www.samajalive.in
Monday, December 15, 2025
24.1 C
Bhubaneswar

କେନ୍ଦ୍ରଠୁ ଜବାବ ଲୋଡ଼ିଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ : ରାଷ୍ଟ୍ରପତିଙ୍କ ଦେହରକ୍ଷୀ ବା ବ୍ୟକ୍ତିଗତ ସୁରକ୍ଷାକର୍ମୀ ଭାବେ କେବଳ ତିନିଟି ଜାତିର ଲୋକଙ୍କୁ ନିଯୁକ୍ତି ଦିଆଯିବା ପରିପ୍ରେକ୍ଷୀରେ ଦିଲ୍ଲୀ ହାଇକୋର୍ଟ ବୁଧବାର କେନ୍ଦ୍ର ସରକାରଙ୍କ ଠାରୁ ଜବାବ ଲୋଡିଛନ୍ତି। ବିଚାରପତି ଏସ୍‌. ମୁରଲୀଧର ଏବଂ ସଞ୍ଜିବ ନରୁଲାଙ୍କ ପୀଠ ଏ ନେଇ ପ୍ରତିରକ୍ଷା ମନ୍ତ୍ରାଳୟ, ସେନା ମୁଖ୍ୟ, ରାଷ୍ଟ୍ରପତିଙ୍କ ଦେହରକ୍ଷୀ କମାଣ୍ଡାଣ୍ଟ ଏବଂ ସେନା ନିଯୁକ୍ତି ବିଭାଗ ନିର୍ଦେଶକଙ୍କୁ ନୋଟିସ ଜାରି କରି ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ କହିଛନ୍ତି। ୨୦୧୯ ମେ’ ୮ରେ ପରବର୍ତ୍ତୀ ଶୁଣାଣି ହେବ।
୨୦୧୭ ସେପ୍ଟେମ୍ବର ୪ରେ ରାଷ୍ଟ୍ରପତିଙ୍କ ଦେହରକ୍ଷୀ ପଦ ପାଇଁ ଅନୁଷ୍ଠିତ ନିଯୁକ୍ତି ପ୍ରକ୍ରିୟାରେ ସାମିଲ ହେବାରୁ ବଞ୍ଚିତ ଅହିର/ଯାଦବ ସମ୍ପ୍ରଦାୟର ଜଣେ ବ୍ୟକ୍ତି ଗୌରବ ଯାଦବଙ୍କ ଆବେଦନ ଉପରେ ଶୁଣାଣି କରି ହାଇକୋର୍ଟ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ଯାଦବ ତାଙ୍କ ଆବେଦନରେ ଦର୍ଶାଇଛନ୍ତି ଯେ ରାଷ୍ଟ୍ରପତିଙ୍କ ଦେହରକ୍ଷୀ ନିଯୁକ୍ତି ଲାଗି ସମସ୍ତ ଯୋଗ୍ୟତା ତାଙ୍କର ଥିଲା। କେବଳ ଜାତିଗତ ଯୋଗ୍ୟତା ନ ଥିବାରୁ ସେ ନିଯୁକ୍ତି ପ୍ରକ୍ରିୟାରେ ସାମିଲ ହେବାରୁ ବଞ୍ଚିତ ହୋଇଥିଲେ। ଏହି ନିଯୁକ୍ତି ପ୍ରକ୍ରିୟାରେ ଉପରୋକ୍ତ ତିନି ଜାତିଙ୍କୁ ଅଗ୍ରାଧିକାର ମିଳିଥିବାରୁ ଅନ୍ୟ ବର୍ଗର ଯୋଗ୍ୟ ପ୍ରାର୍ଥୀ ନିଯୁକ୍ତିରୁ ବଞ୍ଚିତ ହୋଇଛନ୍ତି। ଗୌରବଙ୍କ ଓକିଲ ରାମ ନରେଶ ଆବେଦନରେ ଆହୁରି ଉଲ୍ଲେଖ କରିଛନ୍ତି ଯେ, ଏହି ନିଯୁକ୍ତି ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ସାମ୍ବିଧାନିକ ଧାରା ୧୪ ଓ ୧୫(୧)ର ଉଲ୍ଳଙ୍ଘନ। ତେବେ ଏପ୍ରସଙ୍ଗରେ ହୋଇଥିବା ଆବେଦନ ଉପରେ ଶୁଣାଣି କରିବାକୁ ଦିଲ୍ଲୀ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟ ପୂର୍ବରୁ ମନା କାରିଦେଇଥିଲେ।

Hot this week

ରାତିରେ ସ୍ଵେଟର ଏବଂ ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories