ନୂଆଦିଲ୍ଲୀ : ଦିଲ୍ଲୀରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବୁଧବାର ଏକ ଜରୁରୀ ବୈଠକ ଡାକିଥିଲେ। ଏହି ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜେନ, ଦିଲ୍ଲୀର ମୁଖ୍ୟ ଶାସନ ସଚିବ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସମସ୍ତ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ।
ଅଗଷ୍ଟ ୧୭ ତାରିଖରୁ ଦିଲ୍ଲୀରେ ମାମଲା ବୃଦ୍ଧି ପାଇଛି ବୋଲି ଏହି ବୈଠକରେ ମୁଖ୍ୟମନ୍ତ୍ରୀ ସ୍ୱୀକାର କରିଛନ୍ତି, ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୬୯୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ଦିନକୁ ଦିନ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା ସପ୍ତାହରୁ ଦୈନିକ ୪୦ ହଜାର ପରୀକ୍ଷା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଯାହାଦ୍ୱାରା ଅଧିକରୁ ଅଧିକ ଲୋକ ସଂକ୍ରମଣକୁ ନେଇ ସତର୍କ ରହିପାରିବେ।
ଦିଲ୍ଲୀରେ ପ୍ରତିଦିନ ହେବ ୪୦ ହଜାର କରୋନା ପରୀକ୍ଷା : କେଜ୍ରିୱାଲ
Popular Categories



