ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀର ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକକୁ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ନୋଟିସ ଜାରି କରିଛନ୍ତି। ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ ପକ୍ଷରୁ ୟାସିନକୁ ମୃତ୍ୟୁ ଦଣ୍ଡାଦେଶ ଦାବି କରି ହୋଇଥିବା ଆବେଦନର ଶୁଣାଣି କରି ଉଚ୍ଚ ନ୍ୟାୟାଳୟ ଏହି ନୋଟିସ ଜାରି କରିଛନ୍ତି। ବିଚାରପତି ସିଦ୍ଧାର୍ଥ ମୃଦୁଳ ଓ ବିଚାରପତି ତଲୱନ୍ତ ସିଂହଙ୍କୁ ନେଇ ଗଠିତ ପୀଠ ଆବେଦନର ଶୁଣାଣି କରିଛନ୍ତି। ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୯ରେ ହେବାକୁ ଥିବାବେଳେ ଏହିଦିନ ୟାସିନକୁ ଅଦାଲତରେ ହାଜର କରାଇବାକୁ ପୀଠ ନିର୍ଦେଶ ଦେଇଛନ୍ତି। ଜାମ୍ମୁ କାଶ୍ମୀର ଲିବରେସନ ଫ୍ରଣ୍ଟ (ଜେକେଏଲଏଫ୍) ମୁଖ୍ୟ ୟାସିନ ଆତଙ୍କବାଦୀ ସଂଗଠନକୁ ପାଣ୍ଠି ଯୋଗାଣ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡ କାଟୁଛି।
ଏନଆଇଏର ମୃତ୍ୟୁଦଣ୍ଡ ଆବେଦନ ଉପରେ ୟାସିନକୁ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟଙ୍କ ନୋଟିସ
Popular Categories



