www.samajalive.in
Sunday, December 14, 2025
14.1 C
Bhubaneswar

୭୩.୮୫% ଶ୍ରେଣୀଗୃହ ଅଭାବ

ଭୁବନେଶ୍ବର : ରାଜ୍ୟରେ ଉଚ୍ଚ ବିଦ୍ୟାଳୟଗୁଡ଼ିକର ରୂପାନ୍ତରଣ କରାଯାଇ ଥିବାବେଳେ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ପାଣି, ବିଦ୍ୟୁତ, ଖେଳପଡ଼ିଆ ଓ ଶ୍ରେଣୀଗୃହର ଅଭାବ ରହିଛି। ରାଜ୍ୟରେ ସରକାରୀ ବିଦ୍ୟାଳୟ ଭିତ୍ତିଭୂମିର କିଛି ଏଭଳି ଚିତ୍ର ଏକ ବେସରକାରୀ ସର୍ବେକ୍ଷଣରୁ ପଦାକୁ ଆସିଛି। ଓଡ଼ିଶାର ୭୫.୮୬% (୫୪୨୧) ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଖେଳପଡ଼ିଆ ନାହିଁ। ଏହାବ୍ୟତୀତ ଶିକ୍ଷା ଅଧିକାର ଆଇନ ଅନୁସାରେ ୭୫.୬୮% (୫୪୦୮) ବିଦ୍ୟାଳୟରେ ମରାମତି ଆବଶ୍ୟକତା ରହିଥିବା ଏହି ସର୍ବେକ୍ଷଣରେ ଦର୍ଶାଯାଇଛି।
ଓଡ଼ିଶା ଶ୍ରମଜୀବୀ ମଞ୍ଚ, ମହିଳା ଶ୍ରମଜୀବୀ ମଞ୍ଚ ଏବଂ ଆତ୍ମଶକ୍ତି ଟ୍ରଷ୍ଟ ଦ୍ୱାରା ୧୭ ଜିଲାର ୯୮ ବ୍ଲକ ଏବଂ ଭୁବନେଶ୍ବର ମହାନଗର ନିଗମର ବସ୍ତି ଅଞ୍ଚଳକୁ ମିଶାଇ ୭୧୪୬ଟି ବିଦ୍ୟାଳୟର ଭିତ୍ତିଭୂମି ସମ୍ପର୍କରେ ଏହି ସର୍ବେକ୍ଷଣ କରାଯାଇଥିଲା। ଏଥିରେ ସାମିଲ ବିଦ୍ୟାଳୟ ମଧ୍ୟରୁ ୮.୭% (୬୨୩) ବିଦ୍ୟାଳୟରେ ପାନୀୟ ଜଳର କୌଣସି ଉତ୍ସ ନ ଥିବାରୁ ଛାତ୍ରଛାତ୍ରୀ ମୌଳିକ ଆବଶ୍ୟକତାରୁ ବଞ୍ଚିତ ହେଉଛନ୍ତି। ଯଦିଓ ୬୫୨୩ଟି ବିଦ୍ୟାଳୟରେ ପାନୀୟ ଜଳର ଉତ୍ସ ଅଛି, ତଥାପି ସେଥିମଧ୍ୟରୁ ୩.୬୬% (୨୩୯) ବିଦ୍ୟାଳୟରେ ପାନୀୟ ଜଳ ବ୍ୟବହାର ଉପଯୋଗୀ ନୁହେଁ। ୭୩.୮୫% (୫୨୭୭) ବିଦ୍ୟାଳୟରେ ଶିକ୍ଷା ଅଧିକାର ଆଇନ ମାନଦଣ୍ଡ ଦ୍ୱାରା ନିର୍ଦ୍ଧାରିତ ଆବଶ୍ୟକ ଶ୍ରେଣୀଗୃହ ନାହିଁ। ୮.୧୩%(୫୮୧) ବିଦ୍ୟାଳୟରେ ରୋଷେଇ ଘର ପାଇଁ ଜାଗା ନ ଥିବାରୁ ଛାତ୍ରଛାତ୍ରୀଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବାରେ ବାଧା ଉପୁଜୁଛି। ସେହିପରି ୧୩.୪୨% (୯୫୯) ବିଦ୍ୟାଳୟରେ ଆଦୌ ଶୌଚାଳୟ ନାହିଁ। ୧୮.୨% (୧୩୦୧) ବିଦ୍ୟାଳୟରେ ପୁଅ ଓ ଝିଅଙ୍କ ପାଇଁ ପୃଥକ ଶୌଚାଳୟ ନାହିଁ। କେବଳ ସେତିକି ନୁହେଁ, ୩୧୯୭ଟି ବିଦ୍ୟାଳୟରେ ପାଣି ସୁବିଧା ନ ଥିବାରୁ ଉପଯୁକ୍ତ ପରିମଳ ବ୍ୟବସ୍ଥା ପ୍ରଭାବିତ ହୋଇଛି। ଏହାବ୍ୟତୀତ ୮୬୦ଟି ଶୌଚାଳୟ ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବାରୁ ଏହା ବ୍ୟବହାର ଅନୁପଯୁକ୍ତ। ୩୨.୨୬% (୨୩୦୫) ବିଦ୍ୟାଳୟରେ ବିଜୁଳି ସଂଯୋଗ ନାହିଁ। ୫୧.୨୫% (୩୬୬୨) ବିଦ୍ୟାଳୟରେ କମ୍ପ୍ୟୁଟର ସୁବିଧା ନାହିଁ। ବିଦ୍ୟାଳୟ ପରିସରରେ ପାଚେରି ଥିଲେ ପିଲାଙ୍କର ନିରାପତ୍ତା ସୁନିଶ୍ଚିତ କରାଯାଇପାରେ। ଚିନ୍ତାର ବିଷୟ ହେଲା ରାଜ୍ୟର ୩୨.୬୬% (୨୩୩୪) ବିଦ୍ୟାଳୟରେ ପାଚେରି କାନ୍ଥ ନାହିଁ। ୨୯.୧୨% (୨୦୮୧) ବିଦ୍ୟାଳୟରେ ପାଠାଗାର ନାହିଁ, ଯାହା ଛାତ୍ରଛାତ୍ରୀଙ୍କ ମଧ୍ୟରେ ପଢ଼ିବା ଅଭ୍ୟାସ, ସ୍ୱାଧୀନ ଶିକ୍ଷା ଏବଂ ଗବେଷଣା ଦକ୍ଷତାକୁ ପ୍ରୋତ୍ସାହିତ କରିବାରେ ଗୁରୁତ୍ବପୂର୍ଣ୍ଣ।

Hot this week

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

Related Articles

Popular Categories