଲିସ ହତ୍ୟାକାରୀ ପ୍ରେମିକକୁ ଧରିବା ସହ ଦେଖଣାହାରୀ ଅମଣିଷଙ୍କୁ ତୀବ୍ର ନିନ୍ଦା କରିଛି। ଦେଖଣାହାରୀ ଏଭଳି କ୍ଷେତ୍ରରେ ମୁହିଁମୋଡ଼ି ଚାଲିଯିବା ବଦଳରେ ସାହାଯ୍ୟ ପାଇଁ ଆଗେଇ ଆସିବା ଉଚିତ ବୋଲି କହିଛନ୍ତି ସ୍ବତନ୍ତ୍ର ପୁଲିସ କମିସନର ଦୀପେନ୍ଦ୍ର ପାଠକ। ସ୍ଥାନୀୟ ଅଞ୍ଚଳରେ ଥିବା ସିସିଟିଭି ଭିଡିଓରୁ ଅଭିଯୁକ୍ତ ପ୍ରାୟ ୨୧ଥର ଛୁରି ଭୁସିଥିବା ଓ ସେଠାରେ ପଡ଼ିଥିବା ପଥର ଆଣି ବାରମ୍ବାର ମୁଣ୍ଡକୁ ଛେଚୁଥିବା ଦେଖାଯାଉଥିଲେ ମଧ୍ୟ ଯୁବତୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ୧୬ ଛୁରିକାଘାତର ପ୍ରମାଣ ମିଳିଥିବାବେଳେ ମୁଣ୍ଡ ଖପୁରି ଭାଙ୍ଗିଯାଇଥିବା ଜଣାପଡ଼ିଛି।
ରବିବାର ସନ୍ଧ୍ୟାରେ ଦିଲ୍ଲୀର ରୋହିଣୀ ଅନ୍ତର୍ଗତ ସାହାବାଦ ଡାଏରୀ ଅଞ୍ଚଳରେ ଏହି ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟିଛି। ସ୍ଥାନୀୟ ଜେଜେ କଲୋନୀ ନିବାସୀ ୧୬ବର୍ଷୀୟା ଯୁବତୀ ସାକ୍ଷୀ ନିଜର ଜଣେ ସାଙ୍ଗର ଜନ୍ମଦିନ ଉତ୍ସବକୁ ଯାଉଥିଲାବେଳେ ୨୦ବର୍ଷୀୟ ପ୍ରେମିକ ସାହିଲ ଖାଁ ସହ ସାକ୍ଷାତ ହୋଇଥିଲା। ସାହିଲ ତାଙ୍କୁ ଅଟକାଇବା ସହ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ହଠାତ୍‌ ସାହିଲ ରକ୍ତମୁଖା ହୋଇଯାଇଥିଲା। ରେଫ୍ରିଜରେଟର ଓ ଏସି ମେକାନିକ ଭାବେ କାମ କରୁଥିବା ସାହିଲ ଏହି ଘଟଣା ପରେ ଫେରାର ହୋଇଯାଇଥିଲା। ତାକୁ ଧରିବା ଉଦ୍ୟମ ମଧ୍ୟ କରିନଥିଲେ ଉପସ୍ଥିତ ଜନତା। ପରେ ପୁଲିସ ତାକୁ ସୋମବାର ଉତ୍ତର ପ୍ରଦେଶର ବୁଲନ୍ଦସରରୁ ଗିରଫ କରିବାରେ ସଫଳ ହୋଇଛି। ସୂଚନାନୁଯାୟୀ, ସାକ୍ଷୀ ଓ ସାହିଲଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ସମ୍ପର୍କ ଥିଲା; କିନ୍ତୁ ଆଜିକାଲି ଆଉ ଭଲ ପଡ଼ୁ ନଥିଲା। କିଛି ଦିନ ପୂର୍ବେ ନିଜ ଇନ୍‌ଷ୍ଟାଗ୍ରାମ ଏକାଉଣ୍ଟରେ ସାକ୍ଷୀ ସମ୍ପର୍କରେ ଲେଖିବା ସହ ହୁକା ପାର୍ଟିରେ ଯୋଗ ଦେଇଥିବା ଏବଂ ସିଦ୍ଧୁ ମୁସ୍‌ ୱାଲା ସଙ୍ଗୀତରେ ମସଗୁଲ ହୋଇଥିବାର ଦୃଶ୍ୟ ପ୍ରସାରିତ କରିଥିଲା। ଶନିବାର ସେମାନଙ୍କ ମଧ୍ୟରେ ସାମାନ୍ୟ ଝଗଡ଼ା ହୋଇଥିଲା। ଏହା ପରେ ଜୁଲାଇ ୫ ପରେ କିଛି ହେବ ବୋଲି ଇଙ୍ଗିତ କରିଥିଲା। ସାକ୍ଷୀଙ୍କ ବାପା-ମାଆଙ୍କ ସୂଚନାନୁଯାୟୀ, ସେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେବାର ଥିଲା। ସେମାନେ ସାହିଲକୁ ପୂର୍ବରୁ ଚିହ୍ନି ନଥିଲେ। ତାକୁ ଫାଶୀ ଦେବା ପାଇଁ ସେମାନେ ଦାବି କରିଛନ୍ତି। ଅପରପକ୍ଷରେ ଏହି ଘଟଣା ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏହାକୁ ନିନ୍ଦା କରିବା ସହ ଅପରାଧୀମାନେ ଭୟମୁକ୍ତ ହୋଇଯାଇଥିବାରୁ ଉପରାଜ୍ୟପାଳ ଭି.କେ ସାକ୍ସେନାଙ୍କୁ କିଛି ପଦକ୍ଷେପ ନେବା ପାଇଁ ନିବେଦନ କରିଛନ୍ତି। ଉପରାଜ୍ୟପାଳଙ୍କୁ ହାତରେ ଆଇନଶୃଙ୍ଖଳା ନିୟନ୍ତ୍ରଣ କ୍ଷମତା ରହିଛି। ସେହିଭଳି ଦିଲ୍ଲୀ ମହିଳା ଆୟୋଗ ଅଧ୍ୟକ୍ଷା ସ୍ବାମୀ ମାଲିୱାଲ ରାଜଧାନୀ ମହିଳାଙ୍କ ପାଇଁ ଅତ୍ୟନ୍ତ ବିପଜ୍ଜନକ ହୋଇପଡ଼ିଥିବା କହିଛନ୍ତି। ଆୟୋଗଙ୍କ ପକ୍ଷରୁ ପୁଲିସକୁ ନୋଟିସ ଜାରି କରାଯାଇଛି। ପ୍ରଧାନମନ୍ତ୍ରୀ ଦିଲ୍ଲୀର ଆଇନଶୃଙ୍ଖଳା ନେଇ ଉଚ୍ଚସ୍ତରୀୟ ବୈଠକ ଡକାଇବାକୁ ସେ ଆହ୍ବାନ କରିଛନ୍ତି।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories