www.samajalive.in
Saturday, December 6, 2025
26.1 C
Bhubaneswar

ଜାଣନ୍ତୁ, ବୃନ୍ଦା କିପରି ତୁଳସୀ ନାମରେ ପୂଜନୀୟ

ହିନ୍ଦୁ ଧର୍ମରେ ତୁଳସୀଙ୍କର ବିଶେଷ ମହତ୍ତ୍ବ ରହିଛି। ପ୍ରତ୍ୟେକ ହିନ୍ଦୁ ପରିବାରର ଅଗଣାରେ ତୁଳସୀ ବୃକ୍ଷ ପୂଜା କରାଯାଇଥାଏ। ଭଗବାନଙ୍କୁ ପ୍ରତ୍ୟେକ ଦିନ ପୂଜା କରିବା ସହ ତୁଳସୀ ପୂଜା କରିବାର ବିଶେଷ ମହତ୍ତ୍ବ ରହିଛି। ଭଗବାନ ବିଷ୍ଣୁଙ୍କୁ ତୁଳସୀ ଅତ୍ୟନ୍ତ ପ୍ରିୟ ଅଟେ। ତୁଳସୀଙ୍କ ନାମ ବୃନ୍ଦା ଅଟେ। ଆସନ୍ତୁ ଜାଣିବା ବୃନ୍ଦାଙ୍କ ନାମ ତୁଳସୀ ହେବାର କାରଣ ବିଷୟରେ ..

ପୌରାଣିକ ମାନ୍ୟତା ଅନୁଯାୟୀ, ରାକ୍ଷସ କୂଳରେ ଏକ କନ୍ୟା ଜନ୍ମ ହୋଇଥିଲେ ତାଙ୍କ ନାମ ବୃନ୍ଦା ରଖାଯାଇଥିଲା। ସେ ପିଲାବେଳୁ ଭଗବାନ ବିଷ୍ଣୁଙ୍କୁ ଭକ୍ତି ଓ ସାଧନା କରୁଥିଲେ। ବୃନ୍ଦାଙ୍କ ବିବାହ ବୟସ ହୋଇଯିବାରୁ ପିତାମାତା ତାଙ୍କ ବିବାହ ଜଳନ୍ଧର ସହ କରାଇ ଦେଇଥିଲେ। ବୃନ୍ଦା ଭଗବାନ ବିଷ୍ଣୁଙ୍କ ଭକ୍ତ ହେବା ସହ ଜଣେ ପତିବ୍ରତା ସ୍ତ୍ରୀ ହୋଇଥିବାରୁ ସମୟ ସହ ଜଳନ୍ଧର ଅଧିକ ଶକ୍ତିଶାଳୀ ହୋଇଥିଲେ। ସମସ୍ତ ଦେବାଦେବୀଙ୍କ ଉପରେ ଆକ୍ରମଣ କରିବାରୁ ଜଳନ୍ଧରଙ୍କୁ ଡରିବାକୁ ଲାଗିଲେ।

- Advertisement -

ଜଳନ୍ଧର ଯେବେ ଯୁଦ୍ଧ ନିମନ୍ତେ ଯାଉଥିଲେ ବୃନ୍ଦା ପୂଜା କରୁଥିଲେ। ବୃନ୍ଦା ଭଗବାନ ବିଷ୍ଣୁଙ୍କ ସାଧନା କରୁଥିବାରୁ ଜଳନ୍ଧରଙ୍କୁ କେହି ମାରି ପାରୁନଥିଲେ। ଜଳନ୍ଦରଙ୍କ ଠାରୁ ରକ୍ଷା କରିବା ପାଇଁ ସମସ୍ତ ଦେବାଦେବୀ ଭଗବାନ ବିଷ୍ଣୁଙ୍କ ଶରଣକୁ ଯାଇଥିଲେ। ଏବଂ ଜଳନ୍ଧର ଆତଙ୍କକୁ ନଷ୍ଟ କରିବା ପାଇଁ ଉପାୟ କରିଥିଲେ।ଭଗବାନ ବିଷ୍ଣୁଙ୍କ ମାୟା :

ଭଗବାନ ବିଷ୍ଣୁ ମାୟା କରି ନିଜେ ଜଳନ୍ଧର ରୂପ ଧାରଣ କଲେ। ଏହାସହ ଛଳ କରି ବୃନ୍ଦାଙ୍କ ପତିବ୍ରତା ନଷ୍ଟ କରି ଦେଇଥିଲେ। ଏପରି କରିବା ଦ୍ବାରା ଜଳନ୍ଧରଙ୍କର ଶକ୍ତି ନଷ୍ଟ ହୋଇଯାଇଥିଲା ଓ ସେ ଯୁଦ୍ଧ କ୍ଷେତ୍ରରେ ମୃତ୍ୟୁ ବରଣ କରିଥିଲେ। ବୃନ୍ଦାଙ୍କୁ ଯେତେବେଳେ ଭଗବାନ ବିଷ୍ଣୁଙ୍କ ମାୟା କଥା ଜଣାପଡିଲା ସେତେବେଳେ ସେ ତାଙ୍କୁ ଶିଳା (ପଥର) ହୋଇଯିବାକୁ ଅଭିଶାପ ଦେଇଥିଲେ। ଭଗବାନ ପଥର ହୋଇଯିବା ଦେଖି ସମସ୍ତ ଦେବାଦେବୀଙ୍କ ମାନଙ୍କ ମଧ୍ୟରେ ହାହାକାର ଆରମ୍ଭ ହୋଇଥିଲା। ଏହା ଦେଖି ମା’ ଲକ୍ଷ୍ମୀ ବୃନ୍ଦାଙ୍କୁ ପ୍ରାର୍ଥନା କରିବାରୁ ସେ ତାଙ୍କ ଅଭିଶାପ ଫେରାଇ ନେଇଥିଲେ।

ଅଭିଶାପ ଫେରାଇ ନେବା ପରେ ବୃନ୍ଦା ଯେତେବେଳେ ଜଳନ୍ଧର ସହ ଭସ୍ମ ହୋଇଥିଲେ ସେତେବେଳେ ତାଙ୍କ ଶରୀରର ଭସ୍ମ ଏକ ବୃକ୍ଷ ହୋଇଗଲା। ତାଙ୍କ ଭସ୍ମୀଭୂତ ଅଗ୍ନିରୁ ଉତ୍ପନ୍ନ ବୃକ୍ଷର ନାମ ଭଗବାନ ବିଷ୍ଣୁ ତୁଳସୀ ଦେଇଥିଲେ। ଏହାସହ ନିଜର ଏକ ସ୍ବରୂପକୁ ପଥର ରୂପେ କରି କହିଥିଲେ ଯେ, ଯେକୌଣସି ପ୍ରସାଦରେ ତୁଳସୀ ବ୍ୟବହାର ହୋଇନଥିଲେ ସେ ତାକୁ ସ୍ବୀକାର କରିବେ ନାହିଁ। ସେହି ପଥର ଶାଳଗ୍ରାମ ନାମରେ ତୁଳସୀଙ୍କ ସହ ପୂଜା କରାଯିବ। ସେଥିପାଇଁ କାର୍ତ୍ତିକ ମାସରେ ତୁଳସୀଙ୍କ ବିବାହ ଶାଳଗ୍ରାମଙ୍କ ସହ କରାଯାଇଥାଏ।

ସୌଜନ୍ୟ : ଅମର୍ ଉଜାଲା

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories