www.samajalive.in
Monday, December 15, 2025
14.1 C
Bhubaneswar

ତବଲିଗି ଜମାତରେ ଯୋଗ ଦେଇଥିବା ବିଦେଶୀଙ୍କୁ ସ୍ଥାନାନ୍ତର ପାଇଁ ଦିଲ୍ଲୀ ହାଇକୋର୍ଟଙ୍କ ଅନୁମତି

ସମାଜ ପୋର୍ଟାଲ ଡେସ୍କ: ଦିଲ୍ଲୀ ନିଜାମୁଦ୍ଦିନ ଅଞ୍ଚଳରେ ତବଲିଗି ଜମାତରେ ଯୋଗ ଦେଇଥିବା ୯୫୫ ଜଣ ବିଦେଶୀ ନାଗରିକଙ୍କୁ ବିକଳ୍ପ ସ୍ଥାନକୁ ସ୍ଥାନାନ୍ତର ପାଇଁ ଦିଲ୍ଲୀ ହାଇକୋର୍ଟ ଅନୁମତି ଦେଇଛନ୍ତି। ଜଷ୍ଟିସ୍ ଭିପିନ୍ ସାଙ୍ଗି ଏବଂ ଜଷ୍ଟିସ୍ ରଜନୀଶ ଭଟନାଗରଙ୍କୁ ନେଇ ଗଠିତ ଖଣ୍ଡପୀଠ ସେମାନଙ୍କ ଦ୍ୱାରା ଦାଖଲ ଏକ ଆବେଦନର ଶୁଣାଣି କରି ଏହି ରାୟ ଦେଇଛନ୍ତି। ଖଣ୍ଡପୀଠ କହିଛନ୍ତି ଯେ ଆବେଦନକାରୀଙ୍କ ଅନୁରୋଧ ଅନୁଯାୟୀ ସମସ୍ତ ବିଦେଶୀ ନାଗରିକଙ୍କୁ କ୍ୱାରେଣ୍ଟାଇନ କେନ୍ଦ୍ରରୁ ରାଜଧାନୀର ନଅଟି ନିର୍ଦ୍ଦିଷ୍ଟ ସ୍ଥାନକୁ ସ୍ଥାନାନ୍ତର କରାଯିବ।

ଇତିମଧ୍ୟରେ ଦେଶରେ କରୋନା ଭାଇରସ୍ ବ୍ୟାପିବାର ଏକ କେନ୍ଦ୍ରବିନ୍ଦୁ ରୂପେ ଉଭା ହୋଇଥିବା ସେହି ତବଲିଗି ଜମାତରେ ଯୋଗ ଦେଇଥିବା ଅଧିକାଂଶ ବିଦେଶୀ ନାଗରିକଙ୍କ ବିରୋଧରେ ସାକେତ କୋର୍ଟରେ ଚାର୍ଜସିଟ୍ ଦାଖଲ ହୋଇସାରିଛି। ଭବିଷ୍ୟତରେ ଯଦି ସେମାନଙ୍କ ମଧ୍ୟରୁ କେହି ଜାମିନ ଆବେଦନ କରିବେ, ସେ କ୍ଷେତ୍ରରେ ବର୍ତ୍ତମାନ ଖଣ୍ଡପୀଠ ଦେଇଥିବା ଆଦେଶ ସହିତ ମାଜିଷ୍ଟ୍ରେଟଙ୍କ ନିର୍ଦ୍ଦେଶ ବିଚାରକୁ ନିଆଯିବ।

- Advertisement -

ଦିଲ୍ଲୀ ସରକାର କୋର୍ଟରେ ଏକ ଷ୍ଟାଟସ୍ ରିପୋର୍ଟ ଦାଖଲ କରି ବିଦେଶୀ ନାଗରିକଙ୍କୁ ସ୍ଥାନାନ୍ତର କରିବା ପାଇଁ ଏହାର କୌଣସି ଆପତ୍ତି ନ ଥିବା ପ୍ରମାଣପତ୍ର ଦେଇଛି। ସେହିଭଳି ଦିଲ୍ଲୀ ପୋଲିସ ଏବଂ କେନ୍ଦ୍ର ସରକାର ମଧ୍ୟ କୌଣସି ଆପତ୍ତି ନ ଥିବା କୋର୍ଟଙ୍କୁ ଜଣାଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ତବଲିଗି ଜମାତ ସମ୍ପୃକ୍ତ ବିଦେଶୀ ନାଗରିକଙ୍କ ଖାଦ୍ୟ ଏବଂ ଦୈନଦିନ ଆବଶ୍ୟକତା ପୂରଣ କରିବ। କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ସେହି ବିଦେଶୀ ନାଗରିକମାନେ କେଉଁ ନିର୍ଦ୍ଦିଷ୍ଟ ସ୍ଥାନକୁ ସ୍ଥାନାନ୍ତରିତ ହେବେ ତାର ବିସ୍ତୃତ ତାଲିକା ଦିଲ୍ଲୀ ପୋଲିସ ନିକଟରେ ଦାଖଲ କରାଯିବ। ବିଦେଶୀ ନାଗରିକମାନଙ୍କୁ ସ୍ଥାନ ଛାଡିବା ପୂର୍ବରୁ ଜଣାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। କେନ୍ଦ୍ର ସରକାର କହିଛନ୍ତି ଯେ କୌଣସି ବିଦେଶୀ ନାଗରିକ ବନ୍ଦୀ ହୋଇ ନାହାଁନ୍ତି ଏବଂ ସେମାନଙ୍କ ନିଜ ଦେଶକୁ ଫେରିବା ପାଇଁ ଏ ପର୍ଯ୍ୟନ୍ତ ଯୋଜନା କରାଯାଇ ନ ଥିବା କେନ୍ଦ୍ର ସରକାର କହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories