www.samajalive.in
Friday, December 5, 2025
17.1 C
Bhubaneswar

ଡେରାବିଶ ସିଡିପିଓଙ୍କୁ ଅପସାରଣ

ଡେରାବିଶ: ଡେରାବିଶ ସିଡିପିଓ ମହିଳା ଓ ଶିଶୁ ବିକାଶ ବିଭାଗ ଅଫିସରେ ମହିଳା କିରାଣୀଙ୍କୁ ନିର୍ଯ୍ୟାତନା ଘଟଣା। ସିଡିପିଓ ସ୍ନେହଲତା ସାହୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସରକାର ଏହି ଘଟଣାରେ ସିଡିପିଓଙ୍କୁ ବ୍ଲକ ଅଫିସରୁ ଅପସାରଣ କରିଛନ୍ତି। ଏ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି। ନୀରପେକ୍ଷ ତଦନ୍ତ ପାଇଁ ତାଙ୍କୁ ବ୍ଲକ ଅଫିସରୁ ଅପସାରଣ କରାଯାଇଛି। ସିଡିପିଓଙ୍କ ନିର୍ଯ୍ୟାତନା ଯୋଗୁଁ କିରାଣୀଙ୍କ ଗର୍ଭନଷ୍ଟ ହୋଇଥିବାର ଅଭିଯୋଗ ଥିଲା। ଏ ନେଇ ଜିଲ୍ଲାପାଳଙ୍କୁ ଉପମୁଖ୍ୟମନ୍ତ୍ରୀ ତଦନ୍ତ ନିର୍ଦେଶ ଦେଇଥିଲେ।

ସୂଚନା ଅନୁସାରେ କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ମହିଳା ଓ ଶିଶୁ ବିକାଶ ବିଭାଗରେ କାର୍ଯ୍ୟରତ ବରିଷ୍ଠ କିରାଣି ବର୍ଷା ପ୍ରିୟଦର୍ଶିନୀ ମହାପାତ୍ର ୭ମାସର ଗର୍ଭବତୀ ଥାଇ ମଧ୍ୟ ନିୟମିତ କାର୍ଯ୍ୟାଳୟକୁ ଆସି କାର୍ଯ୍ୟ କରୁଥିଲେ। ଗତ ଶୁକ୍ରବାର କାର୍ଯ୍ୟାଳୟରେ ବର୍ଷାଙ୍କର ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ସେ ଡାକ୍ତରଖାନା ଯିବା ପାଇଁ ବିଭାଗୀୟ ଅଧିକାରୀ ସିଡିପିଓ ସ୍ନେହଲତା ସାହୁଙ୍କୁ ନିବେଦନ କରିଥିଲେ। ମାତ୍ର ସେ ତାଙ୍କୁ ଏଥିପାଇଁ ଅନୁମତି ନ ଦେଇ ଦୁର୍ବ୍ୟବହାର କରିଥିଲେ। ଏହାପରେ ଗର୍ଭ ଯନ୍ତ୍ରଣାରେ ସେ ଅସୁସ୍ଥ ହୋଇପଡିଥିଲେ। ଏ ବିଷୟରେ ସମ୍ପର୍କୀୟମାନେ ଖବର ପାଇ ତାଙ୍କୁ ଗୁରୁତର ଅବସ୍ଥାରେ କେନ୍ଦ୍ରାପଡ଼ାର ଏକ ଘରୋଇ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଗର୍ଭରେ ଥିବା ନବଜାତକର ମୃତ୍ୟୁ ଘଟିଥିବା ଡାକ୍ତର ସୂଚନା ଦେଇଥିଲେ। ମହିଳା ଜଣକ ଏବେ ସେହି ଡାକ୍ତରଖାନାରେ ଚିକିତ୍ସିତ ଅଛନ୍ତି। ଏ ନେଇ ଜିଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ଅଭିଯୋଗ ଶୁଣାଣିରେ ପୀଡିତାଙ୍କ ପରିବାର ଲୋକେ ଜିଲାପାଳଙ୍କୁ ଲିଖିତ ଅଭିଯୋଗ କରିବା ସହ ନ୍ୟାୟ ଭିକ୍ଷା କରି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିବେଦନ କରିଥିଲେ।  ତେବେ ଏହି ଘଟଣାରେ ଉପମୁଖ୍ୟମନ୍ତ୍ରୀ ତଦନ୍ତ ନିର୍ଦେଶ ଦେବା ସହ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀଙ୍କୁ ତଦନ୍ତ ଦାୟିତ୍ଵ ଦିଆଯାଇଥିଲା। ଆଜି ଘଟଣାରେ ଡେରାବିଶ ସିଡିପିଓଙ୍କୁ ଅପସାରଣ କରାଯାଇଛି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

Related Articles

Popular Categories