www.samajalive.in
Saturday, December 6, 2025
23.1 C
Bhubaneswar

କରୋନାରେ ଚାଲି ଗଲେ ବାପା ,ତିନି ପ୍ରାଣୀ ଏବେ ନିରାଶ

ମୋହନା: ଗଜପତି ଜିଲା ମୋହନା ବ୍ଲକ ଅଧିନ ମୋହନା ପଞ୍ଚାୟତର ହରିଜନ ସାହିର ସୁରଜ ପୋଲେଇ ଗତମାସ ୧୨/୦୬ରେ କରୋନା ଆକ୍ରାନ୍ତ ହୋଇ କଳିଆପଟା କୋଭିଡ ମେଡିକାଲରୁ ଚିକିସ୍ଥିତ ହେବାପରେ ଗୁରୁତର ହେବାରୁ ବ୍ରହ୍ମପୁର ଟାଟା କୋଭିଡ ମେଡିକାଲରେ ଭର୍ତ୍ତି ହୋଇ ଚିକିସ୍ଥିତି ହେଉଥିଲେ। ହେଲେ ତାଙ୍କର ଗତ ୧୧/୦୭ ୪ଟା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କର ମୃତ୍ୟୁ ଖବର ପାଇ ପରିବାର ଓ ସାଙ୍ଗ ସାଥୀ ଦୁଃଖରେ ମ୍ରିୟମାଣ ହେବା ସହ ମୋହନା ସହରରେ ଶୋକର ଛାୟା ଖେଳିଯାଇଥିଲା। ତାଙ୍କର ଦୁଇଟି ଝିଅ ଅଛନ୍ତି।

 

- Advertisement -

ଗୋଟିଏ ଝିଅ ୬ବର୍ଷ ହୋଇଥିବା ବେଳେ ବଡ଼ ଝିଅଟି ୯ବର୍ଷର । ଦୁଇ ଝିଅ ମୋହନା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ପାଠ ପଡୁଛନ୍ତି। ସ୍ୱରଜ ଏକ ବାଇକ ଗେରେଜ କରି ପରିବାର ପ୍ରତିପୋଷଣ କରୁଥିଲେ। ଏବେ ସେ କରୋନାରେ ଚାଲିଯିବା ପରେ ଦୁଇ ଝିଅ ଓ ସ୍ତ୍ରୀ ଭାଙ୍ଗି ପଡିଛନ୍ତି। ଦୁଇଟି ପିଲାଙ୍କୁ କିପରି ମଣିଷ କରିବେ ସେ ଚିନ୍ତାରେ ସ୍ତ୍ରୀ ମର୍ମାହତ। ସୁରଜଙ୍କର ସ୍ତ୍ରୀଙ୍କୁ ପରିବାର ଚଳାଇବା କଷ୍ଟସାଧ୍ୟ ହୋଇଯାଇଛି। ସରକାରୀ ସହାୟତା ଯୋଗାଇ ଦେବା ପାଇଁ ପରିବାର ପକ୍ଷରୁ ପ୍ରସାଶନ ନିକଟରେ ନିବେଦନ କରିଛନ୍ତ।

Hot this week

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

Related Articles

Popular Categories