www.samajalive.in
Saturday, December 6, 2025
14.1 C
Bhubaneswar

ବ୍ରାଜିଲରେ ଡ୍ୟାମ୍‍ ଭୁଶୁଡ଼ି ୪୦ ମୃତ, ୩୦୦ରୁ ଊର୍ଦ୍ଧ୍ବ ନିଖୋଜ

ବ୍ରୁମାଦିନୋ: ବ୍ରାଜିଲରେ ଏକ ଡ୍ୟାମ୍‍ ଭୁଶୁଡ଼ି ଯିବାରୁ ଅନ୍ୟୁନ ୪୦ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ୩୦୦ରୁ ଅଧିକ ଲୋକଙ୍କ ଏ ପର୍ଯ୍ୟନ୍ତ ପତ୍ତା ମିଳୁନଥିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଇଛି। ନିକଟରେ ଥିବା ଏକ ଖଣିର କର୍ମଚାରୀମାନେ ମଧ୍ୟାହ୍ନ ଭୋଜନ କରୁଥିବା ବେଳେ ଏହି ଅଘଟଣ ଘଟିଥିଲା। ପଙ୍କ ଭିତରେ କର୍ମଚାରୀମାନେ ଫସି ରହିଥିବାରୁ ସେମାନଙ୍କୁ ଉଦ୍ଧାର କରିବା କଷ୍ଟକର ଓ ବିଳମ୍ବିତ ହୋଇଛି। ଉଭୟ ସ୍ଥଳଭାଗ ଓ ଆକାଶପଥରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ପୋଲ ଭୁଶୁଡ଼ିବା ଘଟଣାରେ ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମିନାସ୍‍ ଜେରାସ୍‍ର ଗଭର୍ଣ୍ଣର ରୋମିଉ ଜିମା କହିଛନ୍ତି। ସ୍ଥାନୀୟ କିଛି ଲୋକଙ୍କ କହିବା ଅନୁଯାୟୀ ହଠାତ୍‍ ଡ୍ୟାମ୍‍ ଭୁଶୁଡ଼ି ଯିବାରୁ ପାହାଡ଼ ଉଚ୍ଚତାରେ ପଙ୍କ ଭାସି ଆସି ଘର ଦ୍ୱାର ଏପରିକି ବଡ଼ ବଡ଼ ଗଛକୁ ବୁଡ଼ାଇ ଦେଇଥିଲା। ପ୍ରାୟ ୮ କିମି ପର୍ଯ୍ୟନ୍ତ ଏହାର ଶବ୍ଦ ଶୁଭିଥିଲା। ବ୍ରାଜିଲ୍‍ରେ ଏହା ପୂର୍ବରୁ ୨୦୧୫ରେ ଏଭଳି ଦୁର୍ଘଟଣା ଘଟିଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories