www.samajalive.in
Saturday, December 6, 2025
15.1 C
Bhubaneswar

ମା’ଠାରୁ ମୂଷା ଔଷଧ ଖାଇ ଶିଶୁ ମୃତ

ମୁମ୍ବାଇ : ଜୁହୁ ତାରା ରୋଡ଼୍‍ ଅନ୍ତର୍ଗତ ଶିବାଜୀ ନଗରରେ ଏକ ଅଭାବନୀୟ ଘଟଣା ଘଟିଛି। ଜନୈକ ମହିଳା ନିଜ ପୁଅକୁ ମୂଷା ଔଷଧ ଖୁଆଇ ଦେବାରୁ ପୁଅର ମୃତ୍ୟୁ ଘଟିଛି।

ପୁଲିସ ସୂଚନା ଅନୁଯାୟୀ, ସୋମବାର ୩୪ ବର୍ଷୀୟ ରିନା ଆୟାର ଆତ୍ମହତ୍ୟା କରିବା ପାଇଁ ମୂଷା ଔଷଧ ଖାଇଥିଲେ। ଏହାପୂର୍ବରୁ ନିଜ ପାଞ୍ଚ ବର୍ଷିୟ ପୁଅ ହର୍ଷକୁ ମଧ୍ୟ ମୂଷା ଔଷଧ ଖୁଆଇ ଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଜୁହୁସ୍ଥିତ କୁପର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ରିନା ବିପଦମୁକ୍ତ ଥିଲେ। ମାତ୍ର  ଚିକିତ୍ସାଧୀନ ଅବସ୍ଥାରେ ହର୍ଷଙ୍କ ମୃତ୍ୟୁ ହୋଇଛି। ସାନ୍ତାକ୍ରୁଜ୍‍ ପୁଲିସ ରିନାଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିଛି।  ଦାମ୍ପତ୍ୟ କଳହ କାରଣରୁ ଏଭଳି ଘଟଣା ଘଟିଥିବା ଜଣାପଡ଼ିଛି।

- Advertisement -

ପୁଲିସ ସୂଚନା ଅନୁଯାୟୀ, ଘର ଖର୍ଚ୍ଚ ପାଇଁ ସୋମବାର ରାତିରେ ରୀନା ତାଙ୍କ ସ୍ୱାମୀ ରାକେଶଙ୍କୁ ଟଙ୍କା ମାଗିଥିଲେ। କିନ୍ତୁ ଟଙ୍କା ଦେବାକୁ ରାକେଶ ମନା କରିବାରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ରୀନା ରାତିରେ ପୁଅକୁ ଧରି ଘର ଛାଡ଼ି ଚାଲିଯାଇଥିଲେ। ଜୁହୁବିଚ ଯାଇ ଦୋକାନରୁ ମୂଷା ଔଷଧ କିଣି ନିଜେ ଖାଇବା ସହିତ ପୁଅକୁ ମଧ୍ୟ ଖୁଆଇ ଦେଇଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories