www.samajalive.in
Thursday, December 11, 2025
18.1 C
Bhubaneswar

ନିର୍ବାଚନ କମିଶନଙ୍କ ବ୍ରାଣ୍ଡ୍‌ ଆମ୍ବାସଡର ; କିନ୍ତୁ ଭୋଟର ତାଲିକାରୁ ବାଦ ପଡିଛି ଦ୍ରାବିଡଙ୍କ ନାମ

ବେଙ୍ଗାଲୁରୁ : ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଜାତୀୟ ଜୁନିୟର କ୍ରିକେଟ ଦଳର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ ସଂପ୍ରତି କର୍ଣ୍ଣାଟକ ରାଜ୍ୟ ନିର୍ବାଚନ କମିସନଙ୍କ ବ୍ରାଣ୍ଡ୍‌ ଆମ୍ବାସଡରଭାବେ ଅବସ୍ଥାପିତ ଅଛନ୍ତି। ଅଧିକ ସଂଖ୍ୟକ ଭୋଟରଙ୍କୁ ମତଦାନ କରିବା ଦିଗରେ ଆକୃଷ୍ଟ କରିବାକୁ ନିର୍ବାଚନ କମିସନଙ୍କ ତରଫରୁ ବିଭିନ୍ନ ସ୍ଥାନରେ ଲାଗିଥିବା ପୋଷ୍ଟରରେ ଦ୍ରାବିଡଙ୍କ ଫଟୋ ରହିଛି। ଏଥରେ ମତଦାନ କେନ୍ଦ୍ରକୁ ଯାଇ ଭୋଟ ଦେବାକୁ ଦ୍ରାବିଡ ଅନୁରୋଧ କରୁଛନ୍ତି। ତେବେ ଭୋଟର ତାଲିକାରୁ ଦ୍ରାବିଡଙ୍କ ନାମ ବାଦପଡିଥିବା ଘଟଣା ବର୍ତ୍ତମାନ ରାଜ୍ୟବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଛି।
ଦ୍ରାବିଡ ହେଉଛନ୍ତି ବେଙ୍ଗାଲୁରୁର ଇନ୍ଦିରା ନଗର ବାସିନ୍ଦା । ସେ ପୂର୍ବରୁ ସବୁ ନିର୍ବାଚନରେ ଭୋଟ ଦେଇସାରିଛନ୍ତି । ତେବେ ନିକଟରେ ଦ୍ରାବିଡ ସପରିବାର ଅଶ୍ବତନଗରକୁ ସ୍ଥାନାନ୍ତର ହୋଇଛନ୍ତି। ଗତ ଜାନୁଆରୀରେ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଚାଲିଥିବାବେଳେ ଇନ୍ଦିରା ନଗର ବାସଭବନରେ ରହୁଥିବା ଦ୍ରାବିଡଙ୍କ ଭାଇ ବିଜୟ ଏହି ତାଲିକାରୁ ଦ୍ରାବିଡ ଓ ଭାଉଜ ବିଜେତାଙ୍କ ନାମ ହଟାଇ ଦେଇଥିଲେ। ଉଦ୍ଦେଶ୍ୟ ଥିଲା ଯେ ଦ୍ରାବିଡ ଅଶ୍ବତନଗରରେ ପୁଣି ନିଜର ନାମକୁ ଭୋଟର ତାଲିକାରେ ସାମିଲ କରିବେ। ତେବେ କାର୍ଯ୍ୟବ୍ୟସ୍ତତା ଯୋଗୁଁ ଦ୍ରାବିଡ ନିଜ ନାମକୁ ସେଠାରେ ପଞ୍ଜୀକୃତ କରାଇପାରିନାହାନ୍ତି। ଏହି କାରଣରୁ ଏପ୍ରିଲ ୧୮ରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନରେ ଦ୍ରାବିଡ ଭୋଟଦାନରୁ ବଞ୍ଚିତ ହେବେ ବୋଲି ଜଣାପଡିଛି। ଏ ସମ୍ପର୍କରେ ନିର୍ବାଚନ ଅଧିକାରୀ କହିଛନ୍ତି ଯେ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଚାଲିଥିବାବେଳେ ବିଭାଗୀୟ କର୍ମଚାରୀ ଦ୍ରାବିଡଙ୍କ ବାସଭବନକୁ ଯାଇଥିଲେ। ତେବେ ଦ୍ରାବିଡ ସେତେବେଳେ ୟୁରୋପ ଗସ୍ତରେ ଯାଇଥିବାରୁ ତାଙ୍କ ନାମ ତାଲିକାଭୁକ୍ତ ହୋଇ ପାରିନଥିଲା।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories