ନୂଆଦିଲ୍ଲୀ: ଆଇସିଆଇସିଆଇର ପୂର୍ବତନ ଅଧ୍ୟକ୍ଷ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଚନ୍ଦା କୋଚାରଙ୍କ ବିରୋଧରେ ତଦନ୍ତ କରୁଥିବା ସିବିଆଇ ଅଧିକାରୀ ସୁଧାଂଶୁ ଧର ମିଶ୍ରଙ୍କୁ ଅଚାନକ ବଦଳି କରାଯାଇଛି।
ସୂଚନାଯୋଗ୍ୟ, ୨୦୧୨ରେ ଭିଡିଓକନ୍ ଗ୍ରୁପ୍କୁ ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ୩,୨୫୦ କୋଟି ଟଙ୍କାର ଋଣ ଦିଆଯାଇଥିଲା। ଭିଡିଓକନ୍ ଗ୍ରୁପ୍ର ମୁଖ୍ୟ ଭେନୁଗୋପାଳ ଧୁତ୍ଙ୍କ ଦ୍ୱାରା ପରିଚାଳିତ ଏକ ବ୍ୟବସାୟିକ ସଂସ୍ଥାରେ ଚନ୍ଦା କୋଚାରଙ୍କ ସ୍ୱାମୀ ଦୀପକ କୋଚାର ଅଂଶୀଦାର ଥିଲେ। ଋଣ ନ ଶୁଝି ପାରିବା କାରଣରୁ ତାହାକୁ ବ୍ୟାଙ୍କର ଏନ୍ପିଏ ତାଲିକାରେ ସାମିଲ କରାଯାଇଥିଲା। ଏହି ଘଟଣାରେ ଚନ୍ଦାଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ସେ ଗତବର୍ଷ ଅକ୍ଟୋବର ମାସରେ ଇସ୍ତଫା ଦେଇଥିଲେ। ଦୀପକ କୋଚାର ଓ ଭିଡିଓକନ୍ର ମୁଖ୍ୟ ଭେନୁଗୋପାଳ ଧୁତ୍ଙ୍କ ନାମରେ ମଧ୍ୟ ଅଭିଯୋଗ ଆସିବା ପରେ ଘଟଣାର ତଦନ୍ତ ଭାର ସିବିଆଇକୁ ଦିଆଯାଇଥିଲା।
ସୁଧାଂଶୁ ସିବିଆଇର ବ୍ୟାଙ୍କିଙ୍ଗ ଆଣ୍ଡ ସିକ୍ୟୁରିଟି ଫ୍ରଡ୍ ସେଲ୍ର ତଦନ୍ତ ଅଧିକାରୀଭାବେ କାର୍ଯ୍ୟ କରୁଥିବା ବେଳେ ତାଙ୍କୁ ଏହି ମାମଲାର ତଦନ୍ତ ଦାୟିତ୍ୱ ଦିଆଯାଇଥିଲା। କିନ୍ତୁ ଏହି ମାମଲାର ତଦନ୍ତ ଆରମ୍ଭ କରିବା ମାତ୍ରେ ତାଙ୍କୁ ରାଞ୍ଚିସ୍ଥିତ ସିବିଆଇର ଇକନୋମିକ୍ ଅଫେନ୍ସ ବ୍ରାଞ୍ଚକୁ ବଦଳି କରି ଦିଆଯାଇଛି।
ଆଇସିଆଇସିଆଇ ବ୍ୟାଙ୍କ ଦୁର୍ନୀତି ତଦନ୍ତ ଅଧିକାରୀଙ୍କ ବଦଳି
Popular Categories



