www.samajalive.in
Sunday, December 7, 2025
14.1 C
Bhubaneswar

କରାଚୀ-ରାଓଲପିଣ୍ଡି ଏକ୍ସପ୍ରେସରେ ଅଗ୍ନିକାଣ୍ଡ; ମୃତ୍ୟୁ ସଂଖ୍ୟା ୬୫କୁ ବୃଦ୍ଧି

ଇସଲାମାବାଦ: ପାକିସ୍ତାନରେ କରାଚୀ-ରାଓଲପିଣ୍ଡି ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟଣାରେ ମୃତ୍ୟୁ ସଂଖ୍ୟା ୬୫କୁ ବୃଦ୍ଧି ପାଇଛି। ଏହା ସହିତ ଆହୁରି ୩୦ରୁ ଅଧିକ ଯାତ୍ରୀ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ପଞ୍ଜାବ ପ୍ରଦେଶର ରହିମ ୟାର ଖାନ ଅଞ୍ଚଳ ଦେଇ ଯାଉଥିବାବେଳେ କରାଚୀ-ରାଓଲପିଣ୍ଡି ତେଜଗାମ ଏକ୍ସପ୍ରେସରେ ଏହି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି।

ଟ୍ରେନରେ ଖାଦ୍ୟ ରନ୍ଧନ ପାଇଁ ବ୍ୟବହୃତ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଘଟିବାରୁ ୩ଟି ବଗିରେ ନିଆଁ ଲାଗି ଯାଇଥିଲା। ଭୟରେ ଜୀବନ ବିକଳରେ ଯାତ୍ରୀମାନେ ଚଳନ୍ତା ଟ୍ରେନରୁ ବାହାରକୁ ଡେଇଁ ପଡ଼ିଥିଲେ। ଅଗ୍ନିକାଣ୍ଡରେ ଯେତିକି ଯାତ୍ରୀଙ୍କ ମୃତ୍ୟୁ ଘଟିଛି ତା’ଠୁ ଅଧିକ ଯାତ୍ରୀ ବାହାରକୁ ଡେଇଁ ପଡ଼ିବାରୁ ପ୍ରାଣ ହରାଇଛନ୍ତି। ଖବରପାଇ ଉଦ୍ଧାରକାରୀ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ଵରାନ୍ବିତ କରିଥିଲା। ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହିତ ଆହତମାନଙ୍କୁ ଉନ୍ନତ ଚିକିତ୍ସା ଯୋଗାଇ ଦେବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories