ଦଶନ୍ଧିର ବଡ଼ ଚନ୍ଦ୍ର ଗ୍ରହଣ ଆଜି
ଭୁବନେଶ୍ବର : ଦଶନ୍ଧିର ସବୁଠୁ ବଡ଼ ଚନ୍ଦ୍ର ଗ୍ରହଣ ଜୁଲାଇ ୧୬ ମଙ୍ଗଳବାରରେ ଦୃଶ୍ୟମାନ ହେବ। ଏହି ଦିନ ମଙ୍ଗଳ ଗ୍ରହ ଦୀର୍ଘ ୧୫ ବର୍ଷ ପରେ ପୃଥିବୀର ଅତି ନିକଟତର ହେବ। ଏହା ଚଳିତ ବର୍ଷର ଦ୍ୱିତୀୟ ଚନ୍ଦ୍ର ଗ୍ରହଣ। ଏହି ବିରଳ ମହାଜାଗତିକ ଦୃଶ୍ୟ ଭାରତ ସମେତ ଅଷ୍ଟ୍ରେଲିଆ, ଆଫ୍ରିକା, ଏସିଆ ମହାଦେଶରେ ଦେଖିବାକୁ ମିଳିବ। ତେବେ ଦେଶର କିଛି ଭାଗରେ ଆକାଶ ମେଘାଚ୍ଛନ୍ନ ରହିବା କାରଣରୁ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହୋଇ ନ ପାରେ।
ମଙ୍ଗଳବାର ମଧ୍ୟରାତ୍ରି ୧ ଘଟିକା ୩୨ ମିନିଟ ସମୟରେ ଏହି ଚନ୍ଦ୍ର ଗ୍ରହଣ ଆରମ୍ଭ ହେବ। ବୁଧବାର ସକାଳ ୪ ଘଟିକା ୩୧ମିନିଟ ସମୟରେ ଏହା ସର୍ବମୋକ୍ଷ ହେବ। ଚନ୍ଦ୍ରମା ଉପରେ ଲାଗୁଥିବା ଏହି ପୂରା ପ୍ରକ୍ରିୟାକୁ ‘ନାସା’ ପକ୍ଷରୁ ସବୁଠାରୁ ଚମକ୍ଦାର ଶୋ’ ବୋଲି କୁହାଯାଇଛି। ଏହି ସମୟରେ ଚନ୍ଦ୍ର ଓ ପୃଥିବୀ ନିକଟରେ ରହିବାରୁ ଏହାକୁ ‘ସୁପର୍ ମୁନ୍’ କୁହାଯାଇଛି। ଏହି ଗ୍ରହଣ ମଧ୍ୟ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ, ଉତ୍ତର ଓ ଦକ୍ଷିଣ ଆମେରିକା, ୟୁରୋପ ଓ ଆଫ୍ରିକାରେ ଦେଖିବାକୁ ମିଳିବ।
Comments are closed.