www.samajalive.in
Sunday, December 7, 2025
18.1 C
Bhubaneswar

ଛାତ୍ର ଜ୍ୟୋତିପ୍ରକାଶ ବେହେରା ମୃତଦେହକୁ ଚିହ୍ନଟ କଲେ ତାଙ୍କ ସଂପର୍କୀୟ, ଏମ୍ସରେ ଚିହ୍ନଟ ହେଲା ମୃତଦେହ

ଭୁବନେଶ୍ୱର: ଦୀର୍ଘ ୧୮ ଘଣ୍ଟାକାଳ ଅଗ୍ନିଶମ ବାହିନୀ ଦ୍ୱାରା ଖୋଜାଖୋଜି ପରେ ନାଳରେ ଭାସିଯାଇଥିବା ଛାତ୍ର ଜ୍ୟୋତିପ୍ରକାଶ ବେହେରାଙ୍କ ମୃତଦେହ ମିଳିଛି। ମୃତଦେହକୁ ଏମ୍ସ ନିଆଯିବା ପରେ ସେଠାରେ ତାଙ୍କ ମାଉସୀ ମୃତଦେହକୁ ଚିହ୍ନଟ କରିଛନ୍ତି। ଏଥିସହିତ ଭୁବନେଶ୍ୱର ମହାନଗର ପରିସରରେ ମୁକୁଳା ନାଳକୁ ନେଇ ସୃଷ୍ଟି ହୋଇଛି ବ୍ୟାପକ ଜନ ଅସନ୍ତୋଷ।

ସୂଚନାଯୋଗ୍ୟ ଯେ ଭୁବନେଶ୍ୱର ଶିରିପୁରସ୍ଥିତ ଶତାବ୍ଦୀ ନଗର ବ୍ୟାଙ୍କ କଲୋନିର ୧୫ ବର୍ଷ ବୟସ୍କ ଛାତ୍ର ରବିବାର ଅପରାହ୍ଣରେ ସାଇକେଲ ଧରି ଟ୍ୟୁସନ ଯାଉଥିବା ସମୟରେ ନାଳରେ ଭାସିଯାଇଥିଲେ। କିଛି ଲୋକ ଏହା ଦେଖି ତାଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ନାଳର ପ୍ରଖର ସ୍ରୋତ ତାଙ୍କୁ ଭସାଇ ନେଇଥିଲା। ସେ ଭାସି ଯାଇଥିବା ସ୍ଥାନରୁ କିଛି ଦୂରରେ ତାଙ୍କ ସାଇକେଲ ଓ ଚପଲ ମିଳିଥିଲା। ଏହି ଖବର ପାଇବା ପରେ ଅଗ୍ନିଶମ ବାହିନୀ ପକ୍ଷରୁ ଜ୍ୟୋତିପ୍ରକାଶଙ୍କୁ ଖୋଜିବା କାର୍ୟ୍ୟ ଆରମ୍ଭ ହୋଇଥିଲା। ଏପରିକି ଅଗ୍ନିଶମ କର୍ମଚାରୀମାନେ ଢାଙ୍କୁଣିଥିବା ନାଳ ଭିତରେ ଦଉଡି ଧରି କିଛିବାଟ ପର୍ୟ୍ୟନ୍ତ ଯାଇ ଖୋଜିଥିଲେ। କିନ୍ତୁ ଜ୍ୟୋତିପ୍ରକାଶଙ୍କର କିଛି  ସୂଚନା ମିଳିନଥିଲା। ବିଳମ୍ବିତ ରାତିରେ ଉଦ୍ଧାର ବନ୍ଦ ରଖାଯିବା ପରେ ସୋମବାର ସକାଳୁ ପୁଣି ଖୋଜିବା କାର୍ୟ୍ୟ ଆରମ୍ଭ ହୋଇଥିଲା। ଅଗ୍ନିଶମ କର୍ମଚାରୀମାନେ ବିଭିନ୍ନ ସ୍ଥାନରେ ତଲାସି କରିବା ପରେ ଶେଷରେ ପଞ୍ଚସଖା ନଗର ନିକଟରେ ଖୋଜିବା ଆରମ୍ଭ କରିଥିଲେ। ଶେଷରେ ପୁର୍ବାହ୍ନ ପ୍ରାୟ ୧୦.୩୦ରେ ଏକ ମୃତଦେହ ମିଳିଥିଲା। ତାକୁ ଡାକ୍ତରଖାନା ନିଆଯାଇ ଜ୍ୟୋତିପ୍ରକାଶଙ୍କ ପରିବାରକୁ ଖବର ଦିଆଯାଇଥିଲା। ଜ୍ୟୋତିପ୍ରକାଶଙ୍କ ମାଉସୀ ଓ ଅନ୍ୟମାନେ ଡାକ୍ତରଖାନାରେ ପହଞ୍ଚି ମୃତଦେହକୁ ଚିହ୍ନଟ କରିଥିଲେ। ମୃତଦେହର ନାକ ଓ ପାଟିରୁ ରକ୍ତ ବାହାରୁଥିବା ଲକ୍ଷ୍ୟ କରାଯାଇଥିଲା। ହାସପାତାଳରେ ମୃତଦେହକୁ ବ୍ୟବଚ୍ଛେଦ କରାଯାଇଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories