www.samajalive.in
Sunday, December 7, 2025
26.1 C
Bhubaneswar

ବିଶିଷ୍ଟ ଜ୍ୟୋତିର୍ବିତ୍ ଏମ ସତ୍ୟନାରାୟଣଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅନୁଷ୍ଠିତ

ଗୁଣପୁର: ବିଶିଷ୍ଟ ଜ୍ୟୋତିର୍ବିତ୍ ଏମ ସତ୍ୟନାରାୟଣଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଗୁଣପୁର ସ୍ଥିତ ଶିରିଡି ସାଇ ମନ୍ଦିରଠାରେ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହେବା ସହ ତାଙ୍କର ସ୍ମତି ଚାରଣ କରାଯାଇଥିଲା । ଏହି ଶ୍ରଦ୍ଧାଞ୍ଜଳି ସଭାରେ ଶିରିଡି ସାଇ ମନ୍ଦିର ସଭାପତି ପ୍ରଦୀପ କୁମାର ଚୌଧୁରୀ, କୋଷାଧ୍ୟକ୍ଷ ବିଷ୍ଣୁ ପଟନାୟକ, ସହ ସମ୍ପାଦକ ଏଲ ଶ୍ରୀରାମମୂର୍ତ୍ତି, ପୂର୍ବତନ ଏନଏସି ଅଧ୍ୟକ୍ଷ ଶିବ ପ୍ରସାଦ ଗୌଡ଼ ଏବଂ ଅବସର ପ୍ରାପ୍ତ ଶିକ୍ଷକ ପ୍ରସନ କୁମାର ରଥ ପ୍ରମୁଖ ମଞ୍ଚାସିନ ଥିଲେ । ଏହି କାର୍ୟ୍ୟକ୍ରମରେ ଗୁରୁଜୀ ଏମ ସତ୍ୟ ନାରାୟଣଙ୍କ ପୁଣ୍ୟତିଥି ଉଦ୍ଦେଶ୍ୟ ରେ ଫଟୋଚିତ୍ର ଉନ୍ମୋଚନ ହୋଇଥିଲା । ଶ୍ରୀଗୁରୁଙ୍କ ସ୍ମୁତିରେ ପ୍ରସନ କୁମାର ରଥଙ୍କୁ ଗୁରୁ ବ୍ରହ୍ମଜ୍ୟୋତି ସମ୍ମାନ ପ୍ରଦାନ କରାଯାଇଥିଲା । କାର୍ୟ୍ୟକ୍ରମ ପ୍ରାରମ୍ଭ ରେଅତିଥୀଙ୍କ ଦ୍ବାରା ଗୁରୁଙ୍କ ଫୋଟଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରିବା ସହ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ । ଗୁରୁପ୍ରତିଭା ବ୍ୟକ୍ତିଙ୍କୁ ମଧ୍ୟ ସମ୍ମାନ କରାଯାଇଛି ।ଏହି କାର୍ୟ୍ୟକ୍ରମକୁ ଶିରିଡି ସାଇ ମନ୍ଦିରର ଟ୍ରଷ୍ଟି ମୁରଲୀ ପଣ୍ଡା ଅତିଥି ପରିଚୟ ଦେଇଥିଲେ । ଏହି କାର୍ୟ୍ୟକ୍ରମ ପରିଚାଳନାରେ ବ୍ରଜ ସୁନ୍ଦର ପାଢ଼ୀ, ଲାଡି ମଧୁ, ଲାଲୁ ପାଣିଗ୍ରାହୀ, ସନ୍ତୋଷ ଗୌଡ଼ ପ୍ରମୁଖ ପରିଚାଳନା କରିଥିଲେ । ଏହି କାର୍ୟ୍ୟକ୍ରମରେ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସମେତ ଗୁରୁ ପ୍ରେମୀ ଉପସ୍ଥିତ ଥିଲେ ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories