www.samajalive.in
Monday, December 8, 2025
16.1 C
Bhubaneswar

ଆମେରିକାରେ ଭାରତୀୟ ଛାତ୍ରଙ୍କୁ ହତ୍ୟା ବଢ଼ୁଛି

ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକାରେ ବଢ଼ିଚାଲିଛି ଭାରତୀୟଙ୍କ ଅପମୃତ୍ୟୁ। ଚଳିତ ବର୍ଷ ତିନି ମାସ ନପୂରୁଣୁ ପ୍ରାୟ ୮ଜଣ ଭାରତୀୟ ଛାତ୍ର ଓ କର୍ମଜୀବୀଙ୍କୁ ହତ୍ୟା ଏବଂ କେତେକ ସ୍ଥାନରେ ସନ୍ଦେହଜନକ ମୃତ୍ୟୁ ଆ​ମେରିକୀୟ ଭାରତୀୟ ସମ୍ପ୍ରଦାୟଙ୍କୁ ଆତଙ୍କିତ କରିଛି। ସୋମବାର ବୋଷ୍ଟନଠାରେ ଅଭିଜିତ ପାରୁଚୁରୁ ନାମକ ଜଣେ ୨୦ ବର୍ଷୀୟ ଛାତ୍ରଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ନିକଟରେ ୱାଶିଂଟନ୍‌ ୟୁନିଭର୍ସିଟି ଛାତ୍ର ଶାସ୍ତ୍ରୀୟ ନୃତ୍ୟ ବିଶାରଦ ୩୪ ବର୍ଷୀୟ ଅମରନାଥ ଘୋଷଙ୍କୁ ହତ୍ୟା କରାଯାଇଥିଲା। ଏହା ପୂର୍ବରୁ ଫେବୃଆରୀ ୫ରେ ସମୀର କମାତ୍‌, ଫେବୃଆରୀ ୨ରେ ବିବେକ ତାନେଜା, ଏହାର ସପ୍ତାହକ ପୂର୍ବରୁ ସୟଦ ମଜହର ଅଲୀ, ବିବେକ ସାଇନି, ଶ୍ରେୟାସ ରେଡ୍ଡି ବେନିଗର, ନୀଲ ଆଚାର୍ଯ୍ୟ, ଅକୁଳ ବି ଧାୱନ ପ୍ରମୁଖ ଆମେରିକୀୟଙ୍କ ଶିକାର ହୋଇଥିଲେ। ଅନେକଙ୍କୁ ପୂର୍ବରୁ ହତ୍ୟା ଧମକ ସହ ଆକ୍ରମଣର ଅଭିଯୋଗ ମଧ୍ୟ ହୋଇଥିଲା। ଭାରତୀୟ ଦୂତାବାସ କେତେକ ମାମଲାରେ ହସ୍ତକ୍ଷେପ କରିଥିଲେ ମଧ୍ୟ ବିଶେଷ ସଫଳତା ନମିଳିବା ଭାରତୀୟଙ୍କୁ ଅଧିକ ଚିନ୍ତିତ କରିଛି। ଭାରତୀୟଙ୍କ ପ୍ରତି ଆମେରିକାରେ କାହିଁକି ଘୃଣା ଭାବ ବୃଦ୍ଧି ପାଉଛି ଏବଂ ଭାରତୀୟ ଛାତ୍ରମାନଙ୍କୁ କିପରି ସୁରକ୍ଷିତ ରଖାଯାଇପାରିବ ତାହାକୁ ନେଇ ତର୍ଜମା ଆରମ୍ଭ ହୋଇଛି। ନିକଟରେ ଦୂତାବାସ ପକ୍ଷରୁ ଆଭାସି ଯୋଗେ ବିଭିନ୍ନ ପ୍ରଦେଶରେ ଥିବା ଭାରତୀୟ ଛାତ୍ରଛାତ୍ରୀ ଓ ସେମାନଙ୍କ ସଂଗଠନ ସହିତ ଆଲୋଚନା କରିଛନ୍ତି। ଆମେରିକାରେ ଥିବା ୯୦ଟି ବିଶ୍ବବିଦ୍ୟାଳୟର ବିଭିନ୍ନ ଭାରତୀୟ ଛାତ୍ର ସଂଗଠନର ପ୍ରାୟ ୧୫୦ କର୍ମକର୍ତ୍ତା ଏହି ଆଲୋଚନାରେ ସାମିଲ ହୋଇଥିବାବେଳେ ସ୍ଥାନୀୟ ପ୍ରଶାସନକୁ ମଧ୍ୟ ଏଥିରେ ସାମିଲ କରାଯାଇଛି। ବିଶେଷ କରି ନ୍ୟୁୟର୍କ, ହଷ୍ଟନ୍‌, ଆଟଲାଣ୍ଟା, ସିକାଗୋ, ସାନ୍‌ ଫ୍ରାନ୍ସିସ୍‌କୋ, ସିଆଟେଲସ୍ଥିତ କନ୍‌ସଲ ଜେନେରାଲଙ୍କୁ ଏଥିପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଛି। ଆମେରିକା ପ୍ରଶାସନ ପକ୍ଷରୁ ମଧ୍ୟ ଏ ନେଇ କଡ଼ା ଆଭିମୁଖ୍ୟ ପୋଷଣ କରାଯାଇଛି। ଏଭଳି ଅପରାଧର ଅଭିଯୁକ୍ତମାନଙ୍କୁ ଛଡ଼ାଯିବ ନାହିଁ ବୋଲି ହ୍ବାଇଟ୍‌ ହାଉସ୍‌ ପକ୍ଷରୁ କୁହାଯାଇଛି।

ସୂଚନାନୁଯାୟୀ, ଆମେରିକାର ବିଭିନ୍ନ କ୍ଷେତ୍ରରେ ଭାରତୀୟଙ୍କ ପ୍ରଭାବ ବଢ଼ି ଚାଲିଥିବାରୁ ସ୍ବାଭାବିକ ଭାବେ ଆମେରିକୀୟ ଯୁବକଙ୍କ ମଧ୍ୟ ଅସୂୟା ଭାବ ପ୍ରକାଶ ପାଉଛି। ଏହାକୁ ନେଇ ସେମାନେ ପ୍ରତିକ୍ରିୟାଶୀଳ ହେଉଥିବା ସନ୍ଦେହ କରାଯାଉଛି। ଏ ସମ୍ପର୍କରେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ବିଶେଷ ଉଦ୍ୟମର ଆବଶ୍ୟକତା ରହିଥିବା ଆମେରିକୀୟ ଭାରତୀୟମାନେ ଆଶା ବ୍ୟକ୍ତ କରୁଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଅଷ୍ଟ୍ରେଲିଆରେ କିଛି ବର୍ଷ ପୂର୍ବେ ସମାନ ପରିସ୍ଥିତି ସୃଷ୍ଟି ହୋଇଥିଲା। ରାଜନୈତିକ ଉଦ୍ୟମକ୍ରମେ ଏହା କିଛିଟା ନିୟନ୍ତ୍ରଣାଧୀନ ରହିଛି। ସମ୍ପ୍ରତି କାନାଡ଼ାରେ ସେଭଳି ପରିସ୍ଥିତି ଉପୁଜିଥିବା ଲକ୍ଷ୍ୟ କରାଯାଉଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories