www.samajalive.in
Sunday, December 14, 2025
19.1 C
Bhubaneswar

ବିଡିଓଙ୍କୁ ଫେରାଦ ହେଲେ ନାଏବ ସରପଞ୍ଚ ଏବଂ ଓାର୍ଡସଭ୍ୟ

ହରଭଙ୍ଗା : ହରଭଙ୍ଗା ବ୍ଲକ ତିଲେଶ୍ୱର ପଞ୍ଚାୟତରେ ହାଟ ନିଲାମକୁ କେନ୍ଦ୍ରକରି ଗୁରୁବାର ସରପଞ୍ଚ ଏବଂ ଓାର୍ଡ ସଭ୍ୟମାନଙ୍କ ମଧ୍ୟରେ ହଟ୍ଟଗୋଳ ସୃଷ୍ଟି ହୋଇଥିଲା । ଏହି ଘଟଣାକୁ ନେଇ ଶୁକ୍ରବାର ତିଲେଶ୍ୱର ସରପଞ୍ଚର କେତେଜଣ ଓାର୍ଡସଭ୍ୟ ହରଭଙ୍ଗା ବିଡିଓ ସ୍ୱପ୍ନିତା ନାଏକଙ୍କ ପାଖରେ ଫେରାଦ ହୋଇ ଏକ ଅଭିଯୋଗ ଦାଖଲ କରିଥିବା ଜଣାପଡିଛି। ତିଲେଶ୍ୱର ପଞ୍ଚାୟତର ନାଏବ୍ ସରପଞ୍ଚ ରାଜେଶ୍ୱରୀ ପ୍ରଧାନ ଓାର୍ଡ ସଭ୍ୟ ପ୍ରଭାସିନୀ ବେହେରା, କୁନି ମେଶୁଆ, ଜାନକୀ ବାରିକ, ରାଜିବ ବାରିକ, ଶୁଶିଳା ସେଠୀ, ପ୍ରମୁଖଙ୍କ ଅଭିଯୋଗ ଅନୁସାରେ ଗତ ମାର୍ଚ୍ଚ ୨୯ରେ ପଞ୍ଚାୟତ ପକ୍ଷରୁ ହାଟ ନିଲାମ ହୋଇଥିଲା। ପ୍ରଥମ ନିଲାମଧାରୀ ନିଲାମ ଅର୍ଥର ୭୫ପ୍ରତିଶ୍ରତ ପଂଚାୟତ ଆୟ ଖାତାରେ ଜମା କରିବା କଥା। କିନ୍ତୁ ସମସ୍ତ ନିୟମକୁ ଜଳାଞ୍ଜଳୀ ଦେଇ ସରପଞ୍ଚ ବିନା ଟଙ୍କା ପଇଠରେ ନିଲାମଧାରୀଙ୍କୁ ଏପ୍ରିଲ ୨ତାରିଖରୁ ପ୍ରଥମ ପାଳି ହାଟର ଠିକାଦାର ସ୍ୱୀକୃତୀ ଦେଇ ଦେଲେ। ଆଜି ପର୍ଯ୍ୟନ୍ତ ନିଲାମଧାରୀ କିସ୍ତି ବାବଦ ଟଙ୍କା ପଇଠ ନକରି ନିଜ ନାମରେ ରସିଦ ବହି ବଣ୍ଟନ କରି ତିନି ପାଳିହେଲା ହାଟରୁ ମହାସୁଲ ଆଦାୟ କରି ଆସୁଛନ୍ତି। ଯାହାଦ୍ୱାରା ପଞ୍ଚାୟତର ରାଜସ୍ୱ କ୍ଷତି ଘଟୁଛି । ଏହାସହିତ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଥିବା ନିଲାମଧାରୀଙ୍କ ମନରେ ଅସନ୍ତୋଷ ସୃଷ୍ଟି ହୋଇଛି। ଏହି କଥାକୁ ନେଇ ଗତ୨୦ତାରିଖ(ଗୁରୁବାର) ପଞ୍ଚାୟତ ବୈଠକରେ ଓାର୍ଡସଭ୍ୟ, ନାଏବ ସରପଞ୍ଚ ଆଲୋଚନା କରିଥିଲେ। ସରପଞ୍ଚ ନିୟମ ଅନୁସାରେ ଠିକ୍ ଚାଲିଛି କହିଥିଲେ। କିସ୍ତି ବାବଦକୁ କେତେ ଟଙ୍କା କେତେ ତାରିଖରେ ପଇଠ ହୋଇଛି ପଚାରିବାରୁ ସରପଞ୍ଚ  ଉତକ୍ଷିପ୍ତ ହୋଇ ସେମାନଙ୍କୁ ଅପମାନ କରିଥିଲେ ବୋଲି ପତ୍ରରେ ଦର୍ଶାଇଛନ୍ତି । ଏ ଦିଗରେ ବିଡିଓ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ନିଲାମକୁ ରଦ୍ଦ କରି ପୁନଃ ନିଲାମ କରିବାକୁ ଦାବୀ କରିଛନ୍ତି । ସାତ ଦିନ ମଧ୍ୟରେ ସମାଧାନ ନହେଲେ ଅଭିଯୋଗକାରୀ ପଞ୍ଚାୟତ ସମ୍ମୁଖରେ ଧାରଣା ଦେବାପାଇଁ ଚେତାବନୀ ଦେଇଛନ୍ତି। ଏ ସର୍ମ୍ପକରେ ପଚରାଉଚରା ପାଇଁ ହରଭଙ୍ଗା ବିଡିଓ ସ୍ୱପ୍ନିତା ନାଏକଙ୍କୁ ଯୋଗାଯୋଗ କରିଥିଲେ ସୁଦ୍ଧା ତାଙ୍କ ମୋବାଇଲ ସୁଇଚ ଅଫ୍ ଥିବାରୁ ତାଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ଏ ସର୍ମ୍ପକରେ ପଞ୍ଚାୟତ ପିଇଓ ସନ୍ତୋଷ କୁମାର ରଣାଙ୍କୁ ପଚାରିବାରୁ  ନିଲାମ ଅର୍ଥ ପଇଠ ହୋଇନଥିବା କଥା ସେ ସ୍ୱୀକାର କରିଥିଲେ । ଏହାକୁ ନେଇ ପଞ୍ଚାୟତ ବୈଠକରେ ହଟ୍ଟଗୋଳ ହୋଇଥିବା କଥା ମଧ୍ୟ କହିଥିଲେ।

Hot this week

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories