ସାମାଜିକ ସଂଗଠକଙ୍କ ଅକାଳ ବିୟୋଗ

ଚୌଦ୍ୱାର : ଯୁବ ସଂଗଠକ, ରେଭେନସା ବିଶ୍ୱ ବିଦ୍ୟାଳୟର ପୁର୍ବତନ ଛାତ୍ର ନେତା, ବିଜୁ ଜନତା ଦଳର ଚୌଦ୍ୱାର ପୌରପାଳିକା ୧୯ନଂ ୱାର୍ଡର ସଭାପତି, ଚାରବାଟିଆ ଜଗନ୍ନାଥ ମହାପ୍ରଭୁ ଟ୍ରଷ୍ଟର ବରିଷ୍ଠ ସଦସ୍ୟ ତଥା ଚୌଦ୍ୱାର କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନର ସଂପାଦକ ମାନସ ରଞ୍ଜନ ସାମନ୍ତରାୟ(୫୬)ଙ୍କ ବୁଧବାର ପରଲୋକ ହୋଇଯାଇଛି। ହଠାତ୍ ତାଙ୍କୁ ହୃଦଘାତ ହେବାରୁ ପରିବାର ଲୋକେ କଟକ ସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସାରା ଚୌଦ୍ୱାର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା। ସ୍ୱର୍ଗତ ସାମନ୍ତରାୟ ଜଣେ ମେଳାପି, ମିଷ୍ଟଭାଷୀ, ଧର୍ମପରାୟଣ ବ୍ୟକ୍ତି ଭାବେ ସୁପରିଚିତ ଥିଲେ। ଅଞ୍ଚଳରେ ବିଭିନ୍ନ ସାମାଜିକ କାର୍ଯ୍ୟରେ ସେ ପ୍ରମୁଖ ଭୁମିକା ଗ୍ରହଣ କରି ଲୋକମାନଙ୍କର  ପ୍ରିୟପାତ୍ର ହୋଇପାରିଥିଲେ ।

prayash

ତାଙ୍କ ମୃତ୍ୟୁ ଖବର ପାଇ ବିଧାୟକ ସୌଭିକ୍ ବିଶ୍ୱାଳ, ପୁର୍ବତନ ବିଧାୟକ ଡ. ପ୍ରଭାତ ରଞ୍ଜନ ବିଶ୍ୱାଳ, ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ, ନଗର ସଭାପତି ବିଷ୍ନୁ ଚରଣ ପରିଡା, ସାଂସଦ ପ୍ରତିନିଧି ପ୍ରେମ ଚାନ୍ଦ ନାୟକ, କାଉନସିଲର ବିଜୟ କୁମାର ମଲ୍ଲିକ, ସୁବ୍ରତ ସାମଲ, ଆଶୁତୋଷ ଦାସ, ଚାରବାଟିଆ ପୂଜା କମିଟି ସଭାପତି ପ୍ରଶାନ୍ତ କୁମାର ବରାଳ, ଜଗନ୍ନାଥ ମନ୍ଦିର ଟ୍ରଷ୍ଠର ମୀନ କେତନ ପଣ୍ଡା, ଚନ୍ଦ୍ର ପ୍ରକାଶ ପଟ୍ଟନାୟକ, ଅକ୍ଷୟ ଭୁୟାଁ, ଦିବ୍ୟଜ୍ୟୋତି ପାଣି, ଦିବାକର ପାଣିଗ୍ରାହୀ, ରଞ୍ଜନ କୁମାର ବାରିକ ମନୋରଞ୍ଜନ ସାହୁ, କେ. ସି ପ୍ରତାପସିଂହଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ସ୍ଥାନୀୟ ନାଗରିକ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ତାଙ୍କ ମରଶରୀରକୁ ୱାର୍ଡ ପରିକ୍ରମା କରାଯାଇ ପୁରୀ ସ୍ୱର୍ଗଦ୍ୱାରରେ ଅନ୍ତିମ ସଂସ୍କାର କରାଯାଇଥିଲା । ସାନଭାଇ ଦିପ୍ତୀ ରଞ୍ଜନ ମୁଖାଗ୍ନୀ ଦେଇଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ଏକମାତ୍ର କନ୍ୟା ସୁଶ୍ରୀ ଶୁଭଦର୍ଶିନୀଙ୍କ ସମେତ ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

Comments are closed.