www.samajalive.in
Saturday, December 6, 2025
26.1 C
Bhubaneswar

ଟିଭି ଦେଖିବା ପାଇଁ ପତି ପତ୍ନୀ ବେଲ୍ଟ ଓ ବେଲଣାରେ ….

ନୂଆଦିଲ୍ଲୀ: ଚାଲିଛି ଆଇପିଏଲ୍‌ ମ୍ୟାଚ୍‌ । କ୍ରୀଡାପ୍ରେମୀମାନେ ଏହାର ଭରପୂର ମଜା ଉଠାଉଛନ୍ତି । କିନ୍ତୁ ଏହାରି ମଧ୍ୟରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି । ଯାହାକୁ ଶୁଣିଲେ ଆପଣମାନେ ବି ଆଶ୍ଚର୍ଯ୍ୟଚକିତ ହୋଇଯିବେ । ମିଳିଥିବା ସୂଚନା ମୂତାବକ ଦୁଇ ବର୍ଷ ପୂର୍ବରୁ ଆଗ୍ରାର ଏତ୍ତମାଝୋଲାରେ ରହୁଥିବା ଜଣେ ଯୁବତୀଙ୍କର ସାଦାବାଦରେ ରହୁଥିବା ଜଣେ ବ୍ୟକ୍ତିଙ୍କ ସହ ବାହାଘର ହୋଇଥିଲା । ସେମାନଙ୍କର ଏକ ସନ୍ତାନ ମଧ୍ୟ ରହିଛି । ପରିବାର ସୁଖଶାନ୍ତିରେ ଚଳିଆସୁଥିଲା । ହେଲେ ହଠାତ୍‌ ପରିବାରରେ ଘୋଟିଆସିଲା କଳାବାଦଲ । ସ୍ୱାମୀ ଆଇପିଏଲ୍‌ ମ୍ୟାଚ୍‌ ଦେଖୁଥିବାବେଳେ ସ୍ତ୍ରୀ ନିଜ ମନ ପସନ୍ଦର ସିରିଏଲ ଦେଖିବାକୁ ଜିଦ୍‌ କରିଥିଲେ । ଆଉ ବାସ୍‌ ଏତିକି କଥାକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ମହାଭାରତ । ବ୍ୟକ୍ତି ଜଣକ ତାଙ୍କ ପତ୍ନୀଙ୍କୁ ବେଲ୍ଟରେ ମାଡ ମାରିଥିବାବେଳେ ପତ୍ନୀ ମଧ୍ୟ ସ୍ୱାମୀଙ୍କୁ ବେଲଣା କାଠିରେ ପିଟିଛନ୍ତି । ଏହି ମାମଲା ଯାଇ ପୁଲିସ ଥାନାରେ ପହଞ୍ଚିଥିଲା କିନ୍ତୁ ପୁଲିସ ଏହି ମାମଲାକୁ ପରିବାର ପରାମର୍ଶ କେନ୍ଦ୍ରକୁ ସ୍ଥାନାନ୍ତର କରିଛି । ଏବଂ ଦୀର୍ଘ ସମୟ ଧରି ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଛି ।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories