ମିଳିଲା ଆଡ୍‌ମିଟ୍‌ କାର୍ଡ, ମେ’ ୧୩ରେ ଓଜେଇ

0

ଭୁବନେଶ୍ୱର : ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇ)-୨୦୧୮ ଆସନ୍ତା ମେ’ ୧୩ରେ ଅନୁଷ୍ଠିତ ହେବ। ଚଳିତବର୍ଷ ରାଜ୍ୟର ୮୧ଟି ପରୀକ୍ଷା କେନ୍ଦ୍ରରେ ୪୮,୩୦୯ଜଣ ପରୀକ୍ଷାର୍ଥୀ ଓଜେଇ ପରୀକ୍ଷା ଦେବେ। ଏଥିପାଇଁ ଛାତ୍ରଛାତ୍ରୀଙ୍କୁ ଆଡ୍‌ମିଟ୍‌ କାର୍ଡ ପ୍ରଦାନ କରାଯାଇଛି।
ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ପାଇଁ ‘ଓଜେଇ ୨୦୧୮ ଅଫିସିଆଲ୍‌ ମୋବାଇଲ୍‌ ଆପ୍ଲିକେସନ୍‌’ ପ୍ରଚଳନ କରାଯାଇଛି। ଛାତ୍ରଛାତ୍ରୀ ଏହି ନୂଆ ଆପ୍ଲିକେସନ୍‌ ଗୁଗୁଲ୍‌ ପ୍ଲେ ଷ୍ଟୋରରୁ ଇନ୍‌ଷ୍ଟାଲ୍‌ କରି ‘ଓଜେଇଇ ୨୦୧୮’ ସଂକ୍ରାନ୍ତ ସମସ୍ତ ତଥ୍ୟ ପାଇପାରିବେ। ଏଥିରେ ‘ଓଜେଇଇ ୨୦୧୭’ର ପ୍ରଶ୍ନପତ୍ର ଉପଲବ୍ଧ।
‘ଓଜେଇଇ ୨୦୧୮’ ପରୀକ୍ଷା ପାଇଁ ଅନୁଗୋଳ, ବାଲେଶ୍ୱର, ବାରିପଦା, ଭବାନୀପାଟଣା, ବ୍ରହ୍ମପୁର, ଭଦ୍ରକ, ଭୁବନେଶ୍ୱର, ବଲାଙ୍ଗୀର, କଟକ, ଢେଙ୍କାନାଳ, ଜଗତସିଂହପୁର, ଜୟପୁର, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କେନ୍ଦୁଝର, ଫୁଲବାଣୀ, ପୁରୀ, ରାୟଗଡ଼ା, ରାଉରକେଲା, ସମ୍ବଲପୁର ଓ ସାରଙ୍ଗ ଆଦି ରାଜ୍ୟର ୨୧ଟି ସହରରେ ‘ଓଜେଇଇ ୨୦୧୮’ ପରୀକ୍ଷାକେନ୍ଦ୍ର କରାଯାଇଛି ଓଜେଇ ପରୀକ୍ଷା ଫଳ ଜୁନ୍‌ ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ବୋଲି ଓଜେଇ ସେକ୍ରେଟାରି ଡ.ରଞ୍ଜନ କୁମାର ଜେନା ସୂଚନା ଦେଇଛନ୍ତି।

Leave A Reply