www.samajalive.in
Saturday, December 6, 2025
14.1 C
Bhubaneswar

ପାକିସ୍ତାନର ଆତଙ୍କବାଦ ବିଶ୍ୱ ପ୍ରତି ବିପଦ: ନରେନ୍ଦ୍ର ମୋଦୀ

ନୂଆଦିଲ୍ଳୀ: ପାକିସ୍ତାନ ସମର୍ଥିତ ଆତଙ୍କବାଦୀମାନେ ସମଗ୍ର ବିଶ୍ୱ ପାଇଁ ବିପଦ। ଆମେରିକା ଉପରାଷ୍ଟ୍ରପତି ମାଇକ ପେନ୍ସଙ୍କ ସହିତ ବୁଧବାର ସାକ୍ଷାତ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ମନ୍ତବ୍ୟ ଦେଇଛନ୍ତି।
ସିଙ୍ଗାପୁରଠାରେ ଅନୁଷ୍ଠିତ ଫିନ୍‍ଟେକ୍‍ ଫେଷ୍ଟିଭାଲ୍‍ରେ ଯୋଗ ଦେବା ଅବସରରେ ଏହି ବୈଠକ ଆୟୋଜିତ ହୋଇଥିଲା। ବୈଠକ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମତ ଓ ମନ୍ତବ୍ୟ ସମ୍ପର୍କରେ ସୂଚନା ଦେଇ ଭାରତର ବୈଦେଶିକ ବ୍ୟାପାର ସଚିବ ବିଜୟ ଗୋଖ୍‍ଲେ କହିଲେ ଯେ ୨୬/୧୧ ମୁମ୍ବଇ ଆକ୍ରମଣ ପଛରେ ଯେଉଁମାନଙ୍କର ପ୍ରଚ୍ଛନ୍ନ ଭୂମିକା ଥିଲା ସେମାନେ ପାକିସ୍ତାନର ଗତ ସାଧାରଣ ନିର୍ବାଚନରେ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିଛି। ଏହା କେବଳ ଭାରତ କିମ୍ବା ଆମେରିକା ନୁହେଁ ବରଂ ସମଗ୍ର ବିଶ୍ୱ ପ୍ରତି ବିପଦ। ବିଶ୍ୱରେ ହେଉଥିବା ଆତଙ୍କବାଦ ଓ ହିଂସାର ମୂଳ ଉତ୍ସ ହେଉଛି ପାକିସ୍ତାନ। ଆତଙ୍କବାଦ ବିରୁଦ୍ଧରେ ଭାରତ ଓ ଆମେରିକାର ମିଳିତ ଭାବେ ଅଭିଯାନ ଆରମ୍ଭ କରିବେ। ଏଥିପାଇଁ ବିଶ୍ୱ ସମୁଦାୟର ସହାୟତା ଲୋଡ଼ା ଯିବ। ଆସନ୍ତା ବର୍ଷରୁ ଏହି ପ୍ରସଙ୍ଗରେ ବିସ୍ତୃତ କାର୍ଯ୍ୟକ୍ରମ ସ୍ଥିର ହେବ।
ବୈଠକରେ ଭାରତ-ଆମେରିକା ମଧ୍ୟରେ ଆତଙ୍କବାଦ ନିରୋଧ ସମେତ ଭାରତ-ପ୍ରଶାନ୍ତ ମହାସାଗର ଅଞ୍ଚଳରେ ନିରାପତ୍ତା, ଅର୍ଥନୈତିକ ଅଭିବୃଦ୍ଧି ଓ ବ୍ୟବସାୟିକ ସମ୍ପର୍କ ବୃଦ୍ଧି ଉପରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ଆଇଟି ନିବେଶକଙ୍କ ପାଇଁ ଭାରତ ସର୍ବୋତ୍କୃଷ୍ଟ ସ୍ଥାନ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିହିତ କରିବା ସହିତ ଭାରତରେ ନିବେଶ ପାଇଁ ନିବେଶକ ଓ କମ୍ପାନୀଙ୍କ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ମୋଦୀ ଅଷ୍ଟ୍ରେଲିଆ ପ୍ରତିପକ୍ଷ ସ୍କଟ୍‍ ମୋରିସନ୍‍, ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ଜେନ୍‍ ପ୍ରୟୁତ ଚାନ୍‍ ଓ ଚା, ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲି ଏଚ୍‍ ଲୁଙ୍ଗ ପ୍ରମୁଖଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories