www.samajalive.in
Monday, December 15, 2025
27.1 C
Bhubaneswar

ଦେବରାୟ ନୟାପଲ୍ଲୀ ମହାବିଦ୍ୟାଳୟର ‘ନୂଆ-ଓ, ଯୁବ ଓଡ଼ିଶା’ ଉଦଯାପିତ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କର ‘ନୂଆ-ଓ, ଯୁବ ଓଡ଼ିଶା’, ନବୀନ ଓଡ଼ିଶା ଆନୁକୂଲ୍ୟରେ ଦୀର୍ଘ ଦେଢ ମାସ ଧରି ଦେବରାୟ ମହାବିଦ୍ୟାଳୟର ଉଭୟ +୨ ଓ +୩ ବିଭାଗର ଅନୁଷ୍ଠିତ ହୋଇଆସୁଥିବା ସାଂସ୍କୃତିକ ଓ କ୍ରୀଡା ପ୍ରତିଯୋଗିତା ଗୁଡ଼ିକର ପୁରସ୍କାର ବିତରଣ ଉତ୍ସବ ତଥା ଉଦଯାପନୀ ଉତ୍ସବ ଆଜି ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ସମ୍ମାନିତ ଅତିଥି ଭାବେ ବିଧାୟକ ଭୁବନେଶ୍ୱର (ମଧ୍ୟ) ଅନନ୍ତ ନାରାୟଣ ଜେନା, ଚିନ୍ମୟ ଆଚାର୍ଯ୍ୟ, ଉପଜିଲ୍ଲାପାଳ, ଭୁବନେଶ୍ୱର,  ପଦ୍ମଜା ପ୍ରିୟଦର୍ଶିନି- କର୍ପୋରେଟର ୱାର୍ଡ ନଂ-୩୮ ପ୍ରମୁଖ ଯୋଗ ଦେଇଥିଲେ ।

ଉଚ୍ଚଶିକ୍ଷା ମନ୍ତ୍ରୀ ମହାବିଦ୍ୟାଳୟର ପରିବେଶକୁ ଉଚ୍ଚ ପ୍ରଶଂସା କରିବା ସହ ଛାତ୍ରଛାତ୍ରୀମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ବିଧାୟକ ଓ ସମ୍ମାନୀୟ ଉପ ଜିଲ୍ଲାପାଳ ସେମାନଙ୍କ ଅଭିଭାଷଣରେ ମହାବିଦ୍ୟାଳୟର ଶୃଙ୍ଖଳିତ ପରିବେଶକୁ ପ୍ରଶଂସା କରିବା ସହ ଛାତ୍ରଛାତ୍ରୀମାନେ ଶୃଙ୍ଖଳିତ ହେଲେ ସେମାନେ ଲକ୍ଷ୍ୟସ୍ଥଳରେ ପହଞ୍ôଚପାରିବେ ବୋଲି କହିଥିଲେ । ଅଧ୍ୟକ୍ଷା ଡଃ ରୀନା ଘଡ଼େଇ ତାଙ୍କର ସ୍ୱାଗତ ଭାଷଣରେ ଅଧ୍ୟାପକ-ଅଧ୍ୟାପିକା, ଛାତ୍ରଛାତ୍ରୀମାନଙ୍କ କୃତ୍ତିତ୍ୱ ଓ ପ୍ରତିଭା ସମ୍ପର୍କରେ କହିଥିଲେ । ନୋଡାଲ୍ ଅଫିସର ଦେବାଂଶୁ ପ୍ରାମାଣିକ ଓ ସୁରଥ କୁମାର ଦାସ ମଞ୍ଚ ପରିଚାଳନା କରିବା ସହ କାମଦେବ ହୋତା ମହାବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ । ପ୍ରାଧ୍ୟାପିକା ମମତା ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହାପରେ ଛାତ୍ରଛାତ୍ରୀମାନଙ୍କର ନୃତ୍ୟ ଓ ଗୀତର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Hot this week

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

Related Articles

Popular Categories