www.samajalive.in
Monday, December 15, 2025
27.1 C
Bhubaneswar

ରାଜୀବଙ୍କ ‘ଭାରତ ରତ୍ନ’ ପ୍ରତ୍ୟାହାର ପାଇଁ ଦିଲ୍ଲୀ ବିଧାନସଭାରେ ପ୍ରସ୍ତାବ ଗୃହୀତ !

ନୂଆଦିଲ୍ଲୀ : ୧୯୮୪ ଶିଖ୍ ବିରୋଧୀ ଦଙ୍ଗାର ଅଭିଯୁକ୍ତମାନଙ୍କୁ ତୁରନ୍ତ ଦଣ୍ଡ ଦେବା ଓ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କଠାରୁ ଭାରତ ରତ୍ନ ପ୍ରତ୍ୟାହାର କରିବା ନେଇ ଏକ ବିବାଦୀୟ ପ୍ରସ୍ତାବ ଦିଲ୍ଲୀ ବିଧାନସଭାରେ ଗୃହୀତ ହୋଇଥିବା ଶାସକ ଆମ୍ ଆଦମୀ ପାର୍ଟି (ଆପ୍)ର ବିଧାୟକ ଜର୍ଣ୍ଣିଲ ସିିଂହ କହିଛନ୍ତି। ତେବେ ଏହାକୁ ନେଇ ଦଳ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି। ଦଳର ପ୍ରବକ୍ତା ସୌରଭ ଭରଦ୍ବାଜ କହିଛନ୍ତି ଯେ, ରାଜୀବ ଗାନ୍ଧୀଙ୍କଠାରୁ ଭାରତ ରତ୍ନ ପ୍ରତ୍ୟାହାର କରିବା ସଂକ୍ରାନ୍ତ କୌଣସି ତଥ୍ୟ ମୂଳ ପ୍ରସ୍ତାବରେ ନାହିଁ। ଏହାକୁ ଜଣେ ଦଳୀୟ ନେତା ସ୍ବତଃସ୍ଫୂର୍ତ୍ତ କହି ବୁଲୁଥିବା ସେ କହିଛନ୍ତି। ଯଦିଓ ଏହା ପ୍ରସ୍ତାବରେ ଉଲ୍ଲେଖ ନାହିଁ, ବାଚନିକ ଭୋଟରେ ଗୃହୀତ ହୋଇଥିବା ବିଧାୟକ ଜର୍ଣ୍ଣିଲ ସିିଂହ କହିଛନ୍ତି। କଂଗ୍ରେସର ଦିଲ୍ଲୀ ମୁଖ୍ୟ ଅଜୟ ମାକେନ କହିଛନ୍ତି ଯେ, ରାଜୀବ ଗାନ୍ଧୀ ଦେଶ ପାଇଁ ବଳିଦାନ କରିଛନ୍ତି। ଆପ୍ ବିଜେପିର ‘ବି’ ଟିମ୍ ଭାବେ କାର୍ଯ୍ୟ କରୁଥିବା ସେ ଅଭିଯୋଗ କରିଛନ୍ତି। ଏହି ଘଟଣାକୁ ନେଇ ଦିଲ୍ଲୀରେ ରାଜନୈତିକ ବାତାବରଣ ସରଗରମ ହୋଇ ଉଠିଛି। ଦଳର ବିଧାୟିକା ଅଳକା ଲମ୍ବା ଏ ସଂକ୍ରାନ୍ତରେ ଏକ ମିଥ୍ୟା କାଗଜପତ୍ର ​ସାମାଜିକ ଗଣମାଧ୍ୟମରେ ପ୍ରକାଶ କରିଥିବାରୁ ଆପ୍‌ ପକ୍ଷରୁ ତାଙ୍କୁ ଇସ୍ତଫା ପ୍ରଦାନ ପାଇଁ ନିର୍ଦେଶ ଦିଆଯାଇଛି। ତେବେ ସେ ବିଧାୟିକା ପଦରୁ ଇସ୍ତଫା ଦେବେ ନାହିଁ ବୋଲି ସ୍ପଷ୍ଟ ମନା କରି ଦେଇଛନ୍ତି।

Hot this week

ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ମାମଲାର ଚାର୍ଜସିଟ୍ ଦାଖଲ କରିବ ଏନଆଇଏ

ସମାଜ ଲାଇଭ ଡ଼େସ୍କ : ଆଜି ପହଲଗାଓଁ  ଆତଙ୍କବାଦୀ ଆକ୍ରମଣ ଘଟଣାରେ,...

ଭୁବନେଶ୍ୱରରେ ହେବ ଭିଜା ସେଣ୍ଟର

ସମାଜ ଡିଜିଟାଲ ଡେସ୍କ: ଭୁବନେଶ୍ୱରରେ ହେବ ‘ଗ୍ଲୋବାଲ ଭିଜା ଆପ୍ଲିକେସନ ସେଣ୍ଟର’...

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

Related Articles

Popular Categories