www.samajalive.in
Monday, December 15, 2025
16.1 C
Bhubaneswar

ଆଳୁ ଚିପ୍ସ ପ୍ୟାକେଟରେ ମଲା ବେଙ୍ଗ…

ଜାମନଗର : ଗୁଜରାଟ ଜାମନଗର ସହର ଅନ୍ତର୍ଗତ ପୁଷ୍କରଧାମ ଅଞ୍ଚଳରେ ରହୁଥିବା ଜସ୍ମିତ ପଟେଲ ନାମକ ଜଣେ ବ୍ୟକ୍ତି କିଣିଥିବା ଏକ ଆଳୁ ଚିପ୍ସ ପ୍ୟାକେଟ୍‌ରୁ ମଲା ବେଙ୍ଗ ବାହାରିବା ଚର୍ଚ୍ଚାର ବିଷୟ ପାଲଟିଛି। ଜସ୍ମିତ ମଙ୍ଗଳବାର ରାତିରେ ଦୋକାନରୁ ଏକ ଆଳୁ ଚିପ୍ସ ପ୍ୟାକେଟ୍‌ କିଣିଥିଲେ। ମଙ୍ଗଳବାର ରାତିରେ ସେ ତାହାକୁ ଅଧା ଖାଇ ଥୋଇ ଦେଇଥିଲେ। ବୁଧବାର ସକାଳେ ଜସ୍ମିତଙ୍କ ଝିଅ ସେହି ପ୍ୟାକେଟ୍‌କୁ ଖୋଲିବା ପରେ ସେଥିରେ ଏକ ମଲା ବେଙ୍ଗ ଥିବା ଦେଖିବାକୁ ପାଇଥିଲେ। ଏହି ଘଟଣାକୁ ନେଇ ଭୟଭୀତ ହୋଇ ତୁରନ୍ତ ଜାମନଗର ମହାନଗର ନିଗମ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଜଣାଇଥିଲେ। ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ଜସ୍ମିତଙ୍କ ଘରେ ପହଞ୍ଚି ଚିପ୍ସ ପ୍ୟାକେଟ୍‌କୁ ଜବତ କରି ପରୀକ୍ଷା ପାଇଁ ପଠାଇଥିଲେ। ଏଥିସହ ସେହି ବ୍ୟାଚ୍‌ର ସମସ୍ତ ଚିପ୍ସକୁ ବିଭିନ୍ନ ଦୋକାନରୁ ଜବତ କରି ପରୀକ୍ଷା ପଠାଯାଇଛି। ଖାଦ୍ୟଦ୍ରବ୍ୟ ପ୍ରସ୍ତୁତକାରୀ କମ୍ପାନୀଙ୍କ ଏପରି ଦାୟିତ୍ବହୀନତା ଗ୍ରାହକଙ୍କ ସ୍ବାସ୍ଥ୍ୟ ପ୍ରତି କୁପ୍ରଭାବ ପକାଇବ ବୋଲି ଆଲୋଚନା ହେଉଛି।

Hot this week

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

Related Articles

Popular Categories