ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ କର୍ମଚାରୀ ବିଶ୍ୱବିଦ୍ୟାଳୟକୁ ସ୍ଥାନାନ୍ତରିତ

ନରେନ୍ଦ୍ର ସାହୁ ଧରଣୀଧର ବିଶ୍ୱବିଦ୍ୟାଳୟ କୁଳସଚିବ ନିଯୁକ୍ତ

କେନ୍ଦୁଝରଗଡ : ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ବିଜ୍ଞପ୍ତି ଅନୁଯାୟୀ ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ନରେନ୍ଦ୍ର କୁମାର ସାହୁଙ୍କୁ ଧରଣୀଧର ବିଶ୍ୱବିଦ୍ୟାଳୟ କୁଳସଚିବ ଭାବେ ନିଯୁକ୍ତି ଆଦେଶ ହୋଇଛି । ସ୍ଥାୟୀ କୁଳସଚିବ ନିଯୁକ୍ତି ପର୍ଯ୍ୟନ୍ତ ଶ୍ରୀ ସାହୁ କୁଳସଚିବ ଭାବେ ବିଶ୍ୱବିଦ୍ୟାଳୟର ଡିଡିଓ ଅଧିକାରୀ ଦାୟିତ୍ୱ ନିର୍ବାହ କରିବାକୁ ଏହି ଚିଠିରେ ଆଦେଶ ହୋଇଛି । ଏଥିସହ ବିଶ୍ୱବିଦ୍ୟାଳୟର ଶିକ୍ଷା ଓ ଅଣ ଶିକ୍ଷକ କର୍ମଚାରୀ ନିଯୁକ୍ତି ପର୍ଯ୍ୟନ୍ତ ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟରେ କାର୍ଯ୍ୟରତ ସମସ୍ତ ଅଧ୍ୟାପକ ଓ ଶିକ୍ଷା କର୍ମଚାରୀ ଅଗଷ୍ଟ ୧୫ ତାରିଖରୁ ଧରଣୀଧର ବିଶ୍ୱବିଦ୍ୟାଳୟ କର୍ମଚାରୀ ଭାବେ ନିଜ ନିଜର ଦାୟିତ୍ୱ ନିର୍ବାହ କରିବାକୁ ଆଦେଶ ହୋଇଛି । ସେହିଭଳି ବିଶ୍ୱବିଦ୍ୟାଳୟ ସ୍ୱତନ୍ତ୍ର ବଜେଟ୍‌‌ ବ୍ୟବସ୍ଥା ହେବା ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟ ଓଏସ୍‌‌ଡି ତଥା କୁଳପତିଙ୍କ ରହଣୀ ସୁବନ୍ଦୋବସ୍ତ ସହ ଯାନ ବ୍ୟବସ୍ଥା ପାଇଁ ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟ ନାମରେ ଥିବା ଅର୍ଥକୁ ଧରଣୀଧର ବିଶ୍ୱବିଦ୍ୟାଳୟ ନାମରେ ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଇ ସ୍ଥାନାନ୍ତର ସହ ଆର୍ଥିକ ପରିଚାଳନା କରିବା ପାଇଁ ମଧ୍ୟ ଉକ୍ତ ଚିଠିରେ ଉଲ୍ଲେଖ କରାଯାଇଛି।

Comments are closed.