www.samajalive.in
Monday, December 15, 2025
27.1 C
Bhubaneswar

ଆଠଗଡ କଂଗ୍ରେସ ପକ୍ଷରୁ ଜାନକୀ ବଲ୍ଲଭଙ୍କୁ ଶ୍ରଦ୍ଧାଞ୍ଜଳି

ଆଠଗଡ :  ବିଶିଷ୍ଟ ସାହିତ୍ୟିକ, ସାମ୍ବାଦିକ, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ରାଜ୍ୟପାଳ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ୮ମ ତିରୋଧାନ ଦିବସରେ ଆଠଗଡ କଂଗ୍ରେସ ପକ୍ଷରୁ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ପୂର୍ବତନ ବ୍ଲକ କଂଗ୍ରେସ ସଭାପତି ସୁଦର୍ଶନ ବେହେରାଙ୍କ ସଂଯୋଜନାରେ ରାସରସିକପୁରସ୍ଥିତ ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ବରିଷ୍ଠ କଂଗ୍ରେସ ନେତା କିଶୋର କୁମାର ସାମନ୍ତରାୟ, ସଚ୍ଚିଦାନନ୍ଦ ପଣ୍ଡା, ମହେଶ ଦାସ, କାଉନସିଲର ମନୋରଞ୍ଜନ ପଟ୍ଟନାୟକ, ନଗର ସଭାପତି ସୋମନାଥ ଭକ୍ତା, ବିକ୍ରମ ରାୟସାମନ୍ତ, ଶ୍ରୀତମ ଦାସ, ଝରିଆ ନାଏକ, ପ୍ରତାପ ପରିଡା, ରୋହିତ ମୁଦୁଲି, ରଜନୀ ଜେନା, ପ୍ରତାପ ପରିଡା, ମନୋରଞ୍ଜନ ପଣ୍ଡା, ଅଜୟ ନାୟକ, ଶିରିଶ ଧଳ, ଅଜୟ ନାଥ, ସମ୍ବିତ ଦଳାଇ, ବଳରାମ ଦଳାଇ, ପର୍ଶୁରାମ ବେହେରା ଓ ରାଜେଶ ବେହେରାଙ୍କ ସମେତ ବହୁ କଂଗ୍ରେସ ନେତା ଓ କର୍ମୀ ଏଥିରେ ଯୋଗଦେଇ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ ଓଡିଶାର ନବନିର୍ମାତା ଏବଂ ଆଠଗଡ ଅଞ୍ଚଳରେ ତାଙ୍କ ଦ୍ୱାରା ବହୁ ବିକାଶମୂଳକ କାର୍ଯ୍ୟ ହୋଇଥିବା ପ୍ରକାଶ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories