www.samajalive.in
Sunday, December 14, 2025
26.1 C
Bhubaneswar

ବିଶ୍ବର ସବୁଠୁ ବଡ଼ ବିମାନର ପରୀକ୍ଷାମୂଳକ ଉଡାଣ

ୱାଶିଂଟନ : ଦେଶର ସବୁଠାରୁ ବଡ ଉଡାଜାହାଜର ସଫଳ ପରୀକ୍ଷାମୂଳକ ଉଡାଣ କରାଯାଇଛି। ଶନିବାର କାଲିଫର୍ଣ୍ଣିଆର ମୋଜାଭେ ମରୁଭୂମିରେ ଏହି ପରୀକ୍ଷା କରାଯାଇଥିଲା। ଏହା ଅଢେଇ ଘଣ୍ଟା ଉଡାଣ କରିଥିଲା। ଏହି ବିମାନରେ ଦୁଇଟି ମୁଖ୍ୟ ଅଂଶ ରହିଛି। ସ୍କେଲଡ୍‌ କମ୍ପୋଜାଇଟ୍‌ ନାମକ ଏକ ଇଞ୍ଜିନିୟରିଂ କମ୍ପାନୀ ଏହି ବିମାନକୁ ନିର୍ମାଣ କରିଛି। ଏହି ବିମାନ ଡେଣାର ଲମ୍ବ ଏକ ଫୁଟବଲ୍ ପଡିଆର ଲମ୍ବ ଠାରୁ ଅଧିକ। ଏୟାରବସ୍ ଏ୩୮୦ର ଡେଣା ଠାରୁ ଦେଢଗୁଣ ଅଧିକ। ଡେଣାର ଲମ୍ବ ପ୍ରାୟ ୧୧୭ ମିଟର। ବିମାନଟି ସର୍ବାଧିକ ୩୦୪ କିମି ବେଗରେ ଗତି କରିପାରିବ ଓ ଏହା ୧୭,୦୦୦ ଫୁଟ ଉପରକୁ ଉଠି ପାରିବ। ଏଥିରେ ୬ଟି ଇଞ୍ଜିନ୍‌ ରହିଛି। ଏହି ବିମାନ ସାଧାରଣ ଯାତ୍ରୀ ପରିବହନ ଲାଗି ଉଦ୍ଦିଷ୍ଟ ନୁହେଁ। ଏହି ବିମାନକୁ ମହାକାଶକୁ ପଠାଯିବ। ରକେଟ୍‌ ମାଧ୍ୟମରେ ମହାକାଶକୁ ଉପଗ୍ରହ ପଠାଯିବା ପରିବର୍ତ୍ତେ ଏହି ବିମାନରେ ଛୋଟ ଉପଗ୍ରହ ପଠାଯିବାର ବ୍ୟବସ୍ଥା କରାଯିବ। ଏହି ବିମାନର ନାମ ରହିଛି ଷ୍ଟ୍ରାଟୋଲଞ୍ଚ। ଷ୍ଟ୍ରାଟୋଲଞ୍ଚର ତିଆରି ପାଇଁ ମାଇକ୍ରୋସପ୍ଟର ସହ ପ୍ରତିଷ୍ଠାତା ପଲ ଆଲେନ ଆର୍ଥିକ ସହାୟତା ପ୍ରଦାନ କରିଆସୁଥିଲେ। ଛୋଟ ଉପଗ୍ରହ ଉତ୍‌କ୍ଷେପଣ ପାଇଁ ଏକ ବଜାର ସୃଷ୍ଟି କରିବା ଉଦ୍ଦେଶ୍ୟରେ ପଲ୍‌ ଏହି ଅଭିଯାନ ଆରମ୍ଭ କରିଥିଲେ। ଗତବର୍ଷ ଅକ୍ଟୋବରରେ ଆଲେନଙ୍କ ପରଲୋକ ପରେ କମ୍ପାନୀର ଭବିଷ୍ୟତ ଅନିଶ୍ଚିତତା ମଧ୍ୟରେ ରହିଛି।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories