nua o banner

ଜୁନ ୫ରୁ ବାସଚ୍ୟୁତ ସୁରକ୍ଷା ସମିତିର ସମୁହ ଧାରଣା

BJD Bijuli 480×75 Mob

ଦେବଗଡ଼:ଦେବଗଡ ପୌରାଞ୍ଚଳର ପ୍ରଧାନପାଟ ଠାରେ ଆଜି ରେଙ୍ଗାଳି ବାସଚ୍ୟୁତ ସୁରକ୍ଷା ସମିତିର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ରେଙ୍ଗାଳି ବାସଚ୍ୟୁତ ସୁରକ୍ଷା ସମିତିର ସ୍ଥାୟୀ ସଭାପତି ନେତ୍ରାନନ୍ଦ ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ରେଙ୍ଗାଳି ବହୁମୁଖି ପ୍ରକଳ୍ପ ଦ୍ୱାରା ବିସ୍ଥାପିତ ଲୋକଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯିବା ସହ ସେମାନଙ୍କର ଦାବୀ ପୁରଣ ନେଇ ରାଜ୍ୟ ସରକାରଙ୍କ ଟାଳଟୁଳ ନୀତିର ଦୃଢ ସମାଲୋଚନା କରାଯାଇଥିଲା। ଏଥିସହ ଆଗାମୀ ଜୁନ ୫ ତାରିଖ ଠାରୁ ସୁରକ୍ଷା ସମିତି ପକ୍ଷରୁ ପ୍ରତ୍ୟହ ଧାରଣା ଦିଆଯିବା ପାଇଁ ସର୍ବ ସମ୍ମତି କ୍ରମ ନିଷ୍ପତ୍ତି ନିଆଯାଇଥିଲା। ଏଥିସହ ଦାବୀ ପୁରଣ ନହେବା ପର୍ଯ୍ୟନ୍ତ ଏହି ସମୂହ ଗଣଧାରଣା ଜାରୀ ରଖିବାକୁ ନିଷ୍ପତ୍ତି ନିଅଯାଇଥିଲା। ଆଜିର ଏହି ଜରୁରୀ ବୈଠକରେ ରେଙ୍ଗଳି ବାସଚ୍ୟୁତ ସୁରକ୍ଷା ସମିତିର ରଞ୍ଜନ କୁମାର ସାହୁ, ଚୌଧୁରୀ ବେହେରା,ଦିବ୍ୟ ଶଙ୍କର ଦ୍ୱିବେଦୀ ଓ କିଶୋର ଚନ୍ଦ୍ର ସାମଲଙ୍କ ସମେତ ବହୁ ସଦସ୍ୟ ଏବଂ କର୍ମକର୍ତ୍ତା ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କିଥିଲେ।

Comments are closed.