ପନିକିରେ ତଣ୍ଟି କାଟି ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ
ନୀଳଗିରି: ପାରିବାରିକ କଳହ ଯୋଗୁ ଜଣେ ମହିଳା ପନିକିରେ ନିଜ ତଣ୍ଟି କାଟିଦେବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି।ବାଲେଶ୍ୱର ଜିଲା ନୀଳଗିରି ଏନଏସି ଅଧୀନ ଗୁଡ଼ିଖାଣିଆ ଅଞ୍ଚଳର ଥିବା ପେଟୁ ବିନ୍ଧାଣୀ ବଜାରକୁ ଶିଲାଙ୍କ ସ୍ବାମୀ ଚା’ ଓ ବିସ୍କୁଟ ଆଣିବାକୁ ଯାଇଥିଲେ। ଉକ୍ତ ସମୟରେ ସ୍ତ୍ରୀ ଶିଲା ଘରେ ଥିବା ପନିକି ଓ କଟୁରୀରେ ନିଜ ବେକକୁ କାଟି ଦେଇଥିବା ଅଭିଯୋଗ ହୋଇଛି। ଗୁରୁବାର ଅପରାହ୍ନରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସେ ଘରେ ଛଟପଟ ହୋଇ ଚିତ୍କାର କରୁଥିବା ଶୁଣି ବସ୍ତିଲୋକ ସେଠାରେ ପହଞ୍ଚି ତାଙ୍କୁ ସଙ୍ଗେ ସଙ୍ଗେ ନୀଳଗିରି ମେଡିକାଲରେ ଭର୍ତ୍ତି କରିଥିଲେ। ଅବସ୍ଥା ସଙ୍କଟାପନ୍ନ ହେବାରୁ ସଙ୍ଗେ ସଙ୍ଗେ ବାଲେଶ୍ୱର ଓ ସେଠାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ତଣ୍ଟିରେ ୨ଟି ଗଭୀର ଚୋଟ ଲାଗିଛି। ତେବେ ତାଙ୍କୁ କେହି ହତ୍ୟା ଉଦ୍ୟମ କରିଛି ନା ନିଜେ ତଣ୍ଟି କାଟିଛନ୍ତି ସେନେଇ ନୀଳଗିରି ପୁଲିସ ପକ୍ଷରୁ ତଦନ୍ତ କରାଯାଉଛି।
Comments are closed.