ମୃତ୍ୟୁ ପରେ କାନ୍ଦିଲେ ମିଳେ ପଇସା

0

ସାଧାରଣତଃ ନିଜର କେହି ଜଣେ ମରିଗଲେ ଲୋକ କାନ୍ଦଥାନ୍ତି। ଆତ୍ମୀୟ ସ୍ୱଜନ ଏବଂ ସଂପର୍କୀୟଙ୍କ କାନ୍ଦବୋବାଳିରେ ଦୁଃଖଦ ପରିବେଶ ସୃଷ୍ଟିି ହୋଇଥାଏ। ହେଲେ ଆପଣ ଜାଣିଛନ୍ତି କି କେହି ଜଣେ ମରିଗଲେ ଅନ୍ତିମ ସଂସ୍କାର ସମୟରେ କାନ୍ଦିଲେ ପଇସା ବିଳିଥାଏ। ଆଉ ମୃତକଙ୍କ ପରିବାର ପକ୍ଷରୁ ଏହି  ପଇସା ଦେବାକୁ ପଡିଥାଏ। ତେବେ ଏହା ଅବିଶ୍ୱାସ ଓ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ୍ୟ।
ଆଉ ଏଭଳି ଏକ ଅଜବ ପରମ୍ପରା ଆଫ୍ରିକାର ଏକ ଦେଶରେ ପ୍ରଚଳିତ। କେହି ଜଣେ ମରିଗଲେ କାନ୍ଦୁଥିବା ଲୋକଙ୍କୁ ଅର୍ଥ ଦିଆଯାଇଥାଏ। ଆଫ୍ରିକାର ଘାନାରେ କେତେକ ଲୋକ ଏହାକୁ ବୃତ୍ତି ଭାବେ ଗ୍ରହଣ କରି ନେଇଛନ୍ତି। ଘାନାର ସୂରର୍ସ ସଂପ୍ରଦାୟର ଲୋକ ଅନ୍ୟମାନଙ୍କ ଘରକୁ କାନ୍ଦିିବାକୁ ଯାଇଥାନ୍ତି। ଏହାକୁ ସେମାନେ ପେଶା ଭାବେ ଗ୍ରହଣ କରି ନେଇଛନ୍ତି। ଅଜଣା ଲୋକର ଅନ୍ତିମ ସଂସ୍କାରରେ ଏହି ସୂରର୍ସ ସଂପ୍ରଦାୟର ଲୋକ ସାମିଲ ହୋଇ କାନ୍ଦିଥାନ୍ତି ପ୍ରତିବଦଳରେ ସେମାନଙ୍କୁ ଟଙ୍କା ମିଳିଥାଏ। ଏଭଳି ଏକ ଦଳର ଜଣେ ନେତା ଅମି ଡୋକ୍ଲି କୁହନ୍ତି ଯେ, ଏଠାରେ ଏମିତି କିଛି ଲୋକ ଅଛନ୍ତି, ଯେଉଁମାନେ ନିଜ ସଂପର୍କୀୟଙ୍କ ମୃତ୍ୟୁ ତଥା ଅନ୍ତିମ ସଂସ୍କାରରେ କାନ୍ଦି ପାରନ୍ତି ନାହିଁ। ତେଣୁ ତାଙ୍କ ଗୋଷ୍ଠୀର ଆବଶ୍ୟକତା ପଡିଥାଏ। ତେବେ ଡୋକ୍ଲିଙ୍କ ଗୋଷ୍ଠୀରେ ଅନେକ ବିଧବା ମହିଳା ଅଛନ୍ତି। ସେମାନେ କାନ୍ଦକୁ ହିଁ ପେଶା କରି ଚଳନ୍ତି। ଯଦିଓ କାନ୍ଦିବା ଏକ କଷ୍ଟକର କାର୍ଯ୍ୟ ତଥାପି ସେମାନେ ଏହାକୁ ପେଶା କରି ଚଳୁଛନ୍ତି।

Leave A Reply