ଆଖିତଳ କଳା ପଡ଼ୁଥିଲେ, ସେଥିରୁ ମୁକ୍ତି ପାଇବାର ସହଜ ଘରୋଇ ଉପାୟ

0

କଳା ପଡ଼ିବା ସଭିଙ୍କ ପାଇଁ ଏକ ମୁଖ୍ୟ ସମସ୍ୟା ଅଟେ। ଏଥି ନିମନ୍ତେ ବଜାରରେ ଅନେକ କ୍ରିମ ମିଳୁଥିଲେ ମଧ୍ୟ ତାହା ବିଶେଷ ଫଳପ୍ରଦ ହୋଇନଥାଏ। ମାତ୍ର ଏପରି ବହୁ ଘରୋଇ ଉପଚାର ରହିଛି, ଯାହାକୁ ବ୍ୟବହାର କରି ଏହି ସମସ୍ୟା ଦୂର ହୋଇପାରିବ।
ଘିଁ କୁଆରୀ – ପ୍ରଥମେ ସତେଜ ଘିଁ କୁଆରୀକୁ ଆଣି ସଫା କରି ଧୋଇ ଦିଅନ୍ତୁ। ପରେ ଏହାର ସସ (ଜେଲ୍‍ )କୁ ବାହାର କରି ତୁଳାରେ ନେଇ ଆଖି ତଳେ ଲଗାଇ ୧୫ ରୁ ୨୦ ମିନିଟ ରଖନ୍ତୁ। ଏହାକୁ ନିୟମିତ ଲଗାଇବା ଦ୍ୱାରା ଏହି କଳା ଦାଗ କମିଥାଏ।
ପ୍ରତି ୨ ଦିନକୁ ଥରେ ନଡ଼ିଆ ତେଲ ଲଗାଇ ଥଣ୍ଡା ପାଣିରେ ଧୁଅନ୍ତୁ। ଏହା ଦ୍ୱାରା ମଧ୍ୟ କଳା ଦାଗ ଭଲ ହୋଇଥାଏ।
କାକୁଡ଼ିକୁ ନିୟମିତ ରାତିରେ ଶୋଇବା ବେଳେ ଳଗାଇ ଶୁଅନ୍ତୁ। ଏହ ମଧ୍ୟ ଖୁବ ଲାଭ ଦାୟକ ଅଟେ।
ଟମାଟୋ ଓ ଲେମ୍ବୁ – ଏହାକୁ ଭଲ ଭାବେ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହାକୁ ଆଖି ତଳେ ଲଗାନ୍ତୁ। ୧୦ ରୁ ୨୦ ମିନିଟ ରଖି ଧୋଇ ଦିଅନ୍ତୁ। ଏହା ଦ୍ୱାରା କଳା ଦାଗ କମିଯାଏ।
ମହୁ – ପ୍ରତି ୨ ଦିନକୁ ଥରେ ମହୁ ଲଗାଇଲେ ଏହି କଳା ଦାଗ ଭଲ ହୋଇଯାଏ।
ଗୋଲାପ ଜଳ – ଗୋଲାପ ଜଳକୁ ପ୍ରତିଦିନ ଲଗାଇବା ଦ୍ୱାରା ଏହା ମଧ୍ୟ ଆଖିତଳର କଳା ଦାଗ ଦୂର ହୋଇଥାଏ।

kalyan agarbati
Leave A Reply