www.samajalive.in
Friday, December 5, 2025
23.1 C
Bhubaneswar

ଗୁରୁବାର ରାଶିଫଳ: ପ୍ରଭାବଶାଳୀ ହେବେ ଏହି ରାଶି

ମେଷ: ଜଗତ ପିତାଙ୍କୁ ସ୍ମୃତିପୂର୍ବକ ନାନା ସୁଖର ଅଧିକାରୀ ହୋଇପାରନ୍ତି। ବିଶାଳ ଯଶ ଅର୍ଜନ କରି ମହାନ୍‌ କୀର୍ତ୍ତିସ୍ତମ୍ଭ ସ୍ଥାପନ କରିବେ। ଶତ୍ରୁ ଉପରେ ବିଜୟ ହାସଲ କରିବେ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିବେ।

ବୃଷ: ବିନୟୀ ଭାବସମ୍ପନ୍ନ ହୋଇପାରନ୍ତି। ବହୁ ମିତ୍ରାର୍ଜନେ ତତ୍ପର ହେବେ। ପ୍ରଥିତ ପ୍ରତାପସମ୍ପନ୍ନ ହୋଇପାରନ୍ତି। ଦ୍ବିଜମାନଙ୍କ ପ୍ରତି ଦୃଢ଼ ଅନୁରକ୍ତି ରହିବ। ଦୃଢ଼ ପୌରୁଷର ଅଧିକାରୀ ହେବେ। କର୍ମଠ ହେବେ।

- Advertisement -

ମିଥୁନ: ଦାନକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି। ସଦା ସନ୍ମାର୍ଗୀ ହୋଇ ରହିବେ। ସନ୍ତାନ ସୁଖ ମିଳିବ। ଜଣେ ସତ୍‌ଚରିତ୍ରଙ୍କୁ ପ୍ରାଣପ୍ରିୟା ଭାବେ ଗ୍ରହଣ କରିବେ। ଧନବାନ୍‌ ହେବେ। ନୀତିନିଷ୍ଠ ହେବେ।

କର୍କଟ: ଭ୍ରମଣ ବ୍ୟର୍ଥ ହୋଇପାରେ। ସୁଖ ମିଳିବ। କଷ୍ଟସାଧ୍ୟ ହେବ। ପତ୍ନୀଙ୍କ ବିରାଗ ଭାଜନ ହୋଇପାରନ୍ତି। ଆଗକୁ ବଢ଼ିବାରେ ବାଧା ଉପୁଜିପାରେ। ଜଗିରଖି ଚଳିଲେ ବିପଦମୁକ୍ତ ରହିବେ।

ସିଂହ: ମହିଳାମାନଙ୍କୁ ମାତୃବତ୍‌ ବିବେଚନା କରି ସନ୍ତୁଷ୍ଟ ଓ ସହାୟତା ପ୍ରଦାନ କରିପାରନ୍ତି। ନିଜର ସ୍ବଭାବ ସୁଲଭ ଗୁଣରେ ସେବା ବ୍ରତ ଆଚରଣ କରିବେ। ଆଦରଣୀୟ ବ୍ୟକ୍ତିବିଶେଷଭାବେ ସମସ୍ତଙ୍କ ପ୍ରିୟ ହେବେ।

କନ୍ୟା: ନିଜର ସହନଶୀଳ ଗୁଣ ଯୋଗଁୁ ଶତ୍ରୁତାର ଅବସାନ ଘଟିବ। ଆପଣଙ୍କ ପରିଶୋଧ ମନୋବୃତ୍ତିରେ ସନ୍ତୁଷ୍ଟ ହୋଇ ଋଣଦାତା କୋହଳ ମନୋଭାବ ପୋଷଣ କରିପାରନ୍ତି। ଦିନଟି ସମୃଦ୍ଧିପୂର୍ଣ୍ଣ ହେବ।

ତୁଳା: ସନ୍ତାନମାନେ ଆପଣଙ୍କ ବିନା ସହାୟତାରେ ନିଜ ଗୋଡ଼ରେ ଛିଡ଼ା ହେବାର ପ୍ରୟାସ ଜାରି ରଖିବେ। ପତ୍ନୀଙ୍କ ହେପାଜତରେ ସେମାନେ ଏକୁ ଆରେକ ବଳୀୟାନ୍‌ ହୋଇପାରନ୍ତି। କର୍ମଯୋଗୀ ହୋଇପାରନ୍ତି।

ବିଛା: ନାରୀ ହୋଇଥିଲେ ବି ପୁରୁଷ ସ୍ବଭାବସମ୍ପନ୍ନ ହୋଇପାରନ୍ତି। ଯେଉଁ କାର୍ଯ୍ୟକୁ ବଳବାନ୍‌ ପୁରୁଷମାନଙ୍କ ପାଇଁ କଷ୍ଟସାଧ୍ୟ ହେବ ସେହି କାର୍ଯ୍ୟକୁ ଆପଣ ଅକ୍ଲେଶରେ ସାଧନ କରି ପାରିବେ।

ଧନୁ: ନିରୀହ ସ୍ବଭାବସମ୍ପନ୍ନ ହୋଇପାରନ୍ତି। ପ୍ରମାଦହୀନ ହେବେ। ବହୁ ସାଧୁ ସେବା କରି ଆଶୀର୍ବାଦଯୁକ୍ତ ହେବେ। ମିତ୍ରାର୍ଜନେ ତତ୍ପରତା ପ୍ରକାଶ ପାଇବ। ନିର୍ଭରଶୀଳ ନ ହୋଇ ସ୍ବକର୍ତ୍ତବ୍ୟ ସମ୍ପାଦନ କରିବେ।

ମକର: ଦାରିଦ୍ର୍ୟ ଦୂରୀକରଣରେ ତତ୍ପରତା ପ୍ରକାଶ ପାଇବ। ବିଧର୍ମୀମାନଙ୍କୁ ଉଚିତ ଶିକ୍ଷା ଦେଇ ପାଖରୁ ଅନ୍ତର କରିବାରେ ସିଦ୍ଧହସ୍ତ ହେବେ। ଧନ ପ୍ରାପ୍ତି ନିମନ୍ତେ ବନ୍ଧୁଙ୍କ ସହ ବିବାଦଶୀଳ ହୋଇପାରନ୍ତି।

କୁମ୍ଭ: ପରଧନ ପାଇଁ ନିର୍ଲୋଭ ମନୋବୃତ୍ତିର ହୋଇପାରନ୍ତି। ସ୍ବଅର୍ଜିତ ଧନରେ ଧନୀ ହେବେ। ଶକ୍ତିପ୍ରିୟ ହୋଇପାରନ୍ତି। ଦୀର୍ଘଜୀବୀ ହେବେ। ରାଜନୀତିଜ୍ଞ ହୋଇପାରନ୍ତି। ଶତ୍ରୁ ବିନାଶକ ହେବେ। ଧନ ମିଳିପାରେ।

ମୀନ: ଆଳସ୍ୟ ପରାୟଣ ହୋଇପାରନ୍ତି। ପ୍ରଭାବଶାଳୀ ହେବେ। ପୁରଷାର୍ଥୀ ହୋଇପାରନ୍ତି। ବିଦେଶ ବ୍ୟବସାୟୀ ଥିଲେ ପ୍ରଚୁର ଲାଭ ପ୍ରାପ୍ତିର ସୂଚନା ମିଳୁଛି। ପତ୍ନୀ ସୁନ୍ଦରୀ ଓ ସୌଭାଗ୍ୟବତୀ ହେବେ।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories