www.samajalive.in
Sunday, December 7, 2025
26.1 C
Bhubaneswar

ବର ବେକରୁ ଟଙ୍କା ମାଳ ନେଇ ଫେରାର ହୋଇଥିଲା …

ନୂଆଦିଲ୍ଲୀ: ଶାହଦରା ଜିଲା କୃଷ୍ଣନଗର ଅଂଚଳରେ ବାହାଘର ପାଇଁ ଘୋଡାରେ ଯାଉଥିବା ବେଳେ ଅଚାନକ ବର ବେକରୁ ଟଙ୍କା ମାଳା ଛିଡି ପଡିଥିଲା । ମାଳାରେ ୫୦୦ ଓ ୧୦୦ ଟଙ୍କିଆ ନୋଟ୍‍ ରହିଥିଲା । ଏହି ସମୟରେ ଜଣେ ବ୍ୟକ୍ତି ଟଙ୍କା ମାଳ ଧରି ଚମ୍ପଟ ମାରିଥିଲା । ବିବାହ କାର୍ଯ୍ୟକ୍ରମ ଶେଷ ହେବାର ୭ଦିନ ପରେ ବର ତରୁଣ କୁମାର ଅଭିଯୁକ୍ତକୁ ଧରି ପୁଲିସ ଜିମା ଦେଇଛନ୍ତି । ମୁଖ୍ୟ ଅଭିଯୁକ୍ତର ନାମ ରାଜୁ ବୋଲି ଜଣାପଡିଛି । ତରୁଣ କୁମାର ବୃତ୍ତିରେ ଓକିଲ ଓ ସେ କୃଷ୍ଣାନଗରର ଗୋଣ୍ଡଲି ଗାଁରେ ରହୁଛନ୍ତି । ବିବାହ ପରେ ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ ସହିତ ଖୋଦ ତରୁଣ ମଧ୍ୟ ଲାଗିପଡିଥିଲେ । ସୋମବାର ଅଭିଯୁକ୍ତ ରାଜୁଙ୍କୁ ଗୋଣ୍ଡଲି ଗାଁରୁ ଧରିବା ପରେ ପୁଲିସକୁ ହସ୍ତାନ୍ତର କରିଥିଲେ । ପୁଲିସ ଅଧିକ ତଦନ୍ତ ଜାରି ରଖିଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ପ୍ରୟାସ କରୁଛି ।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories