www.samajalive.in
Saturday, December 13, 2025
27.1 C
Bhubaneswar

ରାମଦେବଙ୍କ ଏଲୋପାଥି ବିରୋଧୀ ମନ୍ତବ୍ୟର କାଲି ହେବ ଦିଲ୍ଲୀ ହାଇକୋର୍ଟରେ ଶୁଣାଣି

ଦିଲ୍ଲୀ ହାଇକୋର୍ଟ ଆସନ୍ତାକାଲି ଯୋଗ ଗୁରୁ ରାମଦେବଙ୍କ ବିରୋଧରେ ୭ଟି ଚିକିତ୍ସକ ସଂଘ ଦ୍ୱାରା କରାଯାଇଥିବା ଆବେଦନର ଶୁଣାଣି କରିବେ। ଯୋଗଗୁରୁ ରାମଦେବ ଏଲୋପାଥି ବିରୋଧରେ ଦେଇଥିବା ମନ୍ତବ୍ୟକୁ ନେଇ ଡାକ୍ତରୀ ସଂଘ ମାମଲା ଦାୟର କରିଛି। ଜଷ୍ଟିସ ସି ହରି ଶଙ୍କର ଏହି ମାମଲାର ଶୁଣାଣି କରିବେ ଯିଏ ପୂର୍ବରୁ ଡାକ୍ତରୀ ସଂଘ ଓକିଲଙ୍କୁ ରାମଦେବଙ୍କ ବିରୋଧୀ ମନ୍ତବ୍ୟ ସମ୍ବଳିତ ଭିଡିଓ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ।

କୋର୍ଟରେ ମାମଲା ଦାୟର କରିଥିବା ଚିକିତ୍ସକ ସଂଘରେ ଋଷିକେଶ, ପାଟନା ଏବଂ ଭୁବନେଶ୍ୱରର ଏମସ ରେସିଡେଣ୍ଟ ଡାକ୍ତରୀ ସଂଘ, ଚଣ୍ଡିଗଡ଼ ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ, ମିରଟ ଲାଲା ଲଜପତ ରାୟ ମେମୋରିଆଲ ମେଡିକାଲ କଲେଜ ରେସିଡେଣ୍ଟ ଡାକ୍ତର ସଂଘ ଏବଂ ହାଇଦ୍ରାବାଦର ତେଲେଙ୍ଗାନା ଜୁନିଅର ଡାକ୍ତର ସଂଘ ଅନ୍ତର୍ଭୁକ୍ତ।

- Advertisement -

ସେମାନେ ଅଭିଯୋଗ କରିଛନ୍ତି ଯେ ରାମଦେବ କୋଭିଡରେ ସଂକ୍ରମିତ ଅନେକ ଲୋକଙ୍କ ମୃତ୍ୟୁ ପାଇଁ ଆଲୋପାଥି ଦାୟୀ ଏବଂ ଆଲୋପାଥିକ୍ ଡାକ୍ତରମାନେ ରୋଗୀଙ୍କ ମୃତ୍ୟୁ ଘଟାଉଛନ୍ତି ବୋଲି କହି ଜନସାଧାରଣଙ୍କୁ ବିଭ୍ରାନ୍ତିକର ଏବଂ ଭୁଲ ତଥ୍ୟ ଉପସ୍ଥାପନ କରୁଛନ୍ତି। ସଂଘ ଆବେଦନରେ ଦର୍ଶାଇଛି ଯେ ଯୋଗ ଗୁରୁ କେବଳ ଏଲୋପାଥିକ ଚିକିତ୍ସା ନୁହେଁ ବରଂ କରୋନା ଟୀକାକରଣର ନିରାପତ୍ତା ଏବଂ କାର୍ଯ୍ୟକାରିତା ଉପରେ ମଧ୍ୟ ସାଧାରଣ ଜନତାଙ୍କ ମନରେ ସନ୍ଦେହ ସୃଷ୍ଟି କଲା ଭଳି ମନ୍ତବ୍ୟ ଦେଇଛନ୍ତି।

ଜଣେ ଅତ୍ୟଧିକ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବାରୁ ରାମଦେବଙ୍କ ବିବୃତ୍ତି ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରଭାବିତ କରିବ ଏବଂ ସେମାନଙ୍କୁ ଏଲୋପାଥିକ ଚିକିତ୍ସାରୁ ଦୂରେଇ ରଖିବ ବୋଲି ସଂଘ ଅଭିଯୋଗ କରିଛି।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

Related Articles

Popular Categories