nua o banner

ଭୋଟ ଦେବାକୁ ଆସି ଜଣେ ମୃତ

BJD Bijuli 480×75 Mob

କାଲିମେଳା: ଭୋଟ ଦେବାକୁ ଆସିଥିବା ବେଳେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଘଟଣା ଘଟିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ନାଲାଗୁଣ୍ଠି ପଞ୍ଚାୟତର ଏମପିଭି-୭୪ ଗ୍ରାମରେ ଥିବା ବୁଥରେ। ମୃତ ଜଣଙ୍କ ନାଲାଗୁଣ୍ଠି ଗ୍ରାମର ଭୀମା କବାସୀ (୬୦) ବୋଲି ଜଣାପଡିଛି। ଆଜି ନିର୍ବାଚନ ଥିବାରୁ ଭୀମା ଏହି କେନ୍ଦ୍ରକୁ ଭୋଟ ଦେବାକୁ ଆସିଥିଲେ। ଭୋଟ ଦେବା ନିମନ୍ତେ ଲୋକମାନଙ୍କ ମଧ୍ୟରେ ଧାଡିରେ ଛିଡା ହୋଇଥିଲେ। ଦୀର୍ଘ ସମୟ ଛିଡା ହେବା ପରେ ଭୀମାର ମୁଣ୍ଡ ବୁଲାଇବାରୁ ସେ ନିକଟରେ ଥିବା ଏକ ଗଛ ମୁଳକୁ ଚାଲିଯାଇ ବିଶ୍ରାମ ନେଇଥିଲେ। କିନ୍ତ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡିଛି। ଏମଭି-୭୯ ପୋଲିସ ମୃତ ଦେହ ଜବଦ କରି ତଦନ୍ତ ଆରମ୍ଭ କରିଛି।

Comments are closed.