www.samajalive.in
Thursday, December 11, 2025
16.1 C
Bhubaneswar

ବେଗୁନିଆ କୃଷି କାର୍ୟ୍ୟାଳୟ ରେ କର୍ମଚାରୀ ଅଭାବ ଯୋଗୁଁ କୃଷି କାର୍ୟ୍ୟ ବ୍ୟାହତ

ବେଗୁନିଆ:ସରକାର କୃଷି ଓ କୃଷକ ଉପରେ ପ୍ରାଧାନ୍ୟ ଦେଇ ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି ବୋଲି ଡିଣ୍ଡିମ ପିଟୁଛନ୍ତି ।କିନ୍ତୁ ପ୍ରକୃତରେ ଯୋଜନା ଗୁଡିକ ଯୋଜନା ଭିତରେ ସୀମିତ ରହୁଛି ନାଁ ତାହା ତଳ ସ୍ତରରେ କିପରି କାର୍ୟ୍ୟକାରୀ ହେଉଛି ତାର ତଦାରଖ କରିବାକୁ କେହି ନାହିଁ। ସରକାର ଯୋଜନା ଗୁଡିକ ପ୍ରଣୟନ କରି ବାହାବା ନେଇ ଚୁପଚାପ ବସି ପଡୁଥିବା ବେଳେ ଭିତ୍ତିଭୂମି ଅଭାବ ଯୋଗୁଁ ତଳସ୍ତରରେ ତାର ସଫଳ ରୂପାୟନ ହୋଇପାରୁନାହିଁ। ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ କୃଷି କାର୍ୟ୍ୟାଳୟରେ ଆବଶ୍ୟକ ସଂଖ୍ୟକ କର୍ମଚାରୀ ନଥିବା ଯୋଗୁଁ କୃଷି କାର୍ୟ୍ୟ ସମ୍ପୂର୍ଣ୍ଣ ବ୍ୟାହତ ହେଉଥିବାର ଜଣା ପଡ଼ିଛି ।କାର୍ୟ୍ୟାଳୟର ମୁଖ୍ୟ ବ୍ଲକ କୃଷି ଅଧିକାରୀ(ବିଏଓ)ଙ୍କ ବଦଳି ପରେ ଏଠାରେ କାହାରିକୁ ନିଯୁକ୍ତି ଦିଆଯାଇ ନାହିଁ ।ଦୁଇଜଣ ସହକାରୀ କୃଷି ଅଧିକାରୀ(ଏଏ ଓ) ଥିବାବେଳେ ସେମାନଙ୍କ ମଧ୍ୟରୁ ଶ୍ରାବଣୀ ମହାରଣା ଉଚ୍ଚ ଶିକ୍ଷା ନିମନ୍ତେ ଯାଇଥିବାବେଳେ ଅନ୍ୟ ଜଣେ ସୀତାରତ୍ନମାଳା ଦାସ ବୋଲଗଡ଼ ବ୍ଲକ ଦାୟିତ୍ୱରେ ରହିଛନ୍ତି, ତାଙ୍କୁ ତା ସହିତ ବେଗୁନିଆ ବିଏଓ ଦାଇତ୍ୱ ଦିଆଯାଇଛି। ବେଗୁନିଆ ବ୍ଲକର ୨୧ଟି ପଞ୍ଚାୟତ ପାଇଁ ୧୪ ଜଣ ଭିଏଡବ୍ଲ୍ୟୁ ରହିବା ପାଇଁ ଥିବାବେଳେ ୩ ଜଣ ଭିଏଡବ୍ଲ୍ୟୁରେ ୨୧ଟି ପଞ୍ଚାୟତର କାର୍ୟ୍ୟ କିପରି ହେଉଥିବ ତାହା ସମସ୍ତେ ଭଲଭାବରେ ଜାଣିପାରୁଥିବେ। ୧୧ଟି ଭିଏଡବ୍ଲ୍ୟୁ ପଦବୀ ଖାଲି ପଡ଼ିଛି। କାର୍ୟ୍ୟାଳୟରେ ରାତ୍ରଜଗୁଆଳି ପଦବିଟି ଦୀର୍ଘ ବର୍ଷ ହେବ ଖାଲି ପଡ଼ିଛି। ସେହିପରି ଆତ୍ମା ର କନଭେନର ପଦବିଟି ମଧ୍ୟ ଖାଲି ପଡ଼ିଛି।

 

- Advertisement -

ଫଳରେ କାର୍ୟ୍ୟାଳୟରେ ମୁଖ୍ୟ ପଦବୀ ଗୁଡିକ ଖାଲି ପଡିଥିବାବେଳେ କୃଷି କାର୍ୟ୍ୟ କିପରି ହେଉଥିବ ତାହା ଜନସାଧାରଣଙ୍କ ଠାରୁ ଆରମ୍ଭ କରି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଠିକ ଭାବରେ ଅନୁଭବ କରିପାରୁଥିବେ। ବେଗୁନିଆ ବ୍ଲକରେ ୧୩୯୪୨ ହେକ୍ଟର ଚାଷ ଜମି ଥିବାବେଳେ କାର୍ୟ୍ୟାଳୟକୁ ଜୁଲାଇ ୧ ତାରିଖରେ ବି ଜି ଆର ଇ ଆଇ ଯୋଜନାରେ ସରକାର ଏକରକୁ ୧୬ କେ ଜି ହିସାବରେ ୧୦୦ ହେକ୍ଟର ଚାଷ ଜମି ପାଇଁ ୪୦ କୁଇଣ୍ଟାଲ ଧାନ ବିହନ ଯୋଗାଇଛନ୍ତି ।କିନ୍ତୁ ଚାଷୀଙ୍କୁ ମେ ମାସରୁ ବିହନ ଯୋଗାଇବା ପାଇଁ ଥିବାବେଳେ ବହୁ ବିଳମ୍ବରେ ବିହନ ଆସିଥିବା ଯୋଗୁଁ ବର୍ଷା ଅଭାବରୁ ଚାଷୀ ଏବେ ତଳି ପକାଇ ପାରୁ ନାହିଁ ।ସ୍ୱଳ୍ପ ପରିମାଣର ବିହନ ବିଳମ୍ବରେ ଆସିଥିବା ବେଳେ ବଣ୍ଟନ କ୍ଷେତ୍ରରେ ସମସ୍ୟା ଦେଖାଦେଇଛି। ଚାଷୀମାନେ ଉପଯୁକ୍ତ ସମୟରେ ବିହନ ପାଇ ପାରିନଥିବା ଯୋଗୁଁ ତଳି ପକାଇ ପାରିଲେ ନାହିଁ ।ଫଳରେ ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ବେଗୁନିଆ ପଞ୍ଚାୟତର ବଳଭଦ୍ରପୁର ମୌଜାରେ ଓଭରସିୟର ଶ୍ୟାମସୁନ୍ଦର ବେହେରାଙ୍କ ପ୍ରତେକ୍ଷ ତତ୍ୱବାଧାନରେ ଚାଷୀମାନେ ପୋଖରୀ ପାଣି ଉପରେ ଭରସା କରି ଧାଡିରୁଆ କାର୍ୟ୍ୟ କରୁଥିବାର ଦେଖିବାକୁ ମିଳୁଛି।

Hot this week

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

Related Articles

Popular Categories