www.samajalive.in
Sunday, December 14, 2025
19.1 C
Bhubaneswar

ସରିଲା ମତଦାନ, ଦିଲ୍ଲୀରେ ୫୮% ମତଦାନ

ଡେସ୍କ: ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ପାଇଁ ଆଜି ଶାନ୍ତିଶୃଙ୍ଖଳାର ସହ ମତଦାନ ଶେଷ ହୋଇଥିବା ବେଳେ ଅପରାହ୍ନ ୫ଟା ସୁଦ୍ଧା ପାଖାପାଖି ୫୮% ମତଦାନ ହୋଇଛି। ଆସନ୍ତାକାଲି ସକାଳ ସୁଦ୍ଧା ସମ୍ପୂର୍ଣ୍ଣ ମତଦାନ ପ୍ରତିଶତ ମିଳିବା ଆଶା କରାଯାଉଛି। ସୂଚନା ଅନୁଯାୟୀ, ଉତ୍ତର ପୂର୍ବ ଦିଲ୍ଲୀରେ ସର୍ବାଧିକ ୬୪% ମତଦାନ ହୋଇଥିବା ବେଳେ ଦକ୍ଷିଣ ପୂର୍ବ ଜିଲ୍ଲାରେ ସର୍ବନିମ୍ନ ୫୪% ମତଦାନ ହୋଇଛି। ଶାହଦରା ଜିଲ୍ଲାରେ ୬୧%ରୁ ଅଧିକ ମତଦାନ ହୋଇଛି। ଉତ୍ତର ଦିଲ୍ଲୀରେ ପାଖାପାଖି ୫୮% ଓ ଉତ୍ତର ପଶ୍ଚିମରେ ୫୮%ରୁ ଅଧିକ ମତଦାନ ହୋଇଛି। ଆଜି ଇଭିଏମରେ ଯେଉଁ ପ୍ରମୁଖ ନେତାଙ୍କ ଭାଗ୍ୟ ସିଲ୍ ହୋଇଛି ସେମାନଙ୍କ ମଧ୍ୟରେ ଅଛନ୍ତି ଆମ୍ ଆଦମୀ ପାର୍ଟିର ଅରବିନ୍ଦ କେଜ୍ରିୱାଲ, ଆତିଶୀ, ମନୀଷ ସିସୋଦିଆ ଏବଂ ବିଜେପିର ପରବେଶ ବର୍ମା, ବିଜେନ୍ଦର ଗୁପ୍ତା, ଅରବିନ୍ଦର ସିଂହ ଲଭଲି ଏବଂ ରମେଶ ବିଧୁରୀ। କଂଗ୍ରେସ ପକ୍ଷରୁ ଦେବେନ୍ଦ୍ର ଯାଦବ, ସନ୍ଦୀପ ଦୀକ୍ଷିତ ଓ ଅଲକା ଲାମ୍ବା ଏହି ନିର୍ବାଚନରେ ପ୍ରମୁଖ ଦାବିଦାର ଅଛନ୍ତି।

ଜାତୀୟ ରାଜଧାନୀରେ ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ମତଦାନ କେନ୍ଦ୍ରରେ ଅସୁବିଧା ମୁକ୍ତ ମତଦାନ ପାଇଁ ବିଭିନ୍ନ ବ୍ୟବସ୍ଥା ଓ ସୁବିଧା ଯୋଗାଇ ଦିଆଯାଇଥିଲା। ଶନିବାର ଭୋଟ୍ ଗଣତି ହେବ। ତାମିଲନାଡୁର ଇରୋଡ-ଇଷ୍ଟ ଏବଂ ଉତ୍ତରପ୍ରଦେଶର ମିଲ୍କିପୁର ବିଧାନସଭା ଆସନରେ ମଧ୍ୟ ଉପନିର୍ବାଚନ ପାଇଁ ମତଦାନ ହୋଇଥିଲା। ଅପରାହ୍ନ ୫ଟା ସୁଦ୍ଧା ଇରୋଡ-ଇଷ୍ଟରେ ୬୪.୦୨% ଓ ମିଲ୍କିପୁରରେ ୬୫.୨୫% ମତଦାନ ହୋଇଛି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories