www.samajalive.in
Monday, December 15, 2025
26.1 C
Bhubaneswar

ପପୁଆ ନ୍ୟୁଗିନିରେ ଭୟଙ୍କର ଭୂସ୍ଖଳନ – ମୃତକଙ୍କ ସଂଖ୍ୟା ୩୦୦ ଟପିଲା

ଡେସ୍କ: ପପୁଆ ନ୍ୟୁ ଗିନିର ଉତ୍ତର ଭାଗରେ ଥିବା ଏକ ଦୁର୍ଗମ ଗାଁରେ ପ୍ରବଳ ଭୂସ୍ଖଳନ ଯୋଗୁଁ ୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ରାଜଧାନୀ ପୋର୍ଟ ମୋରେସ୍ବିଠାରୁ ପ୍ରାୟ ୬୦୦ କିଲୋମିଟର ଉତ୍ତର-ପଶ୍ଚିମରେ ଥିବା ଏଙ୍ଗା ପ୍ରଦେଶର କାଓକାଲାମ ଗ୍ରାମରେ ଗତକାଲି ହୋଇଥିବା ଭୂସ୍ଖଳନରେ ୧୧୦୦ରୁ ଅଧିକ ଘର ପୋତି ହୋଇଯାଇଛି।

ମାଳଦ୍ୱୀପରେ ଆରମ୍ଭ ହେବ ଭାରତର ‘ରୁପେ’ ସେବା

- Advertisement -

ପ୍ରଦେଶର ମୁଲିତାକା ଅଞ୍ଚଳରେ ୬ରୁ ଅଧିକ ଗାଁ ପ୍ରଭାବିତ ହୋଇଛି। ଅଷ୍ଟ୍ରେଲିଆର ଉତ୍ତରରେ ଥିବା ପ୍ରଶାନ୍ତ ମହାସାଗରୀୟ ଦେଶର ଅଳ୍ପ ଜନବହୁଳ ଅଞ୍ଚଳରେ ଜରୁରୀକାଳୀନ ଟିମ୍ ପହଂଚିଛନ୍ତି ଏବଂ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି। ପ୍ରଧାନମନ୍ତ୍ରୀ ଜେମ୍ସ ମାରାପେ କହିଛନ୍ତି ଯେ ବିପର୍ଯ୍ୟୟ ଅଧିକାରୀ, ପ୍ରତିରକ୍ଷା ବାହିନୀ ଏବଂ ପୂର୍ତ୍ତ ଓ ରାଜପଥ ବିଭାଗ ରିଲିଫ ଏବଂ ପୁନରୁଦ୍ଧାର ପ୍ରୟାସରେ ସହାୟତା କରୁଛନ୍ତି। ଭୂସ୍ଖଳନ ଯୋଗୁଁ ରାଜପଥରେ ଗମନାଗମନ ବାଧାପ୍ରାପ୍ତ ହୋଇଛି ଏବଂ ହେଲିକପ୍ଟର ଏହି ଅଞ୍ଚଳରେ ପହଞ୍ଚିବା ପାଇଁ ଏକମାତ୍ର ବାଟ ପାଲଟିଛି।

ପ୍ରବଳ ବର୍ଷା ନେଇ ସତର୍କତା, ୪ ଜିଲାକୁ ୟେଲୋ ୱାର୍ଣ୍ଣିଂ

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories