ଦେବଗଡ : ଜିଲ୍ଲା ଯୁବ ଏକତା ମଞ୍ଚ ପକ୍ଷରୁ ଆଜି ୧୨ ଘଣ୍ଟିଆ ଦେବଗଡ ବନ୍ଦ। ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୋଠାରେ ୨୪ ଘଣ୍ଟିଆ ସ୍ଵାସ୍ଥ୍ୟସେବା ଦାବିରେ ବନ୍ଦ ପାଳନ କରାଯାଉଛି। ଏହାର ପ୍ରଭାବରେ ସହରର ସବୁ ଅଫିସ, ଦୋକାନ ବଜାର ସବୁ ବନ୍ଦ ରହିବା ସହ ଯାନବାହାନ ଚଳାଚଳ ଠପ୍ ରହିଛି। ପୂର୍ବରୁ ଜିଲ୍ଲା ଯୁବ ଏକତା ମଞ୍ଚ ପକ୍ଷରୁ ସ୍ଥାନୀୟ ଗୋପାଳଜୀଉ ମନ୍ଦିର ପରିସରରେ ବୈଠକ ବସିଥିଲା। ସେଥିରେ ସର୍ବସମ୍ମତି କ୍ରମେ ବନ୍ଦ ପାଳନ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏହି ବନ୍ଦ ପାଳନ କୁ ବିଭିନ୍ନ ରାଜନୈତିକ ଦଳ ଓ ସାମାଜିକ ସଂଗଠନ ସମର୍ଥନ କରିଛନ୍ତି। ଆଜି ସକାଳୁ ୪୯ ନଂ ଜାତୀୟ ରାଜପଥରେ ପିକେଟିଂ କରାଯାଉଥିବା ଦେଖିବାକୁ ମିଳିଛି।
Popular Categories



