www.samajalive.in
Sunday, December 7, 2025
26.1 C
Bhubaneswar

ଚୈତ୍ର ମଙ୍ଗଳବାରରେ ମା କଟକ ଚଣ୍ଡୀ ପୀଠରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା

କଟକ: ଆଜି ହେଉଛି ଚୈତ୍ର ମାସ ଶୁକ୍ଳ ପକ୍ଷ ପ୍ରତିପଦା ତିଥି। ଆଜିର ଏହି ପବିତ୍ର ଦିନରେ ଆରମ୍ଭ ହୋଇଛି ଚୈତ୍ର ନବରାତ୍ର। ଏଥିପାଇଁ ରାଜ୍ୟର ସମସ୍ତ ଶକ୍ତି ପୀଠ ଚଳଚଞ୍ଚଳ ହୋଇଉଠିଛି। ଏହି ନବରାତ୍ରୀରେ ଶକ୍ତିପୀଠରେ ବେଶ ଧୁମଧାମରେ ପୂଜାର୍ଚ୍ଚନା କରାଯାଉଛି। ଏହି ପରିପ୍ରେକ୍ଷୀରେ କଟକର ଅଧିଷ୍ଠାତ୍ରୀ ମା କଟକ ଚଣ୍ଡୀଙ୍କ ପୀଠରେ ସକାଳୁ ରୀତିନୀତି ଅନୁସାରେ ପୂଜାପାଠ କରାଯାଇଛି। ମାଙ୍କ ଦିବ୍ୟ ଦର୍ଶନ କରିବାକୁ ଭକ୍ତଙ୍କ ଭିଡ଼ ଜମିଛି। ଚୈତ୍ର ମଙ୍ଗଳବାରରେ ଉପବାସ କରୁଥିବା ମହିଳାମାନେ ମାଙ୍କଠାରେ ଦୀପ ଜାଳି ମାନସିକ ପୂରଣ ପାଇଁ ପ୍ରାର୍ଥନା କରିଛନ୍ତି।
ଆଜିଠାରୁ ନଅ ଦିନ ପର୍ଯ୍ୟନ୍ତ ମା କଟକ ଚଣ୍ଡୀଙ୍କ ପୀଠରେ ପୂଜା ଚାଲିବ। ଗଡଗଡିଆ ଘାଟରୁ ଘଟ ଆସି ମାଙ୍କ ପ୍ରାଙ୍ଗଣରେ ସ୍ଥାପନା କରାଯିବ। ଏହି ଘଟକୁ ନଅଦିନ ପୂଜା କରାଯିବା ସହିତ ତିନି ଦିନ ଧରି ମାଙ୍କୁ ତ୍ରିଶକ୍ତି ବେଶ କରାଯିବ। ମହାଲକ୍ଷ୍ମୀ, ମହାକାଳୀ ଏବଂ ମହାସରସ୍ୱତୀ ବେଶରେ ସୁସଜ୍ଜିତ କରାଯିବ ବୋଲି ଚଣ୍ଡୀ ମନ୍ଦିରର ମୁଖ୍ୟ ପୂଜକ ମନୋଜ ପଣ୍ଡା ସୂଚନା ଦେଇଛନ୍ତି।

ଚୈତ୍ର ନବରାତ୍ରୀରେ ଏହି ଉପାୟରେ ଦୂର ହେବ ବାସ୍ତୁ ଦୋଷ..

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories