www.samajalive.in
Sunday, December 7, 2025
26.1 C
Bhubaneswar

ଷ୍ଟେସନରୁ ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଠାବ, ସ୍ଥାନୀୟଲୋକଙ୍କ ରେଳରୋକ

ଡେଲାଙ୍ଗ: କଣାସ ରେଳ ଷ୍ଟେସନ ନିକଟରୁ ଜଣେ ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର ହୋଇଛି । ରେଳ ଧାରଣା ନିକଟରେ ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ପଡି ରହିଥିବା ବେଳେ କୁକୁର, ବିଲୁଆ ଓ କୁଆ ଏହାକୁ ଟାଣିଟାଣି ଖାଉଥିବା ସ୍ଥାନୀୟ ଲୋକେ ରବିବାର ସକାଳେ ଦେଖିବାକୁ ପାଇଥିଲେ । ଏହି ଘଟଣା ବିଷୟରେ ଷ୍ଟେସନ୍‌ ମାଷ୍ଟର ଓ ଜିଆର୍‌ପି ପୁଲିସ ନିକଟରେ କୌଣସି ଖବର ନଥିଲା । ସ୍ଥାନୀୟଲୋକଙ୍କ ଠାରୁ ଖବର ପାଇ ମଧ୍ୟ ଷ୍ଟେସନ୍‌ ମାଷ୍ଟର ଏହାକୁ ଗୁରୁତ୍ବ ଦେଇନଥିଲେ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହି ଘଟଣାକୁ କେନ୍ଦ୍ର କରି ଉତ୍ତ୍ୟକ୍ତଲୋକେ ରେଳ ରୋକ କରିଥିଲେ । ରବିବାର ସକାଳ ୮ଟା ୫୫ ମିନିଟରୁ ୧୦ଟା ୪୦ ପର୍ଯ୍ୟନ୍ତ ରେଳରୋକ କରାଯାଇଥିଲା । ପୁରୀ-କଟକ-ପୁରୀ ପାସେଞ୍ଜର ଟ୍ରେନ୍‌ ଲେବେଲ୍‌ କ୍ରସିଂ ଉପରେ ଘଣ୍ଟା ଘଣ୍ଟା ଧରି ଅଟକି ରହିଥିଲା। ଫଳରେ ଡେଲାଙ୍ଗ-କଣାସ ସଡ଼କ ପଥରେ କିଛି ସମୟ ପାଇଁ ଯୋଗାଯୋଗ ସମ୍ପୂର୍ଣ୍ଣ ବନ୍ଦ ହୋଇ ଯାଇଥିଲା । ପରେ ଘଟଣାସ୍ଥଳରେ ସ୍ଥାନୀୟ ପୁଲିସ ଓ ଜିଆରପି ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରେଳରୋକ ହଟିଥିଲା । ଏହା ସହ ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପୁରୀ ପଠାଇ ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

- Advertisement -

ସୂଚନାଯୋଗ୍ୟ, ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଡେଲାଙ୍ଗ ଥାନା ଅନ୍ତର୍ଗତ ଜଗଦଳପୁର ଗ୍ରାମର ୨୭ ବର୍ଷିୟ ଧୀରେନ କୁମାର ରାଉତରାୟ । ସେ  ଶନିବାର ରାତିରେ ଅନ୍ୟ ଉକ୍ତ ଷ୍ଟେସନ୍‌ ମାଷ୍ଟର ଓ ଷ୍ଟେସନର ଅନ୍ୟ କର୍ମଚାରୀଙ୍କ ସହ ଭୋଜିଭାତ କରି ଖାଇଥିଲେ ସ୍ଥାନୀୟଲୋକ କହିଛନ୍ତି । ତେବେ ରବିବାର ସକାଳେ ତାଙ୍କ ମୃତଦେହ ମିଳିବାକୁ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି । ନିଶାଶକ୍ତ ଅବସ୍ଥାରେ ସେ ଟ୍ରେନରେ କଟି ପ୍ରାଣ ହରାଇଛନ୍ତି କିମ୍ବା କେହି ତାଙ୍କୁ ହତ୍ୟା କରିଛି ତାହା ଏବେ ସନ୍ଦେହ ଘେରରେ ରହିଛି । ଏହି ଘଟଣାରେ ପୁଲିସ ତଦନ୍ତ ଆରମ୍ଭ କରିଛି ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories