www.samajalive.in
Sunday, December 14, 2025
19.1 C
Bhubaneswar

ହାଇଦରାବାଦ ୩୯ ରନ୍‌ରେ ପରାସ୍ତ ; ଦିଲ୍ଲୀର ୫ମ ବିଜୟ

ହାଇଦରାବାଦ : ଦିଲ୍ଲୀ କ୍ୟାପିଟାଲ୍‌ସ, ସନ୍‌ରାଇଜର୍ସ ହାଇଦରାବାଦକୁ ରବିବାର ୩୯ ରନ୍‌ରେ ପରାସ୍ତ କରି ପଏଣ୍ଟ ତାଲିକାର ୨ୟ ସ୍ଥାନରେ ପହଞ୍ଚିଛି।ଚଳିତ ଆଇପିଏଲ୍‌ରେ ୩ ପେସ୍ ବୋଲରଙ୍କ ସଫଳତା ବଳରେ ସନ୍‌ରାଇଜର୍ସ ହାଇଦରାବାଦକୁ ୩୯ ରନ୍‌ରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍‌ସ । କଲିନ୍ ମନ୍‌ରୋ ଓ ଅଧିନାୟକ ଶ୍ରେୟାସ ଆୟରଙ୍କ ଉପଯୋଗୀ ଇନିଂସ ବଳରେ ପ୍ରଥମେ ବ୍ୟାଟିଂକରି ଦିଲ୍ଲୀ କ୍ୟାପିଟାଲ୍‌ସ ୭ ୱିକେଟରେ ୧୫୫ ରନ୍ କରିଥିଲା। ପରେ ଡେଭିଡ୍ ୱାର୍ଣ୍ଣରଙ୍କ ଅର୍ଦ୍ଧଶତକ ସତ୍ତ୍ବେ ସନ୍‌ରାଇଜର୍ସ ୧୮.୪ ଓଭରରେ ୧୧୬ ରନ୍‌କରି ଅଲ୍ଆଉଟ ହୋଇ ଯାଇଥିଲା। ୭୨ ରନ୍‌ର ଓପ୍‌ନିଂ ଭାଗିଦାରୀ ସତ୍ତ୍ବେ ୧୫ ରନ୍‌ରେ ସନ୍‌ରାଇଜର୍ସ ଶେଷ ୮ଟି ୱିକେଟ ହରାଇ ପରାଜୟ ଭୋଗିଛି। ଦିଲ୍ଲୀ ୮ମ ମ୍ୟାଚ୍‌ରେ ୫ମ ବିଜୟ ସହ ୧୦ ପଏଣ୍ଟ ପାଇ ଦିଲ୍ଲୀ କ୍ୟାପିଟାଲ୍‌ସ ୨ୟ ସ୍ଥାନକୁ ଉନ୍ନୀତ ହୋଇଛି। ଏହାକୁ ମିଶାଇ ସନ୍‌ରାଇଜର୍ସ ୭ମ ମ୍ୟାଚ୍‌ରେ ୪ର୍ଥ ପରାଜୟ ବରଣ କରିଛି।

ଜନି ବେୟାରଷ୍ଟୋ ଓ ଡେଭିଡ୍ ୱାର୍ଣ୍ଣର ଆରମ୍ଭରୁ ଭଲ ବ୍ୟାଟିଂ କରିବାରୁ ୬ ଓଭରର ପାୱରପ୍ଲେ ଶେଷରେ ସନ୍‌ରାଇଜର୍ସ ହାଇଦରାବାଦ ବିନା ୱିକେଟରେ ୪୦ ରନ୍ କରି ପାରିଥିଲା। ୯ମ ଓଭରରେ ବେୟାରଷ୍ଟୋ ଆଉଟ ହୋଇ ଯାଇଥିଲେ। ଫଳରେ ୭୨ ରନ୍‌ର ଓପ୍‌ନିଂ ଯୋଡ଼ି ଭାଙ୍ଗି ଯାଇଥିଲା। ୩୧ ବଲ୍‌ରୁ ଗୋଟିଏ ଛକା ଓ ୫ଟି ଚୌକା ସହ ବେୟାରଷ୍ଟୋ ୪୧ ରନ୍ କରିଥିଲେ। ଚଳିତ ଟୁର୍ଣ୍ଣାମେଣ୍ଟରେ ୨ୟ ମ୍ୟାଚ୍ ଖେଳିଥିବା ଅଧିନାୟକ କେନ୍ ୱିଲିୟମ୍‌ସନ ୩ ରନ୍ କରି ପାରିଥିଲେ। ୱାର୍ଣ୍ଣର ଓ ରିକି ଭୁଇ ଧିମା ବ୍ୟାଟିଂ କରିବାରୁ ଆବଶ୍ୟକ ରନ୍‌ହାର ବଢ଼ିଥିଲା। ଫଳରେ ୭ ଓଭରରୁ ୭୨ ରନ୍ ଆବଶ୍ୟକ ଥିଲା। ରିକି ଭୁଇ ୧୨ ବଲ୍‌ରୁ ୭ ରନ୍‌ କରି ପାରିଥିଲେ। ୪୭ ବଲ୍‌ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୫୧ ରନ୍‌ର ଅନାକର୍ଷଣୀୟ ଇନିଂସ ଖେଳି ୱାର୍ଣ୍ଣର ୧୭ଶ ଓଭରରେ ଆଉଟ ହୋଇଥିଲେ। ପରବର୍ତ୍ତୀ ବଲ୍‌ରେ ବିଜୟ ଶଙ୍କର (୧) ବିଦାୟ ନେଇଥିଲେ। ଦୀପକ ହୁଡା ୩ ରନ୍ କରି ପାରିିଥିଲେ। ଏହିପରି ୨ ୱିକେଟରେ ୧୦୧ ରନ୍ କରିଥିବା ସନ୍‌ରାଇଜର୍ସ ୧୫ ରନ୍‌ରେ ଶେଷ ୮ଟି ୱିକେଟ ହରାଇ ଅଲ୍ଆଉଟ ହୋଇ ଯାଇଥିଲା। କାଗିସୋ ରାବାଡ଼ା ୪ଟି ଏବଂ କ୍ରିସ୍ ମରିସ୍ ଓ କିମୋ ପଲ୍‌ ୩ଟି ଲେଖାଏଁ ୱିକେଟ ନେଇଥିଲେ। ୧୭ ରନ୍‌ଦେଇ ୩ଟି ୱିକେଟ ନେଇଥିବା କିମୋ ପଲ୍‌ ପ୍ଲେୟର ଅଫ୍ ଦି ମ୍ୟାଚ୍ ହୋଇଥିଲେ। ସନ୍‌ରାଇଜର୍ସର ଦୁଇ ଓପ୍‌ନରଙ୍କୁ ଛାଡ଼ି କେହି ଦୁଇଅଙ୍କ ସ୍କୋର୍‌ କରି ପାରିନଥିଲେ।
ସନ୍‌ରାଇଜର୍ସ ଟସ୍ ଜିତି ଫିଲ୍‌ଡିଂର ନିଷ୍ପତ୍ତି ନେଇଥିଲା। ଚଳିତ ଆଇପିଏଲ୍‌ରେ ପ୍ରଥମ ମ୍ୟାଚ୍ ଖେଳିଥିବା ବାମହାତି ପେସ୍ ବୋଲର ଖଲିଲ ଅହମ୍ମଦ ତାଙ୍କ ପ୍ରଥମ ଓଭରରେ ସଫଳତା ପାଇଥିଲେ। ପୃଥ୍ବୀ ସ’ ୪ ରନ୍‌କରି ବିଦାୟ ନେଇଥିଲେ। ଖଲିଲ ତାଙ୍କ ୨ୟ ଓଭରରେ ଅନ୍ୟ ଓପ୍‌ନର ଶିଖର ଧାୱନ (୭)ଙ୍କୁ ମଧ୍ୟ ଆଉଟ କରି ଦେଇଥିଲେ। ଅନ୍ୟପକ୍ଷରେ ଖଲିଲଙ୍କ ପରି ଚଳିତ ଆଇପିଏଲ୍‌ରେ ପ୍ରଥମ ମ୍ୟାଚ୍ ଖେଳିଥିବା ଦିଲ୍ଲୀର ଓପ୍‌ନର କଲିନ୍ ମନ୍‌ରୋ ଭଲ ବ୍ୟାଟିଂ କରିଥିଲେ। ଶ୍ରେୟାସ ଆୟରଙ୍କ ସହ ବାମହାତି ମନ୍‌ରୋ ୩ୟ ୱିକେଟ ପାଇଁ ୪୯ ରନ୍ ଯୋଡ଼ିଥିଲେ। ମନ୍‌ରୋ ବିସ୍ଫୋରକ ବ୍ୟାଟିଂକରି ୨୪ ବଲ୍‌ରୁ ୩ଟି ଛକା ଓ ୪ଟି ଚୌକା ସହ ୪୦ ରନ୍‌କରି ବିଦାୟ ନେଇଥିଲେ। ପରେ ଋଷଭ ପନ୍ତ୍‌ଙ୍କ ସହ ଶେୟାସ ଆୟର ୪ର୍ଥ ୱିକେଟ ପାଇଁ ୮ ଓଭରରେ ୫୬ ରନ୍ ଯୋଡ଼ିଥିଲେ। ଆୟର ଜଗିରଖି ଖେଳି ୪୦ ବଲ୍‌ରୁ ୫ଟି ଚୌକା ସହ ୪୫ ରନ୍‌ କରିଥିଲେ। ୩ଟି ବଲ୍‌ ପରେ ଋଷଭ ପନ୍ତ୍‌ ଆଉଟ ହୋଇଥିଲେ। ଏହି ବାମହାତି ୧୯ ବଲ୍‌ରୁ ୩ଟି ଚୌକା ସହ ୨୩ ରନ୍ କରିଥିଲେ। ଅକ୍ଷର ପଟେଲ ୧୧ ବଲ୍‌ରୁ ୧୪ ରନ୍‌କରି ଅପରାଜିତ ଥିଲେ। ଖଲିଲ ୩ଟି ଓ ଭୁବନେଶ୍ବର ୨ଟି ୱିକେଟ ନେଇଥିଲେ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories