ଝାରସୁଗୁଡ଼ା : ଝାରସୁଗୁଡ଼ା ବଡ଼ମାଲ ଥାନା ଅନ୍ତର୍ଗତ ବେହେରାପାଲ୍ଲୀ ରାସ୍ତା କଡ଼ରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ଅକ୍ଷୟ ସାହୁ (୪୩)। ତାଙ୍କ ମୃତଦେହ ରାସ୍ତା କଡ଼ରେ ପଡ଼ିଥିବା ଦେଖି ଲୋକେ ପୁଲିସକୁ ଖବର ଦେଇଥିଲେ। ବଡ଼ମାଲ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅକ୍ଷୟଙ୍କ ମୁଣ୍ଡରେ ଆଘାତ ଲାଗିଥିବା ସହ ପଥରରେ ଛେଚି ହତ୍ୟା କରାଯାଇଛି ବୋଲି ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
ସୂଚନା ଅନୁଯାୟୀ, ବୁରୋମାଲର ଅଞ୍ଚଳର ଅକ୍ଷୟ ହାତ ଉଧାରି ଟଙ୍କା କାରବାର କରୁଥିଲେ ବୋଲି ଜଣାପଡ଼ିଛି। ଶନିବାର ରାତିରେ ନିଜ ଘରୁ ବାଇକରେ ବାହାରି ଆଉ ଫେରି ନଥିଲେ। ରବିବାର ସକାଳେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ପୁଲିସ ଘଟଣାର ସମ୍ପୂର୍ଣ୍ଣ ସତ୍ୟାସତ୍ୟ ଜାଣିବା ପାଇଁ ଅଧିକ ତଦନ୍ତ କରୁଥିବା ଜଣାପଡ଼ିଛି।
ରାସ୍ତା କଡ଼ରୁ ମୃତଦେହ ଉଦ୍ଧାର
Popular Categories



