ଭୁବନେଶ୍ୱର: ଓଡ଼ିଶାର ଅଗ୍ରଣୀ ବିଜ୍ଞାପନ ଏଜେନ୍ସି ଦୟା ଏଣ୍ଟରଟେନ୍ମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍ ଆଉ ଏକ ମାଇଲଖୁଣ୍ଟ ହାସଲ କରିଛି। କ୍ରମାଗତ ଦ୍ୱିତୀୟ ଥର ନ୍ୟାସ୍ନାଲ୍ ଏଗ୍ କୋଡିନେସନ୍ କମିଟି ପାଇଁ ଏଜେନ୍ସି ଟିଭିସି କମର୍ସିଆଲ୍ ପ୍ରୋଜେକ୍ଟର ଦାୟିତ୍ୱ ନେଇଛି। ଏହି ବିଜ୍ଞାପନ ଦ୍ୱିଭାଷୀ ଟିଭି କମର୍ସିଆଲ୍ ବେଙ୍ଗଲୀ ଏବଂ ଓଡିଆରେ ପ୍ରଯୋଜିତ ହେବ। ପଶ୍ଚିମବଙ୍ଗ ଏବଂ ଓଡ଼ିଶାରେ ଅଣ୍ଡା ଖାଇବା ପାଇଁ ପ୍ରୋତ୍ସାହିତ କରିବା ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ ରହିଛି।
ନ୍ୟାସ୍ନାଲ୍ ଏଗ୍ କୋଡିନେସନ୍ କମିଟି କୁକୁଡା ଚାଷୀଙ୍କ ଏକ ସଂଙ୍ଗଠନ ଯେଉଁମାନେ ସାଧାରଣତଃ ଅଣ୍ଡା ଶିଳ୍ପର ଉନ୍ନତି ପାଇଁ କାର୍ଯ୍ୟ କରନ୍ତି। ପ୍ରତ୍ୟେକ ଘରେ ଘରେ ପରିଚିତ ଟ୍ୟାଗ୍ ଲାଇନ୍ “ସଣ୍ଡେ ହୋ ୟା ମଣ୍ଡେ ରୋଜ୍ ଖାଓ ଅଣ୍ଡେ” ଅଣ୍ଡା ଖାଇବା ପାଇଁ ଉତ୍ସାହିତ କରିବାରେ ଏକ ସଫଳ, ଯେଉଁଥିରେ ସଚ୍ଚିନ ତେନ୍ଦୁଲକର୍, ସୁନୀଲ ଗାଭାସ୍କର, ରାହୁଲ ଦ୍ରାବିଡ୍ ଭଳି ଅନେକ ସେଲିବ୍ରିଟି ପୂର୍ବରୁ ଅଂଶ ଗ୍ରହଣ କରିଛନ୍ତି।
ଓଡିଆ ବିଜ୍ଞାପନ ପାଇଁ ଓଲିଉଡ ଅଭିନେତ୍ରୀ ଶୀତଲ ପାତ୍ର ଏବଂ ପଶ୍ଚିମବଙ୍ଗ ପାଇଁ ବିଶିଷ୍ଟ ଅଭିନେତା ଦୁଲାଲ୍ ଲାହିରି ଏବଂ ତ୍ରିନା ସାହା ଏହି ଅଭିଯାନକୁ ପ୍ରଚାର କରିବେ।
ଏହା ଉଲ୍ଲେଖଯୋଗ୍ୟ ଯେ, ଦୟା ଏଣ୍ଟରଟେନ୍ମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍ର ନେତୃତ୍ୱ ଯୁବ ଆଡ୍ ମ୍ୟାନ୍ ଦୟାନିଧି ଦହିମା ନେଇଛନ୍ତି ଯିଏକି ନିଜର ସୃଜନଶୀଳ ଟିଭିସି ଏବଂ କ୍ଷୁନ୍ଦ୍ର ଚଳଚିତ୍ର ପାଇଁ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ବେଶ୍ ସ୍ୱୀକୃତିପ୍ରାପ୍ତ। ନିକଟରେ ଏଜେନ୍ସି, ନିଜର କ୍ଷୁନ୍ଦ୍ର ଚଳଚିତ୍ର ନବାବ୍, ଅନ୍ତର୍ଭାସ୍ନା ଏବଂ ସୀତା ପାଇଁ ଫିଲ୍ମ ଫେଆର୍ ପୁରସ୍କାରରେ ମନୋନୀତ ହୋଇଥିଲା। ଏହା ସହ, ‘ଅନ୍ତରଭାସ୍ନା ଏବଂ ସୀତା’ କାନ୍ସ୍ ସର୍ଟ ଫିଲ୍ମ କର୍ଣ୍ଣର ୨୦୨୧ ପାଇଁ ମଧ୍ୟ ମନୋନୀତ ହୋଇଥିଲା। ବର୍ତ୍ତମାନସୁଦ୍ଧା ଏଜେନ୍ସି ୨୦୦ରୁ ଅଧିକ ବିଜ୍ଞାପନ ଚଳଚିତ୍ର ପ୍ରସ୍ତୁତ କରିଛି।
ନୂତନ ପ୍ରକଳ୍ପ ବିଷୟରେ ଉଲ୍ଳେଖ୍ୟ କରି ଦୟା ଏଣ୍ଟରଟେନ୍ମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍ର ପ୍ରତିଷ୍ଠାତା ତଥା ପରିଚଳନା ନିର୍ଦ୍ଦେଶକ, ଦୟାନିଧି ଦହିମା କହିଛନ୍ତି, “ଦ୍ୱିତୀୟ ଥର ପାଇଁ ଏନ୍ଇସିସି ସହିତ ଜଡିତ ହୋଇ ଆମେ ଆନନ୍ଦିତ। ପୂର୍ନବାର ଏହି ପ୍ରୋଜେକ୍ଟରେ କାର୍ଯ୍ୟ କରିବାକୁ ଏବଂ ଏହାର ଲକ୍ଷ୍ୟ ହାସଲ କରିବାରେ ସାହାଯ୍ୟ କରିବାକୁ ଆମ ଟିମ୍ ସଦସ୍ୟମାନେ ମଧ୍ୟ ସମାନ ଭାବରେ ଉତ୍ସାହିତ ଅଛନ୍ତି। ଗତଥର ଏହା ଏକ ନିଆରା ଅନୁଭୂତି ଥିଲା।”
ଅଭିଯାନର ଉଦ୍ଦେଶ୍ୟ ଉପରେ ଆଲୋକପାତ କରି, ଦୟା ଏଣ୍ଟରଟେନ୍ମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍ର ପରିଚାଳନା ନିର୍ଦ୍ଦେଶକ ଶିବାସିସ୍ ନାୟକ କହିଛନ୍ତି, “ଅଣ୍ଡା ପିଲାମାନଙ୍କ ପାଇଁ ପୃଷ୍ଟିକର ଖାଦ୍ୟର ଏକ ପ୍ରମୁଖ ଉତ୍ସ କାରଣ ଏହା ସେମାନଙ୍କୁ ସୁସ୍ଥ ଜୀବନ ବଞ୍ଚିବାରେ ସାହଯ୍ୟ କରିଥାଏ। ଏହି ‘ସନ୍ ଡେ ହୋ ୟା ମନ୍ଡେ’ ଅଭିଯାନ ସହିତ ଆମେ ବିଶେଷ ଭାବରେ ପିଲାମାନଙ୍କର ଅଣ୍ଡା ପ୍ରତି ଦୃଷ୍ଟିକୋଣ ବଦାଳାଇବାକୁ ଲକ୍ଷ୍ୟ ରଖିଛୁ ଏବଂ ନିତିଦିନ ଅଣ୍ଡା ଖାଇବାକୁ ଉତ୍ସାହିତ କରୁଛୁ।”
ଏନ୍ଇସିସି ପାଇଁ ଏହି ଇନ୍ଫ୍ଲୁଏନ୍ସର୍ ଅଭିଯାନ ସର୍ବପ୍ରଥମ, ଯାହା ଦୟା ଏଣ୍ଟରଟେନ୍ମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍ର ସହ-ପ୍ରତିଷ୍ଠାତା କବୀର ସେଠ୍ ମାଝୀଙ୍କ କଳ୍ପନା ଅଟେ। ଏହି ସୋସିଆଲ୍ ମିଡିଆ ଅଭିଯାନରେ, ଅନେକ ଇନ୍ଫ୍ଲୁଏନ୍ସର୍ ସୋସିଆଲ୍ ମିଡିଆରେ ଅଣ୍ଡାର ବ୍ୟବହାରକୁ ପ୍ରୋତ୍ସାହିତ କରିବେ।
ଦ୍ୱିତୀୟ ଥର ପାଇଁ ଏନ୍ଇସିସି ବିଜ୍ଞାପନ ଅଭିଯାନ ସହିତ ଜଡିତ ହୋଇ ନିଜର ଖୁସି ଜଣାଇ, ଅଗ୍ରଣୀ ଓଡିଆ ଅଭିନେତ୍ରୀ ଶୀତଲ ପାତ୍ର କହିଛନ୍ତି, “ମୋର ପିଲାଦିନେ ସେଲିବ୍ରିଟିମାନେ “ସନ୍ ଡେ ହୋ ୟା ମନ୍ଡେ ରୋଜ୍ ଖାଓ ଅନ୍ଣ୍ଡେ” କହିବାର ଦେଖିଛି। ଏହି ବିଜ୍ଞାପନରେ ଉତ୍ସାହିତ ହୋଇ ପିଲାଦିନେ ମୁଁ ପ୍ରତିଦିନ ଅଣ୍ଡା ଖାଇବାକୁ କହେ। ଏହିପରି ଏକ ମହାନ ଅଭିଯାନର ଏକ ଅଂଶ ହେବାର ସୁଯୋଗ ପାଇବା ସମ୍ପୂର୍ଣ୍ଣ ରୋମାଞ୍ଚକର ଅଟେ। କ୍ରମାଗତ ଦ୍ୱିତୀୟ ଥର ପାଇଁ ଏନ୍ଇସିସି ସହିତ କାମ କରିବାକୁ ମୁଁ ଅତ୍ୟଧିକ ଉତ୍ସାହିତ।”
ଉଲ୍ଲେଖଯୋଗ୍ୟ, ଦୟା ଏଣ୍ଟରଟେନ୍ମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍ ଇଭେଣ୍ଟ ମ୍ୟନେଜ୍ମେଣ୍ଟ ଓ ସେଲିବ୍ରିଟି ମ୍ୟାନେଜମେଣ୍ଟ ସେକ୍ଟର୍ରେ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିପାରିଛି। ଏହା ବଲିଉଡର ନାମିଦାମୀ କଳାକାର ଯଥା ସୋନମ କପୁର, ଅର୍ଜୁନ ରାମ୍ପାଲ୍, ରବୀନା ତଣ୍ଡନ୍, ଡିନୋ ମୋରିଆ, ଅଫତାବ ଶିବଦାସାନି, ଟିସ୍କା ଚୋପ୍ରାଙ୍କ ସହ କାର୍ଯ୍ୟ କରିଛି। ଦୟା ଏଣ୍ଟରଟେନ୍ମେଣ୍ଟ “ସନ୍ ଡେ ହୋ ୟା ମନ୍ଡେ ରୋଜ୍ ଖାଓ ଅନ୍ଣ୍ଡେ” ଭଳି ଲୋକପ୍ରିୟ ଅଭିଯାନ କରିଥିଲା ଯାହା ଦେଶବ୍ୟପୀ ପରିଚିତ ଅଟେ। ଏହା ମଧ୍ୟ ଓଡ଼ିଶା ପର୍ଯ୍ୟଟନ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗ ସହିତ ସଶକ୍ତିକରଣ ହେବାର ଗୌରବ ଅର୍ଜନ କରିଛି।



