www.samajalive.in
Sunday, December 7, 2025
13.1 C
Bhubaneswar

ଚଳିତ ବର୍ଷ ଶେଷ ସୁଦ୍ଧା ସେଟ୍‍ଟପ୍‍ ବକ୍ସରେ ପୋର୍ଟେବିଲିଟି

ନୂଆଦିଲ୍ଲୀ: ଯଦି ଆପଣଙ୍କ ଡିଟିଏଚ୍‍ କିମ୍ବା କେବୁଲ୍‍ ସେବାରେ ଆପଣ ସନ୍ତୁଷ୍ଟ ନୁହନ୍ତି ତେବେ ସେବାପ୍ରଦାନକାରୀ ସଂସ୍ଥା ବଦଳାଇ ପାରିବେ। ଏଥିପାଇଁ ସେଟ୍‍ ଟପ୍‍ ବକ୍ସ ପରିବର୍ତ୍ତନ କରିବା ଆବଶ୍ୟକ ନାହିଁ। ଏ ସମ୍ପର୍କରେ ବିଚାରବିମର୍ଶ ଜାରି ରହିଛି। ଚଳିତ ବର୍ଷ ଶେଷ ସୁଦ୍ଧା ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବ ବୋଲି ଟ୍ରାଇର ଅଧ୍ୟକ୍ଷ ଆର ଏସ ଶର୍ମା କହିଛନ୍ତି। ଅପରପକ୍ଷରେ ଟ୍ରାଇର ଏହି ଯୋଜନାକୁ କେବୁଲ୍‍ ଅପରେଟର ଓ ଡିଟିଏଚ୍‍ ସେବା ପ୍ରଦାନକାରୀ ସଂସ୍ଥାମାନେ ବିରୋଧ କରିଛନ୍ତି। ସେମାନଙ୍କ ଯୁକ୍ତି ଅନୁଯାୟୀ, ସେବା ପ୍ରଦାନକାରୀ ସଂସ୍ଥାର ନିର୍ଦ୍ଦିଷ୍ଟ କୋଡ୍‍ ସେଟ୍‍ଟପ୍‍ ବକ୍ସରେ ଥାଏ। ତେଣୁ ସଂସ୍ଥା ପରିବର୍ତ୍ତନ କରିବା ଦ୍ୱାରା ସେଟ୍‍ଟପ୍‍ ବକ୍ସରେ ଥିବା ସଫ୍ଟୱେର ଜରିଆରେ ତଥ୍ୟ ଚୋରି ଓ ନକଲ ପରି ସମସ୍ୟା ସୃଷ୍ଟି ହେବ। ଏହି ସମସ୍ୟା ଦୂର କରିବା ପାଇଁ ଟ୍ରାଇ ପକ୍ଷରୁ ଉଦ୍ୟମ ଜାରି ରହିଥିବା ଶ୍ରୀ ଶର୍ମା କହିଛନ୍ତି। ସେ କହିଛନ୍ତି ଯେ ପ୍ରଚଳିତ ସେଟ୍‍ ଟପ୍‍ ବକ୍ସ ବଦଳରେ ନୂଆ ବୈଷୟିକ ଜ୍ଞାନକୌଶଳଯୁକ୍ତ ସେଟ୍‍ଟପ୍‍ ବକ୍ସ ବିକଶିତ କରାଯିବ ଯେଉଁଥିରେ ସଫ୍ଟୱେର ପରିବର୍ତ୍ତନ କରାଯାଇପାରିବାର ସୁବିଧା ରହିବ। ତେଣୁ ସେବା ପ୍ରଦାନକାରୀ ସଂସ୍ଥା ନୂଆ ସଂଯୋଗ ଦେବା ପରେ ଉପଭୋକ୍ତାଙ୍କ ସେଟ୍‍ ଟପ୍‍ ବକ୍ସରେ ସେମାନଙ୍କ ନୂଆ ସଫ୍ଟୱେର ଓ କୋଡ୍‍ ଲୋଡ୍‍ କରିପାରିବେ। ଏଥିପାଇଁ ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥା ସହିତ ପରାମର୍ଶ କରାଯାଉଥିବା ସେ ସୂଚନା ଦେଇଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories