www.samajalive.in
Monday, December 15, 2025
26.1 C
Bhubaneswar

ନୂଆ-ଓଡ଼ିଶା କାର୍ଯ୍ୟକ୍ରମ: କ୍ରିକେଟ ଖେଳକୁ ନେଇ ବିବାଦ, ବିଡିଓଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଲେ ଖେଳାଳି

ପାଟଣା: ପାଟଣା ବ୍ଲକ ସ୍ତରୀୟ ନୂଆ ଓଡ଼ିଶା କ୍ରିକେଟ ପ୍ରତିଯୋଗିତା ପାଇଁ ଆଜି ସକାଳ ୧୦ଟା ସମୟରେ ଏହି ବ୍ଲକ ଅନ୍ତର୍ଗତ ମୂଷାଖୋରୀ ଖେଳ ପଡ଼ିଆରେ ବାଲିବନ୍ଧ ଦଳ ପହଞ୍ଚି ଥିଲେ। ତେବେ ପ୍ରତିଦ୍ୱନ୍ଦୀ ଅଙ୍କୁରା ଦଳ ପାଖାପାଖି ଦେଢଘଣ୍ଟା ବିଳମ୍ବ ରେ ସେଠାରେ ପହଞ୍ଚି ବାରୁ ବିବାଦ ସୃଷ୍ଟି ହୋଇଥିଲା। ବାଲିବନ୍ଧ ଦଳକୁ ବିନା ଖେଳରେ ବିଜୟୀ ଘୋଷଣା କରିବାକୁ ଖେଳାଳିମାନେ ଦାବି କରିଥିଲେ। ପରିଚାଳନା ଦାୟିତ୍ୱ ଥିବା ପିଇଓ ଅକ୍ଷୟ କୁମାର ସାହୁ ଏଥିରେ ରାଜି ନହେବାରୁ ବାଲିବନ୍ଧ ଦଳର ଖେଳାଳିମାନେ ପାଟଣା ବ୍ଲକ କାର୍ଯ୍ୟାଳୟକୁ ଯାଇ ଧାରଣା ଦେଇଥିଲେ। ତେବେ ବ୍ଲକ ପ୍ରଶାସନ ପକ୍ଷରୁ ଖେଳାଳି ମାନଙ୍କ ସହ ଆଲୋଚନା ପରେ ଆଜିର ଖେଳକୁ ଆସନ୍ତା କାଲି ଅର୍ଥାତ ଶୁକ୍ରବାରକୁ ଘୁଞ୍ଚାଇ ଦିଆଯାଇଛି। ଦୁଇଦିନ ଧରି ସେମାନେ ଖେଳ ପଡିଆକୁ ଆସିବା ନିଶ୍ଚିତ ହେଉଥିବାରୁ ସେମାନଙ୍କୁ ଦୁଇଦିନର ଖାଇବା ଓ ଯାତାୟାତ ଖର୍ଚ୍ଚ ଦିଆଯିବାକୁ ବାଲିବନ୍ଧ ଦଳ ଦାବି କରିଛନ୍ତି।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories