www.samajalive.in
Saturday, December 6, 2025
23.1 C
Bhubaneswar

ବୋଟ୍ ର ହେଲା ତଥ୍ୟ ଲିକ୍ ; ଡାର୍କ ୱେବ୍ ରେ ଆସିଲା ୭୫ ଲକ୍ଷ ଭାରତୀୟଙ୍କର ସବିଶେଷ ତଥ୍ୟ..

ନୂଆଦିଲ୍ଲୀ : ବୋଟ୍ ର ଭାରତୀୟ ବଜାରରେ ଅନେକ ଶସ୍ତା ଇୟର ବଡସ୍, ସ୍ପିକର୍ ଓ ସ୍ମାର୍ଟ ଘଣ୍ଟା ମଧ୍ୟ ଉପଲବ୍ଧ। ମାତ୍ର ଏକ ମିଡିଆ ରିପୋର୍ଟ ଅନୁଯାୟୀ, ଏହି ବ୍ରାଣ୍ଡର ତଥ୍ୟ ଲିକ୍ ହୋଇଛି। ଯେଉଁଥିରେ ପ୍ରାୟ ୭୫ ଲକ୍ଷ ସାଧାରଣ ଭାରତୀୟ ଉପଭୋକ୍ତାଙ୍କର ନାମ ମଧ୍ୟ ସାମିଲ ରହିଛି। ଏହି ତାଲିକାରେ ନାମ, ଠିକଣା, ମୋବାଇଲ୍ ନମ୍ବର, ଇମେଲ୍ ଆଇଡି, ବ୍ୟାଙ୍କ କାର୍ଡ ଆଦି ରହିଛି। ସାଇବର ଅପରାଧୀ ଏହାକୁ ଭୁଲ୍ ଶୈଳୀରେ ବ୍ୟବହାର କରି ପାରନ୍ତି। ଏପରିକି ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଖାଲି ହୋଇପାରେ। ବୋଟ୍ ଭାରତର ଏକ ନାମୀଦାମୀ କମ୍ପାନୀ ମଧ୍ୟରୁ ଗୋଟିଏ। ଭାରତୀୟ ବଜାରରେ ଏହାର ବିଭିନ୍ନ ଜିନିଷ ରହିଛି। ଲିକ୍ ହୋଇଥିବା ତଥ୍ୟ ଡାର୍କ ୱେବ୍ ରେ ନଜର ଆସିଛି। ଏକ ରିପୋର୍ଟରେ ଏହି ତଥ୍ୟ ସାମ୍ନାକୁ ଆସିଛି।

ଚୈତ୍ର ନବରାତ୍ର : ୯ ଦିନ କି କି ଭୋଗ କରିବେ ଅର୍ପଣ..

- Advertisement -

ଏହି ତଥ୍ୟକୁ କେହି ମଧ୍ୟ ଚୋରି କରି ପାରିବା ସହ ସର୍ବ ସାଧାରଣ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଖାଲି କରି ଦେଇପାରେ।
ଏକ ଅଧ୍ୟୟନରେ ଜଣାପଡିଛି, ଏହି ତଥ୍ୟକୁ ବ୍ୟବହାର କରି ସାଇବର ଅପରାଧୀ ଆକାଉଣ୍ଟକୁ ମଧ୍ୟ ଖାଲି କରି ଦେଇପାରିବେ। ଏହାସହ କ୍ରେଡିଟ୍ କାର୍ଡର ମଧ୍ୟ ଭୁଲ୍ ବ୍ୟବହାର କରି ପାରିବେ। ମାତ୍ର କମ୍ପାନୀ ଏହି ଘଟଣା ନେଇ କୌଣସି ସୂଚନା ପ୍ରଦାନ କରି ନାହିଁ।

ଟିଭି ଦେଖିବା ପାଇଁ ପତି ପତ୍ନୀ ବେଲ୍ଟ ଓ ବେଲଣାରେ ….


ବୋଟ୍ କମ୍ପାନୀର ଆରମ୍ଭ ୨୦୧୬ରେ ହୋଇଥିଲା। ଉନ୍ନତ ଧରଣର ଜିନିଷ ଓ ଏହାର ଗୁଣ ପାଇଁ ଏହା ଖୁବ୍ ଶୀଘ୍ର ଲୋକପ୍ରିୟ ହୋଇଥିଲା। ଭାରତରେ ଏହି କମ୍ପାନୀର ଲକ୍ଷାଧିକ ଗ୍ରାହକ ରହିଛନ୍ତି। ସ୍ମାର୍ଟ ଘଣ୍ଟା ବ୍ୟବହାର ପାଇଁ ଗ୍ରାହକଙ୍କୁ ବୋଟ୍ ର ଏକ ଆପ୍ ବ୍ୟବହାର କରିବାକୁ ପଡିଥାଏ,ଯେଉଁଥିରେ ଗ୍ରାହକ ନିଜର ବ୍ୟକ୍ତିଗତ ତଥ୍ୟ ଦେଇଥାଆନ୍ତି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories