www.samajalive.in
Tuesday, December 9, 2025
16.1 C
Bhubaneswar

କେନାଲରୁ ଉଦ୍ଧାର ପରେ ଡିଆଁ ମାରିଲା ହରିଣ

ପିପିଲି : କେନାଲ ଜଳ ମଧ୍ୟରେ ଫସି ଯାଇଥିବା ଏକ ଚିତ୍ରା ହରିଣକୁ ଅଗ୍ନିଶମ ବିଭାଗ ଉଦ୍ଧାର କରିବା ପରେ ହରିଣଟି ଡିଆଁ ମାରି ଖସି ପଳାଇବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ଏହି ହରିଣକୁ ଧରି ସୁରକ୍ଷିତ ସ୍ଥାନରେ ଛାଡିବା ପାଇଁ ବନବିଭାଗର ପକ୍ଷରୁ ପ୍ରୟାସ ଜାରି ରହିଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ଓରକଳ ପଞ୍ଚାୟତର ଗୋବର୍ଦ୍ଧନପୁର ଗ୍ରାମପାର୍ଶ୍ବରେ ଥିବା କଣାସ ବ୍ରାଞ୍ଚ କେନାଲ ଜଳରେ ଏକ ଚିତ୍ରା ହରିଣ ଫସି ରହିଥିବା ସଂପର୍କରେ ଆଜି ସକାଳେ ଗ୍ରାମବାସୀମାନେ ଦେଖିବା ପରେ ବନ ବିଭାଗ ଓ ପିପିଲି ଦମକଳ ବାହିନୀକୁ ଖବର ଦେଇଥିଲେ। ପିପିଲି ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଅତି ସତର୍କତାର ସହ କେନାଲ ପାଣି ମଧ୍ୟରୁ ଏହି ହରିଣକୁ ଉଦ୍ଧାର କରିଥିଲେ। ହରିଣକୁ ଏକ ଖୋଲା ସ୍ଥାନରେ ରଖାଯାଇଥିବା ବେଳେ ତାର ଗୋଡକୁ ଦଉଡିରେ ବନ୍ଧା ଯାଇଥିଲା। ତାକୁ ଦେଖିବା ପାଇଁ ଦେଖଣାହାରୀଙ୍କ ଭିଡ ଜମିଥିଲା। ହରିଣର ଗୋଟିଏ ଗୋଡର ଖୁରାରେ ଆଘାତ ଲାଗି ରକ୍ତସ୍ରାବ ହେଉଥିବା କୁହାଯାଉଛି। ଉକ୍ତ ହରିଣକୁ ଜିମା ଦେବା ପାଇଁ ବନବିଭାଗର କର୍ମଚାରୀଙ୍କୁ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଅପେକ୍ଷା କରିଥିଲେ। ତେବେ ହରିଣର ପିଠିରେ କେହିଜଣେ ହାତ ମାରିଦେବାରୁ ହରିଣଟି ସେଠାରୁ ଡିଆଁ ମାରି ପଳାଇ ଯାଇଥିଲା। ନିକଟବର୍ତ୍ତି ଏକ ବାଉଁଶ ଜଙ୍ଗଲ ମଧ୍ୟରୁ ହରିଣଟି ଦଉଡି ଲାଗିଯିବା ପରେ ତାକୁ ଉଦ୍ଧାର କରିବାକୁ ଉଭୟ ବନବିଭାଗ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଦୀର୍ଘ ସମୟ ଧରି ଖୋଜାଖୋଜି କରି ନିରାଶ ହୋଇଥିଲେ। ବନ ବିଭାଗର ଫରେଷ୍ଟର ସୁଶାନ୍ତ କୁମାର ସ୍ୱାଇଁ ଓ ଫରେଷ୍ଟ ଗାର୍ଡ ବିଶ୍ୱନାରାୟଣ ମିଶ୍ର ପ୍ରମୁଖ ସନ୍ଧ୍ୟା ପର୍ଯ୍ୟନ୍ତ ହରିଣକୁ ଖୋଜୁଥିବାର ପରିଲକ୍ଷିତ ହୋଇଥିବା ବେଳେ ହରିଣର ଗତିବିଧି ଉପରେ ବନବିଭାଗ ପକ୍ଷରୁ ଲକ୍ଷ୍ୟ ରଖାଯାଉଥିବା ସଂପର୍କରେ ଫରେଷ୍ଟର ଶ୍ରୀସ୍ୱାଇଁ ସୂଚନା ଦେଇଛନ୍ତି। ଏହି ହରିଣଟି ସେଠାରେ ୩/୪ଦିନ କାଳ ବୁଲାବୁଲି କରୁଥିବାର ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ମିଳିଥିବା ବେଳେ ପାଣି ପିଇବା ପାଇଁ ହରିଣଟି କେନାଲ ମଧ୍ୟକୁ ଯାଇ ଫସି ଯାଇଥିବାର ଅନୁମାନ କରାଯାଉଛି।

Hot this week

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

କଟାମୁଣ୍ଡ ପାଇଁ ଲଙ୍କାକାଣ୍ଡ: ଏମଭି -୨୬ ଗାଁ ଛାରଖାର

ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ପୋଟେରୁ ନଦୀର ଡୁଡାମେଟଲା...

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

Related Articles

Popular Categories